୨ ଦିନ ହେବ ଛାତ୍ରାବାସ ଆସିଥିଲେ ପ୍ରଶାନ୍ତ: ଆଜି ମିଳିଲା ମୃତଦେହ, ଖେଳିଗଲା ଚାଞ୍ଚଲ୍ୟ

ନବରଙ୍ଗପୁର,୧୬।୪(ସଦାଶିବ ପ୍ରହରାଜ): ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନି ଆଶ୍ରମ ବିଦ୍ୟାଳୟରେ । ମୃତ ଛାତ୍ର ଜଣକ ହେଉଛନ୍ତି ବଡ଼ କୁମାରୀ ଗ୍ରାମର ପରମେଶ୍ୱର ଭତ୍ରାଙ୍କ ୧୨ ବର୍ଷର ପୁଅ ପ୍ରଶାନ୍ତ ଭତ୍ରା।

ସୂଚନା ଅନୁଯାୟୀ, ପ୍ରଶାନ୍ତ ମାତ୍ର ଦୁଇ ଦିନ ତଳେ ହିଁ ଘରୁ ଛାତ୍ରାବାସକୁ ଆସିଥିଲେ । କିନ୍ତୁ ଆଜି ହଠାତ୍‌ ତାଙ୍କର ଝୁଲନ୍ତା ଶବ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ପ୍ରଶାନ୍ତ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ଏବେ ବି ରହସ୍ୟ ଘେରରେ।

ଅନ୍ୟପଟେ ଛାତ୍ରାବାସରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତ୍ର ଜଣକ ଆତ୍ମହତ୍ୟା କଲା ବେଳେ ଛାତ୍ରାବାସ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ କିମ୍ବା ୱାର୍ଡେନ (Warden) କିଭଳି କିଛି ଜାଣିପାରିଲେ ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଟଙ୍କାରେ ୫ ଘଣ୍ଟା ମଜା ଉଠାଇବେ ପର୍ଯ୍ୟଟକ: ପୁଣି ଖୋଲିଲା ଭଞ୍ଜନଗର ୱାଟର ପାର୍କ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କ ପୁଣି ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ରାଜ୍ୟର…

୧୩ ରାଜ୍ୟରେ ପ୍ରବଳ ଗରମ ସତର୍କତା: ଜାଣନ୍ତୁ ଏହି ସପ୍ତାହରେ ସାରା ଦେଶରେ ପାଗ କିପରି ରହିବ…

ନୂଆଦିଲ୍ଲୀ,୧୬।୪: IMD ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଏପ୍ରିଲ ୧୬ ତାରିଖ ରାତିରେ ଏକ ନୂତନ କିନ୍ତୁ…

ସଂସଦରେ ୩ ବିଲ୍‌ ଆଗତ: ଅମିତ ଶାହା-ଅଖିଳେଶ କଥା କଟାକଟି

ନୂଆଦିଲ୍ଲୀ,୧୬।୪: ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ବିଚାର ଏବଂ ପାସ କରିବା ପାଇଁ ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଗୁରୁବାର କେନ୍ଦ୍ର ସରକାର…

ଟ୍ରମ୍ପଙ୍କୁ ନୂଆ ଧମକ ଦେଲା ଇରାନ, ଆମେରିକୀୟ ଜାହାଜକୁ ବୁଡ଼ାଇ….

ତେହରାନ୍‌,୧୬।୪: ଇସଲାମାବାଦରେ ଇରାନ ସହିତ ଆଲୋଚନା ବିଫଳ ହେବା ପରେ, ଆମେରିକା ଆରବ ଏବଂ ଓମାନ ଉପସାଗର ଅଞ୍ଚଳରେ ଥିବା ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କରୁଥିବା କିମ୍ବା…

CSKକୁ ବଡ଼ ଝଟ୍‌କା: IPL 2026ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଜଣେ ଖେଳାଳି IPL 2026ରୁ ବାଦ ପଡ଼ିଛନ୍ତି। ଷ୍ଟାର ଫାଷ୍ଟ ବୋଲର ଖଲିଲ ଅହମ୍ମଦଙ୍କୁ ଆଘାତ ଯୋଗୁ ଚଳିତ ସିଜିନରୁ…

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

IMFର ଚେତାବନୀ; ଯଦି ତୈଳ ମୂଲ୍ୟ ଅଧିକ ରୁହେ, ବିଶ୍ୱ ଉପରେ ପଡ଼ିବ ଏହି ସଙ୍କଟ

ନୂଆଦିଲ୍ଲୀ,୧୬।୪: ଇଣ୍ଟରନ୍ୟାସନାଲ ମୋନିଟାରୀ ଫଣ୍ଡ(IMF) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ବିଶ୍ୱ ଅର୍ଥନୀତି ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri