ଜଟଣୀ ଆଇଓସିଏଲ୍‌ ଟର୍ମିନାଲରେ ମକ୍‌ଡ୍ରିଲ୍‌ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ

ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍‌ପିଜି ଇମ୍‌ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ ହେବାକୁ ଯାଉଥିବା ଓଡ଼ିଶାସ୍ଥିତ ଆଇଓସିଏଲ୍‌ର ଚିଫ ଜେନେରାଲ ମ୍ୟାନେଜର(ସିଜିଏମ୍‌) ଶୁଭୋଜିତ ଘୋଷ କହିଛନ୍ତି। ଜଟଣୀସ୍ଥିତ ଆଇଓସିଏଲ ସ୍ମାର୍ଟ ଟର୍ମିନାଲ ପରିସରରେ ସୁରକ୍ଷା ଓ ନିରାପତ୍ତା ଉପରେ ମଙ୍ଗଳବାର ଅନୁଷ୍ଠିତ ମକ୍‌ଡ୍ରିଲ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସିଜିଏମ୍‌ ଘୋଷ ଏହା କହିଥିଲେ। ୧୧ ଶହ କୋଟି ଟଙ୍କା ନିବେଶରେ ଉପରୋକ୍ତ ୩ଟି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ନିଯୁକ୍ତି ସୃଷ୍ଟି ହେବ। ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ କିପରି ସବ୍‌ସିଡି ସୁବିଧା ଦିଆଯାଇ ସୋଲାର ବ୍ୟବସ୍ଥା କରାଯାଉଛି ସେ ନେଇ ସୂଚନା ଦେଇଥିଲେ। ଏଥିସହ ବିଭିନ୍ନ ସମୟରେ ତେଲ ଚୋରି ଭଳି ଘଟଣାକୁ ରୋକିବା ପାଇଁ ଇ-ଲକିଂ ବ୍ୟବସ୍ଥା ପ୍ରଚଳନ ସହ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଉପରେ ଆଇଓସିଏଲ୍‌ କିପରି ଗୁରୁତ୍ୱ ପ୍ରଦାନ କରୁଛି ସେନେଇ କହିଥିଲେ। ସାମାଜିକ ଦାୟିତ୍ୱବୋଧରେ ପରିବେଶ, ସ୍ବାସ୍ଥ୍ୟସେବା, ପରିମଳ, ପାନୀୟ ଜଳ ସୁବିଧା, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଆଦି ବିଭିନ୍ନ କ୍ଷେତ୍ରରେ କମ୍ପାନୀ କାର୍ଯ୍ୟ କରୁଛି। ସେହିପରି ରାଜସ୍ବ ଆଦାୟ କ୍ଷେତ୍ରରେ ଦେଶର ଏହି ବୃହତ କମ୍ପାନୀ ‘ଫର୍ଚୁନ୍‌-୫୦୦ ଇଣ୍ଡିଆ’ ତାଲିକାରେ ଶୀର୍ଷସ୍ଥାନ ଓ ୨୦୧୯ ‘ଫର୍ଚୁନ୍‌ ଗ୍ଲୋବାଲ୍‌-୫୦୦’ରେ ୧୧୭ ସ୍ଥାନ ଅଧିକାର କରିଛି। ୩୩ ହଜାରରୁ ଅଧିକ ଶ୍ରମଶକ୍ତି, ବ୍ୟାପକ ଶୋଧନ, ବିତରଣ, ବଜାରୀକରଣ ଭିତ୍ତିଭୂମି, ଉନ୍ନତ ଅନୁସନ୍ଧାନ ଓ ବିକାଶ ସୁବିଧା ସହ ସାମାଜିକ-ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା କମ୍ପାନୀ ଗ୍ରହଣ କରିପାରିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ କମ୍ପାନୀ ୬,୦୫,୯୨୪ କୋଟି ଟଙ୍କା ବ୍ୟବସାୟ ସହ ୧୬,୮୯୫ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ କରିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍‌ (ଅପରେଶନ୍‌) ରବି କୁମାର, ଜଟଣୀ ଟର୍ମିନାଲର ଜିଏମ୍‌ ଏନ୍‌.ସି. ସେଠୀ, କଲିକତା କର୍ପୋରେଟ କମ୍ୟୁନିକେଶନର ଜିଏମ୍‌ ଅରୂପ ଦାସ, ଚିଫ୍‌ ମ୍ୟାନେଜର ଶ୍ରୀନିବାସ ପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଜଟଣୀ ସ୍ମାର୍ଟ ଟର୍ମିନାଲ ପରିସରରେ ସୁରକ୍ଷା ଓ ନିରାପତ୍ତା ଉପରେ ଆଇଓସିଏଲ୍‌ କିପରି ସବୁବେଳେ ପ୍ରସ୍ତୁତ ରହିଛି ସେ ନେଇ ମକ୍‌ଡ୍ରିଲ୍‌ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ହଠାତ୍‌ ଯଦି ତେଲ ଲିକ୍‌ ହୋଇ ନିଅଁା ଲାଗି ଯାଏ ବା କୌଣସି ଦୁର୍ଘଟଣା ଘଟେ ଦାୟିତ୍ୱରେ ଥିବା କର୍ମଚାରୀ କିପରି ପ୍ରଥମେ ଜୋର ପାଟି କରିବା, ୱାକିଟକି ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା, ସାଇରନ୍‌ ବାଜିବା ଆଦି ରହିଥିବା ବିଭିନ୍ନ ପର୍ଯ୍ୟାୟର ସୁରକ୍ଷା ବ୍ୟବସ୍ଥା ଏହି ମକ୍‌ଡ୍ରିଲରେ ସ୍ଥାନ ପାଇଥିଲା। ରହିଥିବା କୋମ୍‌ବାଟ ଟିମ୍‌, ଅକ୍ସିଲାରି ଟିମ୍‌ ଓ ରେସ୍‌କ୍ୟୁ ଟିମ୍‌ର ତାଲିମପ୍ରାପ୍ତ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ କରିବା, ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ଆଦି ନାନା ସୁରକ୍ଷା ସମ୍ବନ୍ଧିତ ମକ୍‌ଡ୍ରିଲ ମାଧ୍ୟମରେ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri