ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି, ସମସ୍ତଙ୍କୁ ଘାରିଛି ବିଧାୟକ ହେବା ନିଶା

ଦେବଗଡ଼, ୨୭।୭(ଶଶାଙ୍କ ଶେଖର ଝାଙ୍କର): ଯେତିକି ପାଖେଇ ଆସୁଛି ଆଗାମୀ ନିର୍ବାଚନ, ସେତିକି ଉଷ୍ମତା ବଢିଚାଲିଛି ଦେବଗଡ଼ ରାଜନୀତିରେ। ଦେବଗଡ଼ ଏକ ଛୋଟ ଜିଲା। ୭୦ଟି ପଞ୍ଚାୟତ ତିନୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିକୁ ନେଇ ଏକ ନିର୍ବାଚନମଣ୍ଡଳୀ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏଠି ରାଜନୀତି ନାହିଁ ଚାଲିଛି କୂଟନୀତି। କହିବାକୁ ଗଲେ ସମସ୍ତଙ୍କୁ ଇଚ୍ଛା ବିଧାୟକ ହେବା। ଏହି ପଦବୀ ପାଇଁ ନିର୍ଦ୍ଦିଷ୍ଟ କେତେକ ନେତ୍ରୀନେତା ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଏପରିକି ନିଜ ଭିତରେ ଚାଲିଛି ରଣନୀତି, କୂଟନୀତି ଓ ଗୋଷ୍ଠୀ କନ୍ଦଳ। କିଏ ଟିକେଟ ପାଇବ ସେଇଟା ଅଲଗା କଥା। କିନ୍ତୁ ଗୋଟିଏ ପାର୍ଟିରେ ଥାଇ ମଧ୍ୟ ଏକତ୍ରିତ ହୋଇ ରହିବା ବଦଳରେ ଚାଲିଛି ଟଣାଓଟରା। କହିବାକୁ ଗଲେ, ବିଧାୟକ ଟିକେଟ ପାଇଁ ଚାଲିଛି ପ୍ରତିଯୋଗିତା। ଜିଲାରେ ମୁଖ୍ୟ ତିନୋଟି ଦଳ ବିଜେଡି, ଭାଜପା ଓ କଂଗ୍ରେସ। କିନ୍ତୁ ବିଧାୟକ ହେବା ଲବିରେ ଏଠାକାର ନେତ୍ରୀନେତାମାନେ ନିଜ ପାଇଁ ଗାଁ ଗାଁ ବୁଲିବା ସଙ୍ଗଠନ ଆରମ୍ଭ କରିସାରିଲେଣି। ଏମିତିକି ଯେମିତି ହେଉ, ଟଙ୍କା ଦେଇ କି ହେଉ ବି ଟିକେଟ ହାତେଇବାକୁ ଲାଗିପଡିଛନ୍ତି। ବିଜେଡି କଥା ଯଦି କହିବା ଅନେକ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ। ଏଠି ବି ଖାଲି ଡ଼ାଇଲଗ୍‌ ମାରୁଛନ୍ତି ‘ହେ ନବୀନ ବାବୁ ତମେ ଆମର ପ୍ୟାନ’। କିନ୍ତୁ ସବୁ ଓଲଟା। ନିଜେ ନିଜର କଥା ଚିନ୍ତା କରୁଛନ୍ତି। ପାର୍ଟି କଥା କିଏବା ପଚାରେ। ଆଉ ଦଳରେ ଏକଜୁଟ ନାହିଁ। ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଥିବା ସମୟରେ ତୃଣମୂଳସ୍ତରରୁ ସଙ୍ଗଠନ କରାଯାଇ ଏକ ପ୍ରକାର ସମସ୍ତେ ଏକଜୁଟ ହୋଇ ପାର୍ଟି କଥା ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ୍‌ ନୂତନ ପର୍ଯ୍ୟବେକ୍ଷକ ଭାବେ ଅମରେଶ ଜେନା ଆସିବା ପରେ ଜିଲାରେ ଏକ ପ୍ରକାର ପାତରଅନ୍ତର, ଗାଁ ନେତା ସହରୀ ନେତାଙ୍କ ଟଣାଓଟରା ଚାଲିଛି। ବର୍ତ୍ତମାନ କିଛି ଦିନ ତଳେ ଯୁବ କାର୍ଯ୍ୟକାରିଣୀ ବୈଠକ ବାରକୋଟଠାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ଏବଂ ବିଜେଡି ଜିଲା ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ଅନୁଗତ୍ୟ କର୍ମୀଙ୍କ ଛଡା ଅନ୍ୟ କୌଣସି ଦଳୀୟ ନେତୃମଣ୍ଡଳୀଙ୍କୁ ନିମନ୍ତ୍ରଣ କରା ଯାଇ ନ ଥିଲା। ଫଳରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସହରବାସୀ କହିବା ଅନୁଯାୟୀ ଗାଁରୁ ଆସିଥିବା ନେତାମାନଙ୍କୁ ସହରବାସୀ ହଜମ କରିପାରୁନାହାନ୍ତି। ସବୁଆଡ଼େ ଚର୍ଚ୍ଚା ହେଉଛି ଭଲ ନେତା ଦରକାର। ଏପଟେ ଜିଲା ବିଜେଡି ସଭାପତି କୁଆଡେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଚାଲିଛି। ଏପଟେ ଭାଜପାରେ ମଧ୍ୟ ଚାଲିଛି ଖଣ୍ଡ ଯୁଦ୍ଧ। ଏଠି ବି ଅନେକ ଆଶାୟୀ ପ୍ରାର୍ଥୀ ହେବାକୁ। ଏଠି ବି ନିଜର ସ୍ବାର୍ଥ ପାଇଁ ବିଧାୟକ୍‌ ଟିକେଟ ଲବି କରିବା ସହ ଟଙ୍କାରେ ଟିକେଟ କିଣି ଆଣିବି ବୋଲି ଭାବୁଥିବା ଚର୍ଚ୍ଚା ହେଉଛି। କିଛି ମାସ ପୂର୍ବରୁ ଭାଜପା ଜିଲା ସଭାପତି ମଧ୍ୟ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେଇ ପୁରୁଣା ମୁହଁ ଅରୁଣ ସାହୁ ନୂତନ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। କହିବାକୁ ଗଲେ ଭାଜପାରେ ମଧ୍ୟ ତୁତୁ ମେମେ ଲାଗିରହିଛି। କଂଗ୍ରେସର ମଧ୍ୟ ସମାନ ଅବସ୍ଥା। ଏହି ଦଳରେ କିଛି ମାସ ପୂର୍ବରୁ ଜିଲା ସଭାପତି ପରିବର୍ତ୍ତନ କରାଯାଇଛି। ନୂତନ ଭାବେ ସେମ ହେମ୍ରମ କଂଗ୍ରେସ ଜିଲା ସଭାପତି ଦାୟିତ୍ୱ ପାଇଲା ପରେ ଏଠି ମଧ୍ୟ ପାର୍ଟି କଥା କେହି ଚିନ୍ତା ନ କରି ନିଜ ଜିଦ୍‌ରେ ନିଜେ ଚଳାଇଛନ୍ତି ରାଜନୀତି। ନୂତନ ସଭାପତିଙ୍କ ନାମ ଘୋଷଣା ପରେ ଏକ ପ୍ରକାର ବିଦ୍ରୋହ ଆରମ୍ଭ ହୋଇଛି। ସହର ସମେତ ତିନି ବ୍ଲକରୁ ସଦସ୍ୟା ଓ ସଦସ୍ୟମାନେ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ନୂଆ ସଭାପତି ନିଜର ସଙ୍ଗଠନ ଆରମ୍ଭ କରି ନୂତନ ପଦ ପଦବୀ ପୂରଣ କରିବା ସହ ଦାୟିତ୍ୱ ନେଉଥିବା ଜଣାପଡ଼ିଛି। ସମସ୍ତ ପ୍ରମୁଖ ତିନି ଦଳର ନେତାମାନେ ଆଉ ପାର୍ଟି କଥା ଚିନ୍ତା ନ କରି ନିଜ ସ୍ବାର୍ଥରେ ଲାଗିପଡ଼ିଛନ୍ତି। ଏଇଠି କଥା ଉଠୁଛି ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି। ଦେବଗଡ଼ ଉନ୍ନତି କଥା ଆଉ କାହାରି ଚିନ୍ତା ନାହିଁ, ଖାଲି ବିଧାୟକ ହେବା ଚିନ୍ତା ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri