ଗୋପନୀୟ ତଥ୍ୟ ବିକ୍ରି ହେଉଥିବା ବଜାରରେ ୟୁରୋପୋଲ ପକାଇଲା ତାଲା…

ଦ ହେଗ୍‌,୬।୪ : ଅନ୍ତର୍ଜାତୀୟ ପୋଲିସ ସବୁଠୁ ବିପଜ୍ଜନକ ବଜାରରେ ତାଲା ପକାଇଛି। ଏହି ବଜାରରେ ଲୋକଙ୍କ ଗୋପନୀୟ ତଥ୍ୟ ଚୋରି କରି ସାରା ବିଶ୍ୱର ହ୍ୟାକର୍ସମାନଙ୍କୁ ବିକ୍ରି କରାଯାଉଥିଲା। ୧୭ ଟି ଦେଶ ସହ ଜଡିତ ଏହି ଆଇନ ପ୍ରଣୟନକାରୀ ସଂସ୍ଥା ଜେନେସିସ ମାର୍କେଟ ବନ୍ଦ କରି ଏହାର ଭିତ୍ତିଭୂମିକୁ ଜବତ କରିଛି।

ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ଏବଂ ଡଚ ନ୍ୟାଶନାଲ ପୋଲିସ (ପଲିଟି) ଙ୍କ ନେତୃତ୍ୱରେ ଏହି ଅନ୍ତର୍ଜାତୀୟ ସ୍ବିପ ଅପରେଶନ ସମୟରେ ୟୁରୋପୋଲର ମୁଖ୍ୟାଳୟରେ ଏକ କମାଣ୍ଡ ପୋଷ୍ଟ ପ୍ରତିଷ୍ଠା କରାଯାଇଥିଲା। ହ୍ୟାକରଙ୍କ ବିରୋଧରେ ବିଶ୍ୱବ୍ୟାପୀ କଟକଣା ଜାରି କରି ୧୧୯ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ, ୨୦୮ ସମ୍ପତ୍ତି ଜବତ ହୋଇଥିଲା ।

ୟୁରୋପୋଲ ବିବୃତ୍ତି ଅନୁଯାୟୀ, ଜେନେସିସ ମାର୍କେଟ ସବୁଠୁ ବଡ ସାଇବର ଅପରାଧର ଅଞ୍ଚଳ ଥିଲା। ଜେନେସିସି ଡିଜିଟାଲ ଉତ୍ପାଦ ବିକ୍ରୟ କରିବାରେ ବିଶେଷ ଭାବରେ ମାଲୱେର୍‌ ସଫ୍ଟୱେର୍‌ ଦ୍ୱାରା ସଂକ୍ରମିତ କମ୍ପ୍ୟୁଟରରୁ ବାହାର କରାଯାଇଥିବା ବ୍ରାଉଜର୍‌ ଫିଙ୍ଗର ପ୍ରିଣ୍ଟ କାରବାର କରାଯାଉଥିଲା। ଏହି ଫିଙ୍ଗର ପ୍ରିଣ୍ଟରେ ପ୍ରାୟତଃ କୁକିଜ, ଇଣ୍ଟରନେଟ ପ୍ରୋଟୋକଲ ଠିକଣା, ପରିଚୟପତ୍ର ଏବଂ ଅନ୍ୟ ବ୍ରାଉଜର୍‌ କିମ୍ବା ଅପରେଟିଂ ସିଷ୍ଟମ ବିବରଣୀ ଅନ୍ତର୍ଭୂକ୍ତ କରାଯାଇଥାଏ। ସାଇବର ଅପରାଧୀମାନେ ଜାଲିଆତି ବିରୋଧୀ ସମାଧାନକୁ ବାଇପାସ କରିବା ପାଇଁ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri