Posted inଜାତୀୟ

ସାମ୍ନାକୁ ଆସିଲା ଦାନ୍ତଓ୍ବୋଡା ବିସ୍ଫୋରଣ ଘଟଣାର ଭିଡିଓ, ମୃତ୍ୟୁକୁ ଖାତିର ନ କରି ଲଢ଼ିଥିଲେ ଯବାନ

ରାୟପୁର,୨୭ା୪: ଦାନ୍ତଓ୍ବୋଡାରେ ବୁଧବାର ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଗୋଟିଏ ଦିନରେ ପରେ ଅର୍ଥାତ୍‌ ଗୁରୁବାର ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରୁ କିପରି ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ଦେଖିବାକୁ ମିଳିଛି। ଭିଡିଓଟି ଆକ୍ରମଣର କିଛି ସମୟ ପୂର୍ବର ବୋଲି ଜଣାପଡ଼ିଛି। ଆକ୍ରମଣ ସମୟରେ ଜଣେ ଯବାନ ଗାଡ଼ି ପଛରେ ଆଶ୍ରୟ ନେଇଥିଲେ। ଏହା ସହିତ ଯବାନ ମାଓବାଦୀଙ୍କ ଉପରେ ଗୁଳି ଚଳାଇବାରେ ସଫଳ ହୋଇଥିଲେ।

ଗ୍ରାମବାସୀ ମଧ୍ୟ ଏହି ଆକ୍ରମଣର ରେକର୍ଡ କରିଥିଲେ। ଯଦିଓ ପୋଲିସ ଏପର୍ଯ୍ୟନ୍ତ ଭିଡିଓକୁ ନିଶ୍ଚିତ କରିନାହିଁ। ଭିଡିଓରେ, ବିସ୍ଫୋରଣ ପରେ ଜଣେ ଯବାନ ରାସ୍ତା କଡ଼ରେ ଘୁଷୁଡି ଘୁଷୁଡ଼ି ଯାଇ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିବାର ନଜର ଆସିଛନ୍ତି। ଏକ ସୂତା ପରି ବସ୍ତୁ ମଧ୍ୟ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳେ, ଯାହା ବିସ୍ଫୋରକ ଉପକରଣ ବୋଲି ଅନୁମାନ କରାଯାଉଛି। ଏହି ଲ୍ୟାଣ୍ଡମାଇନ୍‌ରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ି ଉଡ଼ିଯାଇଥିଲା।

ଜଣେ ବ୍ୟକ୍ତି ଭିଡିଓରେ ‘ଉଡ୍‌ ଗୟା, ପୂରା ଉଡ୍‌ ଗୟା’ ବୋଲି କହୁଥିବାର ମଧ୍ୟ ଶୁଣିବାକୁ ମିଳେ। ତେବେ ଏହା ସ୍ଥାନୀୟ ଲୋକ କିମ୍ବା ଆକ୍ରମଣକାରୀ କିମ୍ବା ସୁରକ୍ଷା କର୍ମୀଙ୍କ ସ୍ବର ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ପ୍ରକାଶ ଯେ, ବୁଧବାର ଅପରାହ୍ନରେ ଦାନ୍ତଓ୍ବୋଡାର ଆରନପୁର ରୋଡରେ ମାଓବାଦୀମାନେ ଏକ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଜିଲା ରିଜର୍ଭ ଗାର୍ଡ (DRG)ର ଏକ ଟିମ୍‌ ଏକ ଗାଡ଼ିରେ ନିଜ ମୁଖ୍ୟାଳୟକୁ ଫେରୁଥିବା ବେଳେ ଆରନପୁର ରାସ୍ତାରେ ଲଗାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇ ଅତି କମ୍‌ରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।

ଇନ୍ସପେକ୍ଟର ଜେନେରାଲ ପୋଲିସ (ବସ୍ତର ରେଞ୍ଜ) ସୁନ୍ଦରରାଜ ପି କହିଛନ୍ତି, ଆରନପୁର ପୋଲିସ ଷ୍ଟେଶନ ସୀମା ମଧ୍ୟରେ ରାତି ୧ଟାରୁ ୧.୩୦ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା, ଯେତେବେଳେ ରାଜ୍ୟ ପୋଲିସର ଜିଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଏକ ଟିମ୍‌ ସର୍ଚ୍ଚ ଅପରେଶନରେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri