ଓଡ଼ିଶା ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ, ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ହୋଇଥିବା ଏହି ପରିଷଦରେ ଅଧ୍ୟକ୍ଷ ଭାବେ ସ୍ଥପତି ପଦ୍ମବିଭୂଷଣ ଡ. ସୁଦର୍ଶନ ସାହୁ ମନୋନୀତ ହୋଇଛନ୍ତି। ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର ଉପାଧ୍ୟକ୍ଷ ରହିଛନ୍ତି। ଏହି ପରିଷଦରେ ପଦ୍ମଶ୍ରୀ ପୁରସ୍କାର ବିଜେତା ବୁଣାକାର ଗୋବର୍ଦ୍ଧନ ପାଣିକା, ରାଜ୍ୟ କଳାକୃତି ପୁରସ୍କାର ବିଜେତା ପ୍ରସ୍ତର ଶିଳ୍ପୀ ଉଦୟ ମହାନ୍ତି, ଜାତୀୟ ପୁରସ୍କାର ବିଜେତା ତାରକସି ଶିଳ୍ପୀ ପଙ୍କଜ କୁମାର ସାହୁ, ଜାତୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ ଶରତ କୁମାର ପ୍ରଧାନ, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୁକାନ୍ତି ମେହେର, ବୁଣାକାର ୟୁ. ନୀଳକଣ୍ଠ, ବୁଣାକାର ଲକ୍ଷ୍ମୀଧର ଚାନ୍ଦ, ରାଜ୍ୟ ପୁରସ୍କାରପ୍ରାପ୍ତ ବାଉଁଶ ଓ ବେତ ଶିଳ୍ପୀ ସରୋଜିନୀ ଦାଶ, ପ୍ରସ୍ତର ଖୋଦେଇ ଶିଳ୍ପୀ ପ୍ରିୟରଞ୍ଜନ କର, ରାଜ୍ୟ ପୁରସ୍କାରପ୍ରାପ୍ତ ବ୍ରାସ୍‌ ଓ ବେଲ୍‌ ମେଟାଲ୍‌ ଶିଳ୍ପୀ ପବିତ୍ର ମହାରଣା, ଡୋକ୍ରା ଶିଳ୍ପୀ ଗୋଲାପ ଗଡ଼ତିଆ, ଟେରାକୋଟା ଶିଳ୍ପୀ ଗୌର ରଣା, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ପ୍ରହ୍ଲାଦ ମେହେର, ସବାଇ ଘାସ ଶିଳ୍ପୀ କଳ୍ପନା ଜେନା, ଜାତୀୟ ପୁରସ୍କାର ବିଜେତା ବୁଣାକାର ଅର୍ଜୁନ ପାଲ୍‌, ଜାତୀୟ ପୁରସ୍କାର ବିଜେତା ପଟ୍ଟଚିତ୍ର ଶିଳ୍ପୀ ବିଜୟ ପରିଡ଼ା, ପିପିଲି ଚାନ୍ଦୁଆ ଶିଳ୍ପୀ ଜବର ଖାନ୍‌, ଲାଖ ଶିଳ୍ପୀ ପ୍ରଭାତୀ ପାତ୍ର, ବୁଣାକାର ଜଳନ୍ଧର ମେହେରଙ୍କ ସମେତ ବୟନଶିଳ୍ପ ନିର୍ଦ୍ଦେଶକ ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri