ରାହାଡ଼ପୁର ପାହାଡ଼ ନିକଟରେ ଧାରଣା

ଯାଜପୁର ଅଫିସ/କବାଟବନ୍ଧ, (ଡି.ଏନ.ଏ.)୩।୫ : ପ୍ରଶାସନିକ ଅଧିକାରୀ ଓ ଖଣି ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ବନ୍ଦ କର। କେତେ ଟଙ୍କା ଲାଞ୍ଚ ନେଇ ମୁହଁ ବନ୍ଦ କରିଛ। ଧର୍ମଶାଳା ତହସିଲ ହାଏ ହାଏ। ସରକାରଙ୍କ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଗିରଫ କର। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଚାଲିଥିବା ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଭିଯୋଗ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ଅନେକ ପ୍ରକାର ଲିଖିତ ଫ୍ଲାକାର୍ଡ ଧରି ଏଭଳି ନାରାବାଜି କରିଛନ୍ତି। ବାୟୁ ଓ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀଙ୍କ ଏହି ଆନ୍ଦୋଳନ ଜିଲା ପ୍ରଶାସନର ପାରିବାପଣିଆ ଏବଂ ସ୍ବଚ୍ଛତାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳା ତହସିଲରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ, ଦୁର୍ନୀତି, ପ୍ରୀୟାପ୍ରୀତିକୁ ନେଇ ନିୟମିତ ଭାବେ ଆନ୍ଦୋଳନ ଏବଂ ଲୋକାୟୁକ୍ତ, ହାଇକୋର୍ଟ ଓ ଏନ୍‌ଜିଟିରେ ମାମଲା ରୁଜୁ ହୋଇ ସାରା ରାଜ୍ୟରେ ବଦନାମ ହେଉଥିଲେ ହେଁ କିଛି ଲାଭ ହେଉନାହିଁ। ବରଂ ଚୋର ମୁହଁ ଟାଣ ନୀତିରେ ମୂଲ୍ୟବାନ କଳାପଥର ହରିଲୁଟ ଅଭିଯୋଗ ବଢିବଢି ଚାଲିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଦିଆଯାଇଥିବା ପ୍ରତିଶ୍ରୁତି ବି ଫସର ଫାଟିଛି। ସଂପୃକ୍ତ ତହସିଲ ପ୍ରଶାସନିକ ଅଧିକାରୀମାନେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ କେବଳ ପତ୍ର ଲେଖି ନୀରବି ଯାଉଛନ୍ତି। ଜିଲାପାଳ ମଧ୍ୟ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜର ପଦମର୍ଯ୍ୟାଦା ହରାଉଥିବା ସାଧାରଣରେ ମତପ୍ରକାଶ ପାଇଛି।
ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରେ ହେଉଥିବା ୱାଗନ ବ୍ଳାଷ୍ଟିଂ ଓ ଅଣ ଲିଜ୍‌ ଖାଦାନରୁ ପଥର ଉତ୍ତୋଳନକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ମଙ୍ଗଳବାର ପାହାଡ଼ ନିକଟରେ ଧାରଣା ଦେଇଛନ୍ତି। ପାହାଡ଼ରେ ହେଉଥିବା ବେଆଇନ ବ୍ଳାଷ୍ଟିଂ ଓ ବିନା ଲିଜ୍‌ରେ କଳାପଥର ଲୁଟ୍‌ କାରବାରକୁ ବନ୍ଦ କରିବା, ସ୍ଥାନୀୟ ଲୋକଙ୍କୁ ଖାଦାନରେ କାମ ଦେବା ଇତ୍ୟାଦି ଦାବି କରି ଧର୍ମଶାଳା ତହସିଲ ଓ ଯାଜପୁର ଜିଲାପାଳଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଫଳରେ ଅସନ୍ତୋଷ ଅଞ୍ଚଳବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଦୁଃଶାସନ ଘଡେଇ, ଅରୁଣ କୁମାର ଭାରତି, କଳ୍ପତରୁ ମଲିକ, ସରୋଜ ମଲିକ, ବଳଦେବ, ରାଉତ, ବାବୁଲି ଜେନା, ନିତ୍ୟାନନ୍ଦ ବେହେରା, ହିମାଂଶୁ ଶେଖର ସ୍ବାଇଁ ପ୍ରମୁଖ ସାମିଲ ହୋଇଛନ୍ତି। ଦାବି ପୁରଣ ନ ହେବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। କେବଳ ରାହାଡ଼ପୁର ନୁହେଁ ଆରୁହା, ବାଜବାଟୀ, ଲୁଣିବର, ଡଙ୍କାରୀ ଇତ୍ୟାଦି ୫୦ରୁ ଊର୍ଦ୍ଧ୍ୱ ଖାଦାନରୁ ବେଆଇନ ଲୁଟ ଚାଲିଛି। ଆରୁହା ପାହାଡ଼ର ସୈରାତ ନମ୍ବର ୩୪/୨୦୨୧-୨୨ରୁ ଲିଜ୍‌ଧାରୀଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ଏହାର ବହୁଗୁଣ ୧ ଲକ୍ଷ ୮ ହଜାର ଘନମିଟର କଳାପଥର ଉତ୍ତୋଳନ ହୋଇଛି। ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ୧୧ ତାରିଖରେ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ଏହା ଜଣାପଡିଛି। ଏନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ ୧୫ ତାରିଖରେ ଲିଜ୍‌ଧାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। କେବଳ ଆରୁହା ନୁହେଁ ଅନ୍ୟ ଖାଦାନଗୁଡିକରୁ ମଧ୍ୟ ଲୁଟ୍‌ କାରବାର ଜୋରସୋର ଚାଲିଥିବା ଅଭିଯୋଗ ହେଉଥିଲେ ବି ତହସିଲ ପ୍ରଶାସନର ନୀରବଦ୍ରଷ୍ଟା ସେମାନଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳା ତହସିଲଦାରଙ୍କୁ ଏନେଇ କେହି ପଚାରିବାକୁ ଉଦ୍ୟମ କଲେ ତାଙ୍କ କଥା ମଧ୍ୟ ଶୁଣିବାକୁ ପସନ୍ଦ କରୁନାହାନ୍ତି। ଏଥିରୁ ତାଙ୍କ ପଛରେ ବହୁ ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ଏନେଇ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri