ବନ୍ୟଜନ୍ତୁଙ୍କ ଆତଙ୍କରେ ଗାଁ ରାସ୍ତା ଶୂନ୍‌ଶାନ

ନୂଆପଡ଼ା,୨୪।୭(ମକାରୁ ବେମାଲ): ନୂଆପଡା ଜିଲାରେ ହିଂସ୍ରଜନ୍ତୁଙ୍କ ଆତଙ୍କରେ ଶିକ୍ଷା ଓ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ଜିଲାର ଉତ୍ତର ଦିଗକୁ ସିନାପାଲି ବ୍ଲକ ସୀମାନ୍ତରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଦକ୍ଷିଣରେ ନୂଆପଡା ବ୍ଲକରେ ବାଘ ଆତଙ୍କ ଖେଳାଉଛି। ଜିଲାର ମଧ୍ୟ ଭାଗ କୋମନା ବ୍ଲକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ଜଲାରେ ବନ୍ୟଜନ୍ତୁଙ୍କ ଦୌରାମତ୍ ଯୋଗୁ ଲୋକେ ଆତଙ୍କିତ ହୋଇ ପିଲାଛୁଆଁଙ୍କୁ ବାହାରକୁ ଛାଡୁନାହାନ୍ତି। ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ଯାଉ ନ ଥିବାରୁ ପାଠପଢ଼ାରେ ବ୍ୟାହତ ହେଉଛି। ବର୍ତ୍ତମାନ ଚାଷ ସମୟ ବାଘ, ଭାଲୁ, ହାତୀ ଆତଙ୍କରେ ଭୟଭୀତ ହୋଇ ଲୋକେ ଚାଷ ଜମିକୁ ମଧ୍ୟ ଯାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀଙ୍କ ରୁଆ, ବେଉଷଣ କାର୍ଯ୍ୟ ବତର (ଉପଯୁକ୍ତ ପାଣି) ହୋଇଥିଲେ ମଧ୍ୟ ଚାଷ ଜମିକୁ ଯିବା ପାଇଁ ଚାଷୀ ଭୟ କରୁଛି। କୋମନା ବିଜାଖମନ ଜଙ୍ଗଲରେ ଗତ ୧୬ ତାରିଖରେ ଭାଲୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ପୁଣି ୧୮ ତାରିଖରେ ସେହି ଜଙ୍ଗଲରେ ୪ଜଣ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇନ୍ତି। ଏ ସବୁ ଶୁଣି ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି। ଗତ ୨୦ରେ ସଦର ରେଞ୍ଜ ଆମାନାରା ପଞ୍ଚାୟତ ତରିଆମହୁଆଭଟାରେ ଗୋବିନ୍ଦ ନାଏକଙ୍କ ବାଛୁରିକୁ ଗୁହାଳରୁ ବାଘ ଖାଇବା ପରେ ଅଞ୍ଚଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତରିଆମହୁଆଭଟା ପ୍ରସ୍ତାବିତ ସଂରକ୍ଷିତ ମୁଷରଙ୍ଗୀ ଜଙ୍ଗଲକୁ ଲାଗି ୧୦ଟି ଡୋଙ୍ଗରୀ (ଛୋଟ ପାହାଡ) ରହିଛି। ଏହି ଡଙ୍ଗର ମଧ୍ୟ ଭାଗରେ ତରିଆମହୁଆଭଟା ରହିଥିବା ବେଳେ ଜଙ୍ଗଲକୁ ଲାଗି ପାୱାରତୋଳା, ସୁକ୍ଲିଡୁବରୀ, ଜରିଡିହି, ମୋହରାଡିହି ଆଦି ଗାଁ ରହିଛି। ପାହାଡିଆ ଓ ଜଙ୍ଗଲରେ ଦିନ ବେଳେ ବାଘ ବୁଲୁଥିବାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି। ଗାଁରେ ମଧ୍ୟ ତାଟି କବାଟ ବନ୍ଦ ରହୁଥିବାରୁ ଜନଶୂନ୍ୟ ଭଳି ଜଣାପଡୁଛି। ଭୟରେ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉ ନ ଥିବା ବେଳେ ଚାଷୀମାନେ ଚାଷ ଜମିକୁ ଯାଉନାହାନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋମନା ବନ ବିଭାଗ ପକ୍ଷରୁ ବିଜାଖମନ ଜଙ୍ଗଲରେ ଲଟାବୁଦା ସଫା କରାଯାଉଥିବା ବେଳେ ନୂଆପଡା ବନ ବିଭାଗ ଦେଖାନାହିଁ। ଆତଙ୍କିତ ଅଞ୍ଚଳକୁ ମଧ୍ୟ ଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ନୂଆପଡା ବନ ବିଭାଗ ରେଞ୍ଜର ବିନିତା ଭୋଇଙ୍କୁ ଯୋଗାଯୋଗ କରିବାରୁ ହୋଇ ପାରିଲାନାହିଁ। ଚାଷୀଙ୍କୁ ବନଜନ୍ତୁଙ୍କ କବଳରୁ ସୁରକ୍ଷା ଯୋଗାଇ ନ ଦେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଦାଦନ ସଂଖ୍ୟା ଜିଲାରେ ବଢିବ ବୋଲି ବୃଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri