Posted inଜାତୀୟ

ସଂଖ୍ୟାବଳର ଅହଂକାର

ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ ମହିଳାଙ୍କୁ ବଳାତ୍କାର ଏବଂ/କିମ୍ବା ହତ୍ୟା କରାଗଲାଣି। ଭାଜପା ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟର କୋଣ ଅନୁକୋଣେ ଅରାଜକତାର ଅଖଣ୍ଡ ରାଜୁତି। ଶାସନ ବୋଲି କିଛି ନାହିଁ। ଡବଲ୍‌ ଇଞ୍ଜିନ୍‌ ଲାଇନଚ୍ୟୁତ। ଜାତିଆଣ ହିଂସାର ନିଅଁା ପୂରା ମଣିପୁରକୁ ବ୍ୟାପିଥିବାବେଳେ ଅପରାଧ ଧାରାରେ ମଧ୍ୟ ବ୍ରେକ୍‌ ଲାଗୁନାହିଁ। ବିରୋଧୀଙ୍କ ମତରେ ଅଣଭାଜପା ଶାସିତ ରାଜ୍ୟ ହୋଇଥିଲେ କେବେଠୁ ରାଷ୍ଟ୍ରପତି ଶାସନ ଜାରି କରିସାରନ୍ତେଣି। ଅନ୍ତତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟ ଭିତରେ ମଣିପୁର ପ୍ରସଙ୍ଗରେ ବିବୃତି ରଖିବା କଥା। କିନ୍ତୁ ସେ ମୁହଁ ଖୋଲୁ ନ ଥିବାରୁ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ବିରୋଧୀ ବ୍ଲକ୍‌ ଇଣ୍ଡିଆ ଆଣିଛି ଅନାସ୍ଥା ପ୍ରସ୍ତାବ। ତଥାପି ଦେଶର ପ୍ରଧାନ ସେବକ ଗୃହକୁ ଆସୁନାହାନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶାସିତ ରାଜସ୍ଥାନରେ ଗେହଲଟ୍‌ ସରକାରଙ୍କୁ ସେ ‘ଲାଲ ଡାଏରି’ ଉପାଖ୍ୟାନ ଶୁଣାଇ ଜନ ଅଦାଲତର କାଠଗଡ଼ାରେ ଛିଡ଼ା କରାଉଛନ୍ତି। କିନ୍ତୁ ମଣିପୁରରେ କୁକି ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବା ଭଳି ଅତି ସମ୍ବେଦନଶୀଳ ଘଟଣା ବିଶ୍ୱ ଦରବାରରେ ଭାରତର ମୁଣ୍ଡ ତଳକୁ କରିଦେଇଥିବାବେଳେ ଏହା ଉପରେ ସଂସଦରେ ଦୁଇପଦ କହିବା ପାଇଁ ସମୟ ପାଉନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ଅଡ଼ିବସିଥିବା ବିପକ୍ଷ ସଦସ୍ୟମାନେ ହୋହଲ୍ଲା କରୁଥିବାବେଳେ ୨୬ ଦଳୀୟ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମଣିପୁର ଗସ୍ତ ଅବ୍ୟବହିତ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି, ତୁମର ସଂଖ୍ୟାବଳ ଥିଲେ ଆମର ବିଲ୍‌ଗୁଡ଼ିକୁ ଅଟକାଅ। ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ଏକ ସରକାରର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କେହି କେହି କହୁଛନ୍ତି, ସଂଖ୍ୟାବଳର ଅହଂକାର।
ସଂଖ୍ୟାବଳ ନ ଥିବାରୁ ଅନସ୍ଥା ପ୍ରସ୍ତାବ କାଟ୍‌ ଖାଇବା ଜାଣି ସୁଦ୍ଧା ବିରୋଧୀ ଲୋକ ସଭାରେ ଏହାକୁ ଆଗତ କରିଛନ୍ତି। ନିମ୍ନ ସଦନର ୫୪୩ ଆସନରୁ ୫ ଖାଲିପଡ଼ିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୪୪। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସର ୨୨ ଏମ୍‌ପି ଅନାସ୍ଥା ପ୍ରସ୍ତାବ ବିରୋଧରେ ଯିବା ସ୍ପଷ୍ଟ ହୋଇଥିବାବେଳେ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ର ୯ ଏମ୍‌ପି ସପକ୍ଷରେ ଭୋଟ ଦେଇପାରନ୍ତି। କାରଣ ଇଣ୍ଡିଆ ପକ୍ଷରୁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ବିଆର୍‌ଏସ୍‌ ମଧ୍ୟ ପୃଥକ୍‌ ଭାବେ ନୋଟିସ ଦେଇଛି। ଶାସକ କିମ୍ବା ବିରୋଧୀ ମେଣ୍ଟରେ ସାମିଲ ହୋଇ ନ ଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପକ୍ଷରୁ ମଣିପୁର ଉଭୟ ପକ୍ଷଙ୍କୁ ଟାର୍ଗେଟ କରାଯାଉଛି। ତେଣୁ ମାୟାବତୀଙ୍କ ୯ ଲୋକ ସଭା ସଦସ୍ୟ କେଉଁ ଆଡ଼କୁ ଢଳିବେ ଜଣାପଡ଼ୁନାହିଁ। ଏମିତିରେ ସମଦୂରତ୍ୱ ଅବଲମ୍ବନ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି)ର ୧୨ ଏମ୍‌ପିଙ୍କ ଉପରେ ନଜର ରହିଛି। ତେବେ ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡି ସମର୍ଥନ କରିଥିବାରୁ ଅନାସ୍ଥା ପ୍ରସ୍ତାବ ବେଳେ ସରକାରଙ୍କ ସପକ୍ଷରେ ଯାଇପାରେ। କିନ୍ତୁ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବା ପାଇଁ ଜୋର୍‌ ଦେଇଆସୁଥିବା ବିଜେଡି ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନକଲେ ତାକୁ ଓଡ଼ିଶାବାସୀ କିଭଳି ଗ୍ରହଣ କରିବେ ଦେଖିବା କଥା।

ସଂଖ୍ୟା ଥିଲେ ବିଲ୍‌କୁ ହରାନ୍ତୁ ବିରୋଧୀ: ପ୍ରହ୍ଲାଦ ଜୋଷୀ

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ଲୋକ ସଭାରେ ଯଦି ବିରୋଧୀ ଦଳଗୁଡ଼ିକର ସଂଖ୍ୟାବଳ ଅଛି ତେବେ ସେମାନେ ଗୃହରେ ସରକାର ଆଗତ କରୁଥିବା ବିଲ୍‌ଗୁଡ଼ିକୁ ହରାନ୍ତୁ। ଲୋକ ସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଚାରାଧୀନ ଥିବାବେଳେ ବିପକ୍ଷ ସଦସ୍ୟଙ୍କ ହଟ୍ଟଗୋଳରେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ପ୍ରହ୍ଲାଦ ଏହି ମନ୍ତବ୍ୟ ଦେଇଛନ୍ତି। ପାର୍ଲାମେଣ୍ଟ ବାହାରେ ସେ ଆହୁରି କହିଛନ୍ତି, ବିରୋଧୀ ହଠାତ୍‌ ଅନାସ୍ଥା ପ୍ରସ୍ତାବ ଆଣିବାର ମାନେ ନୁହେଁ ଯେ, କୌଣସି ସରକାରୀ କାର୍ଯ୍ୟ କରାଯିବ ନାହିଁ। ଏହା ପୂର୍ବରୁ ଗୃହ ଭିତରେ ମଧ୍ୟ ପ୍ରହ୍ଲାଦ ବିରୋଧୀ ଦଳଗୁଡ଼ିକୁ ଏହି ଚ୍ୟାଲେଞ୍ଜ ଦେଇଥିଲେ।

ଅନାସ୍ଥା ଆଲୋଚନା ନିଷ୍ପତ୍ତି ସୋମବାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ। ଏହି ସମୟରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେବ। କେବେ ଆଲୋଚନା ହେବ ତାହା ସେନେଇ ସୋମବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧ (ମଙ୍ଗଳବାର)ରେ ମୋଦି ମହାରାଷ୍ଟ୍ର ଯାଇପାରନ୍ତି। ତେଣୁ ମଙ୍ଗଳବାର ଓ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri