Posted inଜାତୀୟ

୩ ଦିନ ହେବ ଗୃହରେ ମୋ ମାଇକ୍‌ ବନ୍ଦ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଲୋକ ସଭା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଗୃହରେ ସରକାରୀ ପ୍ରାୟୋଜିତ ବ୍ୟାଘାତ ପ୍ରସଙ୍ଗ ଉଠାଇଛନ୍ତି। ମୋ ସିଟ୍‌ ନିକଟରେ ଲାଗିଥିବା ମାଇକ ଗତ ତିନି ଦିନ ହେବ ବନ୍ଦ ରହିଛି। ଏହି କାରଣରୁ ମୁଁ ମୋର ମନ୍ତବ୍ୟ ରଖିବାରେ ସକ୍ଷମ ନୁହେଁ। ସରକାର ଜାଣିଶୁଣି ଗୃହ କାର୍ଯ୍ୟ ଚଳାଇ ଦେଉ ନ ଥିବା ଅଧୀର ଚିଠି ମାଧ୍ୟମରେ କହିଛନ୍ତି।
ଅଧୀର ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବା ପରଠାରୁ ସରକାର ହଙ୍ଗାମା ସୃଷ୍ଟି କରି ଗୃହ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ଲୋକ ସଭା ସଦସ୍ୟ (ରାହୁଲ ଗାନ୍ଧୀ)ଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ଏହା ପଛରେ କୌଣସି ଉଦ୍ଦେଶ୍ୟ ଅଛି କି? ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ସରକାରଙ୍କ ମନ୍ତ୍ରୀମାନେ ସକ୍ରିୟ ଭାବରେ ଏହି ହଙ୍ଗାମାକୁ ଆଗେଇ ନେଉଛନ୍ତି। ବିରୋଧୀଙ୍କୁ ମଧ୍ୟ ନିଜର ମତ ଉପସ୍ଥାପନ କରିବାର ସୁଯୋଗ ଦିଆଯାଉ ନାହିଁ। ଗତ ତିନି ଦିନ ଧରି ମୋ ସିଟ ମାଇକ ମଧ୍ୟ ବନ୍ଦ ଅଛି। ଏହି କାରଣରୁ ମୋର ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେବାକୁ ମୁଁ ସକ୍ଷମ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କ ମତାମତ ଉପସ୍ଥାପନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ରାହୁଲ ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ କରାଯାଉଥିବା ଅଭିଯୋଗ କରି ଲଣ୍ଡନରେ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କ ମାଇକ ବନ୍ଦ କରିଦିଆଯାଉଛି। ରାହୁଲଙ୍କ ବିବୃତ୍ତିକୁ ରାଜ୍ୟ ସଭା ଉପାଧ୍ୟକ୍ଷ ତଥା ଲୋକ ସଭା ବାଚସ୍ପତି ସମାଲୋଚନା କରିଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ସଂସଦର ଉଭୟ ଗୃହରେ କଂଗ୍ରେସ ବିରୋଧରେ ହଙ୍ଗାମା କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri