ବୌଦ୍ଧ/ପୁରୁଣାକଟକ,୨୨ା୭(ଅଜିତ କୁମାର ବାରିକ/ ସୁକାନ୍ତ ପଟ୍ଟନାୟକ)କୌଣସି କଥାକୁ ନେଇ କେତେଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ା ଏହାକୁ ନେଇ ଶନିବାର ସକାଳେ ଜଣେ ଅଭିଭାବକ କାହାକୁ କିଛି ନ ଜଣାଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କଲେ ପ୍ରତିବାଦ ା ଫଳରେ ଦୀର୍ଘ ସମୟ ଧରି ବାହାରେ ଛିଡା ହେବାରୁ ୮ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ା ଏହି ଘଟଣା ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ା
ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଖେଳଛୁଟି ସମୟରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ା ପରେ ସମ୍ପୃକ୍ତ ଛାତ୍ରଙ୍କୁ ଦୁଇଜଣ ଛାତ୍ରୀଛାତ୍ର ମିଶି ମାଡ଼ମାରିଥିଲେ ା ଏନେଇ ଛାତ୍ର ଜଣକ ଘରକୁ ଯାଇ ନିଜ ମା’ ବାପାଙ୍କୁ କହିଥିଲେ ା ଶନିବାର ସକାଳୁଆ ବିଦ୍ୟାଳୟ ଥିବାରୁ ମାଡ଼ ଖାଇଥିବା ଛାତ୍ରଙ୍କ ବାପା କାହାକୁ କିଛି ନ ଜଣାଇ ସିଧା ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ା ଫଳରେ ବିଦ୍ୟାଳୟ ବାହାରେ ଶତାଧିକ ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଥିଲେ ା ବହୁ ସମୟ ଧରି ବୁଝାଶୁଝା କରିବା ପରେ ଅଭିଭାବକ ଜଣକ ଗେଟ ଖୋଲିବାରୁ ସମସ୍ତେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ ା ମାତ୍ର ଖରା ହେଉଥିବାରୁ ଏହା ଭିତରେ ଷଷ୍ଠ ଶ୍ରେଣୀର ଜଣେ, ଚତୁର୍ଥ ଶ୍ରେଣୀର ୨ଜଣ, ସପ୍ତମର ୩ ଜଣ, ଅଷ୍ଟମ ଶ୍ରେଣୀର ୨ଜଣଙ୍କୁ ମିଶାଇ ମୋଟ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଥିଲେ ା ସେମାନଙ୍କୁ ସଙ୍ଗେସଙ୍ଗେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ା ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଚିରଞ୍ଜୀବୀ ଭୋକ୍ତାଙ୍କୁ ପଚାରିବାରେ ପିଲା ପିଲା ଭିତରେ ଶୁକ୍ରବାର ପାଟିତୁଣ୍ଡ ହୋଇ ମାଡଗୋଳ ହୋଇଥିଲା ା ସେଦିନ ପିଲାମାନେ ଶିକ୍ଷକଙ୍କୁ ଏ ବିଷୟରେ କିଛି ଜଣାଇ ନ ଥିଲେ ା ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅଭିଭାବକ କିଛି ନ କହି ଫାଟକରେ ତାଲା ପକାଇ ଦେଇଥିଲେ ା ଖରାରେ ଛିଡାହୋଇ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଲେ ା ଖବରପାଇ ଏବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କୁ ବୁଝାଶୁଝା କରିବା ସହିତ ସାମାନ୍ୟ କଥାକୁ ନେଇ ଏଭଳି କରିବା ଠିକ୍ ନୁହେଁ ବୋଲି କହି ତାଗିଦ୍ କରିଥିବା ସେ କହିଛନ୍ତି ା
Posted inHome, Home Left, ଆମ ଜିଲା ଖବର, ବୌଦ୍ଧ View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
Archives


