ଭିନ୍ନକ୍ଷମ ଚାଷୀ ଶୋଷିତ, ନିର୍ଯାତିତ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାର ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଧାନ ସଂଗ୍ରହ ତଥା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ ବିଭାଗୀୟ ଜିଲା ମୁଖ୍ୟ ଏଆରସିଏସ୍‌ ହାତ ଟେକି ଦେଉଛନ୍ତି। ଏପରିକି ଭିନ୍ନକ୍ଷମ ଚାଷୀଙ୍କୁ ମଧ୍ୟ ହଇରାଣ କରିବାରେ ସମ୍ପାଦକମାନେ ସଙ୍କୋଚ କରୁନାହାନ୍ତି। ଏଭଳିସ୍ଥିତିରେ ଏଆର୍‌ସିଏସ୍‌ ଏବଂ ସମ୍ପାଦକମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଜିଲାର ରେଖିଦେଈପୁର ପାକ୍ସରେ ଭିନ୍ନକ୍ଷମ ଚାଷୀ ରଞ୍ଜନ କୁମାର ପରିଡ଼ା ଋଣ ଟଙ୍କା ପରିଶୋଧ କରିବା ପରେ ବି ତାଙ୍କୁ ଧକ୍କା ମାରି ତଡ଼ି ଦେବା ଭଳି ଅଭିଯୋଗ ହୋଇଛି। ସେହିପରି ଚାଷୀ କପିଳେଶ୍ୱର ପ୍ରଧାନ ଧାନ ଦେଇ ୩ ମାସ ହେବ ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତିର ଯୁଗ୍ମ ନିବନ୍ଧକ ଏବଂ ଯାଜପୁର ଜିଲା ଯୋଗାଣ ଅଧିକାରୀ ଏଆର୍‌ସିଏସ୍‌ଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଅଭାବୀ ବିକ୍ରି ପରିସ୍ଥିତିରେ ସୁଧାର ଆଣିବା ନେଇ ସରକାର ପାକ୍ସରେ ଧାନ ବିକ୍ରି ବ୍ୟବସ୍ଥା କରିଛନ୍ତି। କିନ୍ତୁ ଗତ ପ୍ରାୟ ୮ ବର୍ଷ ହେବ ପାକ୍ସରେ ଚାଷୀ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ମଧ୍ୟ ଧାନ ବିକ୍ରି ନ ହେବା, ନକଲି ଚାଷୀ ଓ ଟୋକନ ପ୍ରସ୍ତୁତ କରାଯାଇ ଧାନ ବିକ୍ରି ଭଳି ଗୁରୁତର ଅଭିଯୋଗ ହୋଇଆସୁଛି। ହେଲେ ସରକାରୀ ଅଧିକାରୀମାନେ କୌଣସି ପ୍ରକାର ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସମ୍ପାଦକମାନଙ୍କ ମନମାନି ବୃଦ୍ଧି ପାଉଛି। ସରକାରଙ୍କ ଖାଦ୍ୟ ନୀତି ଅନୁସାରେ ଚାଷୀଙ୍କଠାରୁ ପାକ୍ସ ଜରିଆରେ ଧାନ ସଂଗ୍ରହ ହେବ। ପାକ୍ସରୁ ଧାନ ମିଲର୍ସଙ୍କ ନିକଟକୁ ଯିବ ଏବଂ ସେହି ଅନୁପାତରେ ଚାଉଳ ଦାଖଲ କରିବ। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରେ ପ୍ରାପ୍ୟ ପ୍ରଦାନ କରାଯିବ ସେ ନେଇ ସରକାର ନିର୍ଦ୍ଦେଶନାମା କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହାର ଓଲଟା ହେଉଛି। ଅନେକ ପାକ୍ସରେ ଧାନ ସଂଗ୍ରହ ହେଉ ନ ଥିବାବେଳେ ଚାଷୀଙ୍କୁ ସିଧାସଳଖ ମିଲ୍‌ରେ ଧାନ ଦେବାକୁ କୁହାଯାଉଛି। ଅଭିଯୋଗ ଅନୁସାରେ ଧର୍ମଶାଳା ବ୍ଲକ ରାଧାକାନ୍ତପୁର ଗ୍ରାମର ଚାଷୀ କପିଳେଶ୍ୱର ପ୍ରଧାନ ରେଖିଦେଈପୁର ପାକ୍ସରେ ୪୫.୩୯ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ହେଲେ ୩ ମାସ ହେଲା ପରେ ବି ସେ ଧାନର ପ୍ରାପ୍ୟ ୯୨,୫୯୫.୬୦ ଟଙ୍କା ପାଇନାହାନ୍ତି। ଏନେଇ ସେ ବାରମ୍ବାର ପାକ୍ସରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରାଯାଉନାହଁି। ଭୁଲ୍‌ ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରାଯାଇଥିବାରୁ ତାଙ୍କ ଆକାଉଣ୍ଟକୁ ପ୍ରାପ୍ୟ ଆସିଲା ନାହିଁ।
ଅନ୍ୟ ଏକ ଅଭିଯୋଗ ଅନୁସାରେ ରେଖିଦେଈପୁର ପାକ୍ସ ସମ୍ପାଦକ ଅକ୍ଷୟ କୁମାର ବେହେରା ଋଣ ପରିଶୋଧ ପାଇଁ ଭିନ୍ନକ୍ଷମ ଚାଷୀ ରଞ୍ଜନ କୁମାର ପରିଡ଼ାଙ୍କ ସ୍ତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଅସୁଲି କରିଥିଲେ। କିନ୍ତୁ ଏହାର ରସିଦ ମାଗିବାରୁ ସେ ଟଙ୍କା ନେଇ ନ ଥିବା ସମ୍ପାଦକ କହିଥିଲେ। ଏହାସହ ଧାନ ବିକ୍ରି କରିବାକୁ କାଗଜପତ୍ର ଦେଇଥିଲେ ହେଁ ଉଦ୍ଦେଶ୍ୟମୂଳକ ଭାବେ ପଞ୍ଜୀକରଣ କରି ନ ଥିଲେ। ଫଳରେ ସେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଲେ। ଏହାପରେ ସେ ଏଆର୍‌ସିଏସ୍‌ଙ୍କ ଦ୍ୱାରସ୍ଥ ହେଲେ। ରେଖିଦେଈପୁର ପାକ୍ସରେ ଏଆରସିଏସ୍‌ଙ୍କ ଉପସ୍ଥିତିରେ ଅଭିଯୋଗର ତଦନ୍ତ ହେଲା। ଚାଷୀ ପରିଡ଼ା ଏବଂ ତାଙ୍କ ସ୍ତ୍ରୀ ଦୁହେଁ ତଦନ୍ତରେ ଭାଗ ନେଇଥିଲେ। କିନ୍ତୁ ତଦନ୍ତ କ’ଣ ହେବ ତାଙ୍କୁ ସେଠାରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହି ଦୁଇଟି କେବଳ ଉଦାହରଣ ମାତ୍ର, ଯାଜପୁର ଜିଲାରେ ଏଭଳି ଏକାଧିକ ଚାଷୀ ଶୋଷଣ ନୀତି ଚାଲିଥିଲେ ହେଁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଭିନ୍ନକ୍ଷମ ଚାଷୀ ମିଥ୍ୟା ଅଭିଯୋଗ କରିଥିଲେ। ଏହାର ତଦନ୍ତ ହୋଇ ସାରିଛି, ଶୀଘ୍ର ରିପୋର୍ଟ ପ୍ରକାଶ ପାଇବ। ଏହାପରେ ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି କପିଳେଶ୍ୱର ପ୍ରଧାନଙ୍କ ମାମଲା ଉପରେ ବିଚାର କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri