ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ ନୂତନ ପୁସ୍ତକ ମୁଦ୍ରଣ ହୋଇ ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଶିକ୍ଷାର୍ଥୀଙ୍କ ଶିକ୍ଷାଦାନ ବିକାଶ ପାଇଁ ଆରମ୍ଭ ହୋଇଛି କୋଚିଙ୍ଗ ସେଣ୍ଟର, ଯାହା ଅନ୍ୟପକ୍ଷରେ ବେକାରୀ ଦୂରୀକରଣ ମଧ୍ୟ ହୋଇପାରିବ।

କାର୍ଯ୍ୟରତ ଶିକ୍ଷକମାନେ କୋଚିଙ୍ଗ ସେଣ୍ଟରଗୁଡିକରେ ଟ୍ୟୁସନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦେଶ ଥିଲେ ମଧ୍ୟ ଏଠି ସରକାରୀ ଆଇନ ବାଟବଣା ହୋଇଛି। କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକମାନେ ନିଜେ ନିଜେ ଗାଁ ଗାଁରେ ଗୋଟିଏ ଗୋଟିଏ କୋଚିଙ୍ଗ ସେଣ୍ଟର ଖୋଲି ଶିକ୍ଷକ ଅଧ୍ୟାପକମାନଙ୍କୁ ଟ୍ୟୁସନରେ ନିୟୋଜିତ କରିଛନ୍ତି। ସେମାନେ କରିଥିବା କୋଚିଙ୍ଗ ସେଣ୍ଟରରେ ଟ୍ୟୁସନ କରିବା ପାଇଁ ବାଧ୍ୟ କରୁଥିବା ଜଣାପଡ଼ିଛି। ଧମକ ମିଳୁଛି ଆମ କୋଚିଙ୍ଗରେ ନ ପଢିଲେ ମାର୍କ କମାଇ ଦିଆଯିବ।

ତେବେ ଶିକ୍ଷିତ ବେକାରୀ କରିଥିବା କୋଚିଙ୍ଗ ସେଣ୍ଟରରେ ପଢିବା ପାଇଁ ଶିକ୍ଷାର୍ଥୀମାନେ ଭୟ କରୁଛନ୍ତି । ଶିକ୍ଷକତା କରି ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ଶିକ୍ଷକ, ଅଧ୍ୟାପକ ମାନେ ଟ୍ୟୁସନ କରି ନିଜର ଆର୍ଥିକ ଅବସ୍ଥା ଦ୍ୱିଗୁଣିତ କରୁଥିବାବେଳେ ଜଣେ ଶିକ୍ଷିତ ବେକାରୀ ପରିବାର ପୋଷଣ ପାଇଁ ରୋଜଗାର ନିମନ୍ତେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ବ୍ଲକ ଶିକ୍ଷାଧିକାରୀ ଏବଂ କର୍ମଚାରୀମାନେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ବଦଳରେ ମୁହଁ ବୁଲାଉଛନ୍ତି। ଶିକ୍ଷକମାନେ ଟ୍ୟୁସନରେ ନିୟୋଜିତ ହୋଇଥିବାରୁ ବିଦ୍ୟାଳୟରୁ ତରବର ହୋଇ ବିଦ୍ୟାଳୟ ଛାଡି ଟ୍ୟୁସନକୁ ଧାଉଁଛନ୍ତି, ଯାହା ବିଦ୍ୟାଳୟ ପାଠପଢ଼ାରେ ବ୍ୟାଘାତ ହେଉଛି।
ଏଣେ ପ୍ରତି ଗାଁରେ ତାଲିମପ୍ରାପ୍ତ ଶିକ୍ଷକ ଚାକିରି ନ ପାଇ ବେକାର ହୋଇ ରହିଛନ୍ତି ଏବଂ ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ ପାଇଁ ଇଛୁକ ଥିବା ବେଳେ କାର୍ଯ୍ୟରତ ଶିକ୍ଷକ ଟ୍ୟୁସନ କରୁଛନ୍ତି। ଶିକ୍ଷକମାନେ ଟ୍ୟୁସନ କଲେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବା ନିର୍ଦ୍ଦେଶ ଥିବାବେଳେ ଶିକ୍ଷା ବିଭାଗ ଅଧିକାରୀମାନେ ନିୟମକୁ ଫ୍ରିଜ଼ରେ ରଖି ସଲାସୁତରାରେ ସହଯୋଗ କରୁଛନ୍ତି। ଆଇନ ଉଲଂଘନ କରୁଥିବା ଟ୍ୟୁସନ ସେଣ୍ଟର ଉପରେ ଭିଜିଲାନ୍ସ ଚଢ଼ାଉ କରି ଶିକ୍ଷକଙ୍କ ଫଟୋ ଉଠାଇ ଶିକ୍ଷକ ଏବଂ ସହଯୋଗ କରୁଥିବା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବେକାରୀ ସମସ୍ୟା ଦୂର ହୋଇପାରିବ। ହେଲେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ପଦକ୍ଷେପ ନେବା ପାଇଁ ନୀରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri