ସ୍ବାମୀଙ୍କ ପାଇଁ ସ୍ତ୍ରୀ ଆଣିଲେ ଗର୍ଲଫ୍ରେଣ୍ଡ

ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଓ ଭରସାରେ ବନ୍ଧା ହୋଇଥାଏ। ଯଦି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ହୁଏ, ସେଥିରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଥାଏ। ଆମେରିକାର ଜଣେ ମହିଳାଙ୍କ ବିବାହ ମଧ୍ୟ ଏପରି କିଛି କାରଣ ଯୋଗୁ ଭାଙ୍ଗିବାକୁ ବସିଥିଲା। ଏହା ସମାଧାନ ପାଇଁ ମହିଳା ଏକ ଅଜବ ରାସ୍ତା ବାହାର କରିଥିବା ଜଣାପଡିଛି। ମହିଳାଙ୍କ ମୁହଁ ସହ ମିଶୁଥିବା ଅନ୍ୟ ଜଣଙ୍କୁ ଖୋଜି ଆଣି ସ୍ବାମୀଙ୍କ ଗର୍ଲଫ୍ରେଣ୍ଡ କରିଛନ୍ତି। ରିପୋର୍ଟ ମୁତାବକ, ଏପରି ଘଟଣା ନ୍ୟୁୟର୍କର ଲଙ୍ଗ୍‌ ଦ୍ୱୀପରେ ଦେଖିବାକୁ ମିଳିଛି। ତେହେମିନା କ୍ୱିନ୍‌ଟାନା ଏବଂ ବ୍ରିୟନ୍ତ କ୍ୱିନ୍‌ଟାନା ସ୍ବାମୀ-ସ୍ତ୍ରୀ ଅଟନ୍ତି। ହେଲେ ବ୍ରିୟନ୍ତଙ୍କୁ ଅନେକ ସମୟରେ ଅନ୍ୟ ଝିଅମାନେ ପସନ୍ଦ ଆସିଥାନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ୩ ବର୍ଷ ହୋଇଥିବାବେଳେ ବ୍ରିୟନ୍ତଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ତେହେମିନା ଜାଣିବାକୁ ପାଇଥିଲେ। ବ୍ରିୟନ୍ତଙ୍କୁ ତେହେମିନା ଅଧିକ ଭଲ ପାଉଥିବାବେଳେ ସେ ତାଙ୍କଠାରୁ ଅଲଗା ହେବାକୁ ଚାହଁୁ ନ ଥିଲେ। ସେଥିପାଇଁ ସେ ଚିନ୍ତା କଲେ କି ତାଙ୍କ ବିବାହକୁ ଓପନ ମ୍ୟାରେଜ୍‌ କରିବେ। ଯେଉଁଥିରେ ତାଙ୍କ ଦୁହଁିଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ସାମିଲ ହୋଇପାରିବ। ସେଥିପାଇଁ ତେହେମିନା ବ୍ରିୟନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ନିଜ ମୁହଁ ସହ ମିଶୁଥିବା ଝିଅଙ୍କୁ ଖୋଜିବା ଆରମ୍ଭ କଲେ। କାରଣ ସେ ଚାହୁଁ ନ ଥିଲେ କି ବ୍ରିୟନ୍ତ ଅନ୍ୟ କୌଣସି ମହିଳାଙ୍କ ପାଖକୁ ଯାଆନ୍ତୁ। ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆର ଜଣେ ମଡେଲ କାଏରା ଜନସନ୍‌ ମିଳିଗଲେ। କାଏରା ମଧ୍ୟ ଏହି ଟ୍ରିପଲ୍‌ ମ୍ୟାରେଜ୍‌ ପାଇଁ ରାଜି ହୋଇ ଅଷ୍ଟ୍ରେଲିଆରୁ ଆମେରିକା ଚାଲିଆସିଲେ। ଏବେ ସେମାନେ ଏକାଠି ମିଳି ମିଶି ରହୁଛନ୍ତି। ଯେତେବେଳେ ଦୁଇ ମହିଳା ଏକାଠି ବାହାରକୁ ଯାଆନ୍ତି, ତାଙ୍କୁ ସମସ୍ତେ ଯାଅଁାଳା ଉଭଣୀ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri