ବିଦ୍ୟୁତ୍‌ ବିଲ ପୈଠ କଲା ପଞ୍ଚାୟତିରାଜ ବିଭାଗ

ନୂଆପଡ଼ା ଅଫିସ,୩୦।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ପାତଳ ବୋରୱାଲ କରି ଲୋହୋଣ୍ଡୋପାଲି, ଠୁଟିବର ଓ ଗୋନିଆପଡାକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲା। ପଞ୍ଚାୟତ ପକ୍ଷରୁ ବିଦ୍ୟୁତ୍‌ ବିଲ ପୈଠ ନ କରିବାରୁ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାରୁ ଜଳ ଯୋଗାଣ ବନ୍ଦ ରହିଥିଲା। ଫଳରେ ଉକ୍ତ ୩ଟି ଗାଁ କୟା ନଦୀକୂଳରେ ବାଲି ଚୁଆଁ କରି ପାଣି ବ୍ୟବହାର କରୁଥିବା ସମ୍ପର୍କିତ ଏକ ଖବର ଗତ ୧୮ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ତପତ୍ର ଦେଖାଇ ବିଦ୍ୟୁତ୍‌ ବିଲ ପୈଠ କରିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ମୁତାବକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଠୁଟିବର ଦ୍ୱାରା ବସୁଧା ଯୋଜନାରେ ଗୋନିଆପଡାଠାରେ କୟା ନଦୀ କୂଳରେ ଏକ ପାତାଳ ବୋରୱେଲ କରି ୨୦୨୨ ଜାନୁୟାରୀଠାରୁ ଲୋହୋଣ୍ଡୋପାଲି, ଠୁଟିବର ଓ ଗୋନିଆପଡାକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲା। ଲୋହୋଣ୍ଡୋପାଲିରେ ୩୦, ଠୁଟିବରରେ ୫୦ ଓ ଗୋନିଆପଡାରେ ୩୦ଟି ଫ୍ରି ପଏଣ୍ଟରେ ଜଳ ଯୋଗାଣ ହେଉଥିଲା। ଘର ସଂଯୋଗ ହେବା ପୂର୍ବରୁ ଜଳ ଯୋଗାଣ ବନ୍ଦ ହୋଇଗଲା। ଦୀର୍ଘ ୬ ମାସ ଜଳ ଯୋଗାଣ ପରେ ପଞ୍ଚାୟତ ବିଦ୍ୟୁତ୍‌ ବିଲ ପୈଠ ନ କରିବାରୁ ଗତ ଜୁଲାଇରେ ବିଦ୍ୟୁତ ସଂଯୋଗ କାଟି ଦେବାରୁ ଜଳ ଯୋଗାଣ ବନ୍ଦ ରହିଛି। ଜାନୁୟାରୀଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବିଦ୍ୟୁତ ବିଲ ମୋଟ ୧,୯୫,୨୮୩ ଟଙ୍କା ରହିଥିଲା। ହେଲେ ଧରିତ୍ରୀରେ ଖବର ପ୍ରକାଶ ହେବା ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩,୭୮,୯୯୨ ଟଙ୍କା ବିଦ୍ୟୁତ ବିଭାଗକୁ ପୈଠ କରିଥିବା କୋମନା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ସୂଚନା ଦେଇଛନ୍ତି। ବିଦ୍ୟୁତ ବିଲ ପୈଠ ହୋଇ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇସାରିଛି। ହେଲେ ସେଥିରେ ବ୍ୟାବହାର କରାଯାଉଥିବା ଇଲେକ୍ଟ୍ରି ବୋର୍ଡର ସୁଇଜ ଖରାପ ହୋଇଥିବାରୁ ଜଳ ଯୋଗାଣ ହୋଇ ପାରୁନାହିଁ। ସବୁ କାର୍ଯ୍ୟ ମରାମତି ପରେ ଜଳ ଯୋଗାଣ ଆରମ୍ଭ ହେବ। ପୁଣି ସୂଚାରୁ ରୂପେ ୩ ଗାଁର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri