ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍‌ନିକ୍‌ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି ପରିସ୍ଥିତି ଉପୁଜିଥିଲା।
ସୂଚନା ଅନୁଯାୟୀ, ଆମ୍ବତୋଟାରେ ପିକନିକ୍‌ ଚାଲିଥିବା ବେଳେ ଶତାଧିକ ଯାନବାହନ ରାଜପଥ ଉପରେ ପାର୍କିଂ କରି ମଉଜ ମସ୍ତି କରୁଥିଲେ। ରାସ୍ତାରେ ଯାଉଥିବା ଲୋକେ ଗାଡ଼ି ହଟାଇବାକୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ସମୟରେ କୋରାପୁଟ ଯାଉଥିବା ଏକ ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ଛାଡ଼ି ନ ଥିଲେ। ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା। ସୂଚନା ପାଇ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏବଂ ଅନ୍ୟ ପୋଲିସ୍‌ କର୍ମଚାରୀ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇବା ପରେ ଆମ୍ବୁଲାନ୍ସ କୋରାପୁଟ ଅଭିମୁଖେ ଯାଇଥିଲା। ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ କୌଣସି ସମସ୍ୟା ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ପିକ୍‌ନିକ୍‌ ଋତୁ ଚାଲିଥିବାରୁ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri