ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ଜୟଆଲୁକ୍କାସ

ଭୁବନେଶ୍ୱର, ୧୭।୧୦: ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ରବିବାର ସ୍ଥାନୀୟ ଶହୀଦ ନଗର (ଭୁବନେଶ୍ୱର,ଓଡ଼ିଶା) ଠାରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟଆଲୁକ୍କାସର ଅଧ୍ୟକ୍ଷ ଜୟ ଆଲୁକ୍କାସ, ଏମ୍‌ଡି (ଜେଆଇଓ) ଜନ୍‌ ପଲ୍‌ ଆଲୁକ୍କାସଙ୍କ ସମେତ ଜଲି ଜୟ ଆଲୁକ୍କାସ ଏବଂ ସିଇଓ ବବି ଜର୍ଜ, ସିଓଓ ହେନେରୀ ଜର୍ଜ, ଜିଏମ୍‌ ପି.ଡି. ଜୋଷ, ଆର୍‌ଏମ୍‌ ରାଜେଶ କ୍ରିଷ୍ଣା ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏପରିକି ସର୍ବଭାରତୀୟସ୍ତରରେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି। ବିଶେଷକରି ଜୟଆଲୁକ୍କାସର ସିଗ୍ନେଚର (ବିଶ୍ୱ-ଶ୍ରେଣୀର ଢାଞ୍ଚା) ଆଧାରରେ ଡିଜାଇନ କରାଯାଇଥିବା ଏହି ଷ୍ଟେଟ୍‌ ଅଫ୍‌ ଆର୍ଟ ଶୋ’ ରୁମ୍‌ରେ ରହିଥିବା ପ୍ରିମିୟମ୍‌ ସୁବିଧା ସୁଯୋଗ ରାଜ୍ୟର ଗହଣାପ୍ରେମୀଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସମୃଦ୍ଧ ସପିଙ୍ଗ ଅନୁଭୂତି ପ୍ରଦାନ କରିବ। ଏହି ଶୋ’ ରୁମ୍‌ରେ ଆଧୁନିକ ସାଜସଜ୍ଜା ରହିଥିବା ବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ନଜରରେ ରଖି ବ୍ୟାପକ ସପିଙ୍ଗ ଓ ପାର୍କିଂ ସ୍ଥାନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ କହିଛନ୍ତି, ଏଠାରେ ଅତୁଳନୀୟ ଗହଣା ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ସେମାନଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରିବା ଲାଗି ଆମେ ଶ୍ରେଷ୍ଠ ଓ ବ୍ୟାପକ ଗହଣା ସମ୍ଭାର ସେମାନଙ୍କ ଲାଗି ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛୁ। ଅପରପକ୍ଷରେ ଜୟଆଲୁକ୍କାସ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ଅଫର ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଦୀପାବଳି ଅଫର ଅବଧି ମଧ୍ୟରେ ଗ୍ରାହକମାନେ ସେମାନଙ୍କ କିଣାକିଣି ଉପରେ ଗିଫ୍ଟ ଭାଉଚର ଆକାରରେ କ୍ୟାଶବ୍ୟାକ୍‌ ମଧ୍ୟ ପାଇପାରିବେ। ସେହିପରି ଏସ୍‌ବିଆଇ କାର୍ଡସ୍‌ରେ କିଣାକିଣି କଲେ ଅତିରିକ୍ତ ୫% କ୍ୟାଶବ୍ୟାକ୍‌ ମଧ୍ୟ ପାଇବେ। ଏହି ଉତ୍ସବ ଅଫର ସହ ଜୟଆଲୁକ୍କାସର ଗ୍ରାହକମାନେ ୯୧୬ ବିଆଇଏସ୍‌ ହଲମାର୍କ ଗହଣା, ଏକ ବର୍ଷର ମାଗଣା ବୀମା ଏବଂ ଜୟଆଲୁକ୍କାସରୁ କିଣାଯାଉଥିବା ଯେ କୌଣସି ଗହଣାର ଜୀବନବ୍ୟାପୀ ମାଗଣା ରକ୍ଷଣାବେକ୍ଷଣ ସେବା ସହ ବାଏ-ବ୍ୟାକ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ମଧ୍ୟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri