Posted inଖେଳ

ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା କରିବ ଭାରତ

ଇନ୍ଦୋର,୪ା୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ଏହି ଟି୨୦ ସିରିଜ୍‌କୁ ଭାରତ ଆଗୁଆ ଜିତିନେଇଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷଣ କରିବ ଭାରତୀୟ ମ୍ୟାନେଜ୍‌ମେଣ୍ଟ। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ବିରାଟ କୋହଲି ଏବଂ ଲୋକେଶ ରାହୁଲଙ୍କୁ ବିଶ୍ରାମ ଦେଇସାରିଛି। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବିଜୟ ପରେ ଭାରତର ଶ୍ରେଷ୍ଠ ବ୍ୟାଟର କୋହଲି ଏବଂ ଉପ ଅଧିନାୟକ ରାହୁଲଙ୍କୁ ଦଳ ବିଶ୍ରାମ ଦେଇଛି। ଉଭୟ ଖେଳାଳି ସିଧାସଳଖ ୬ ତାରିଖରେ ଅଷ୍ଟ୍ରେଲିଆ ଯିବାକୁ ଥିବା ଦଳ ସହିତ ମୁମ୍ବାଇରେ ଯୋଗଦେବେ। ବିରାଟଙ୍କ ସ୍ଥାନରେ ରିଜର୍ଭ ଖେଳାଳି ଭାବେ ଥିବା ଶ୍ରେୟସ ଆୟାରଙ୍କୁ ସୁଯୋଗ ମିଳିପାରେ। ସେହିପରି ରାହୁଲଙ୍କ ବଦଳରେ ରିଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ସେହିପରି ଅନ୍‌କ୍ୟାପ୍‌ଡ ଶାହବାଜ ଅହମଦ୍‌, ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ।
ୟୁଏଇରେ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ଭାରତୀୟ ଦଳ ଦୃଢ଼ ଭାବେ ପ୍ରତ୍ୟାବର୍ତ୍ତନ କରୁଛି। ଭାରତୀୟ ଟପ୍‌-୩ ବର୍ତ୍ତମାନ ବଢ଼ିଆ ଫର୍ମରେ ରହିଛନ୍ତି। ଏସିଆ କପ୍‌ ପରବର୍ତ୍ତୀ ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୪୦+ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସ୍କୋର କରୁଛନ୍ତି। ସେହିପରି ରୋହିତ ଶର୍ମା ମଧ୍ୟ ଉପଯୋଗୀ ବ୍ୟାଟିଂ କରୁଥିବା ବେଳେ ରାହୁଲ ତାଙ୍କ ଫର୍ମ ଫେରିପାଇବାରେ ସମର୍ଥ ହୋଇଛନ୍ତି। ୪ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ପନ୍ତ ଏହି ସିରିଜ୍‌ରେ ବ୍ୟାଟିଂ ପାଇ ନ ଥିବା ବେଳେ ଦୀନେଶ କାର୍ତ୍ତିକଙ୍କୁ ବ୍ୟାଟିଂ ପାଇଁ ମିଳିଛି ମାତ୍ର ୭ଟି ବଲ୍‌। ଏହି ଦୁଇ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହିଁବ ମ୍ୟାନେଜ୍‌ମେଣ୍ଟ। ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ବେଶ୍‌ ଦୁର୍ବଳ ମନେହେଉଛି। ବିଶ୍ୱକପ୍‌ ଲାଗି ରିଜର୍ଭ ରହିଥିବା ଦୀପକ ଚହର ମଧ୍ୟ ବେଶ୍‌ ପ୍ରଭାବୀ ବୋଲିଂ କରିଛନ୍ତି। ଅନ୍ୟପକ୍ଷରେ ଅର୍ଶଦୀପଙ୍କ ବୋଲିଂ ମଧ୍ୟ ଭଲ ରହିଛି। କେବଳ ରବିବାର ମ୍ୟାଚ୍‌କୁ ବାଦ୍‌ ଦେଲେ ଡେଥ୍‌ ଓ ପ୍ରାରମ୍ଭିକ ଓଭରରେ ସେ ଚମତ୍କାର ବୋଲିଂ କରିଛନ୍ତି। ହର୍ଷଲ ପଟେଲଙ୍କ ବିବିଧତା ତାଙ୍କର ଶକ୍ତି ହୋଇଥିବା ବେଳେ ସେ ଆହତ ହୋଇ ଫେରିବା ପରେ ମଧ୍ୟ ତାଙ୍କ ବୋଲିଂ ଧାରହୀନ ମନେହେଉଛି। ରେଡ୍‌ ବଲ୍‌ ସ୍ପେଶାଲିଷ୍ଟ ଆର୍‌. ଅଶ୍ୱିନ ଗୋଟିଏ ବି ଉଇକେଟ ନେବାରେ ସମର୍ଥ ହୋଇନାହାନ୍ତି। ଆସାମର ଗୁଳୁଗୁଳିଆ ପରିବେଶରେ ବୋଲିଂ କରିବା ଲାଗି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ହୋଲ୍‌କାର ଷ୍ଟାଡିୟମରେ ସେହି ଅସୁବିଧା ରହିବ ନାହିଁ ବୋଲି ଆଶା କରାଯାଏ। ସିରିଜ୍‌ ହାରିଥିଲେ ହେଁ ଡେଭିଡ ମିଲର ଓ କ୍ୱିଣ୍ଟନ ଡିକକ୍‌ ଫର୍ମକୁ ଫେରିବା ଶୁଭସଙ୍କେତ ବୋଲି ଟିମ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri