ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁର୍ଗାଙ୍କ ଫଟୋଚିତ୍ର ପୂଜା ପାଉଥିବା ବେଳେ ସମ୍ପ୍ରତି ଏହା ଆକର୍ଷଣୀୟ ମେଢ଼ରେ ପରିବର୍ତ୍ତିତ ହୋଇଛି। ଚଳିତବର୍ଷ ୪୦ କେଜି ରୌପ୍ୟ ଅଳଙ୍କାରରେ ଦେବୀ ଦଶଭୁଜା ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବୀଦେବ ଆଭୂଷିତ ହେବେ। ଅସ୍ତ୍ରଶସ୍ତ୍ର ମଧ୍ୟ ରୌପ୍ୟରେ ନିର୍ମିତ ହୋଇଛି। ସଂପ୍ରତି ଦେଶରେ ବନ୍ୟପ୍ରାଣୀ ଲୋପ ପାଇବାରେ ଲାଗିଛି। ଜଙ୍ଗଲ ସୁରକ୍ଷା ଓ ବଣ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା କମିଟି ୧୬ଫୁଟ୍‌ ଉଚ୍ଚତାର କିଙ୍ଗକଙ୍ଗ (ସିମ୍ପାଞ୍ଜି) ମେଢ଼ ନିର୍ମାଣ କରୁଛି। ସମ୍ବଲପୁର ମହାନଗର ନିଗମର କାନିଜୁରି ଶିଳ୍ପୀ ଚଏତୁ କନ୍ଧଙ୍କ ତତ୍ତ୍ବାବଧାନରେ ୮ଜଣ କାରିଗର ସଚେତନତା ମେଢ଼ ତିଆରି କରୁଛନ୍ତି। ଏଥିସହ ମୁଖ୍ୟଦ୍ୱାରରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଜ ବନାନୀ, ପାହାଡ଼, ଝରଣା ଓ ବଣ୍ୟପ୍ରାଣୀରେ ସଜ୍ଜିତ କରାଯାଉଛି। ମୂର୍ତ୍ତି କାରିଗର ମୋହନ ରଣା ଓ ଦେବାନନ୍ଦ ରଣା ୮ଫୁଟ୍‌ ଉଚ୍ଚତାର ଦଶଭୁଜା ଦୁର୍ଗା ଓ ପାର୍ଶ୍ୱ ଦେବୀଦେବ ତିଆରି କରୁଛନ୍ତି। କମିଟି ସଭାପତି ଦୀପକ ବରାଳ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ୯ରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି। ୩ଶହ ସଭ୍ୟ ସାମର୍ଥ୍ୟ ଅନୁସାରେ ପୂଜା କମିଟିକୁ ଅର୍ଥଦାନ କରିଛନ୍ତି। ୩ଦିନ ଧରି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେବ। ଦଶମୀ ଦିନ ୨ହଜାର ଭକ୍ତଙ୍କ ପାଇଁ ମହାଭୋଗ ପ୍ରସ୍ତୁତ କରାଯିବ। ସାଧାରଣ ସମ୍ପାଦକ ସୋମନାଥ ସେଠ କହିଛନ୍ତି ଯେ, ଭଷାଣୀ ଶୋଭାଯାତ୍ରାରେ ମୟୂରଭଞ୍ଜର କଳସ ନାଚ, ସୁନ୍ଦରଗଡ଼ର ମହିଳା ସମ୍ପ୍ରଦା, ସୋନପୁର ଜିଲା ଭଣ୍ଡାର ଗ୍ରାମର ଘଣ୍ଟବାଦ୍ୟ, ଗଞ୍ଜାମ ଜିଲାର ଯୋଡ଼ି ଶଙ୍ଖ, ରାୟଗଡ଼ାର ଝାଞ୍ଜ, କୁଚିଣ୍ଡାର ବାଡ଼ିନାଚ, ବଙ୍ଗାଳି ଢ଼ାକି ବାଜା, ସମ୍ବଲପୁରର ଦୁଲଦୁଲି ଓ ଡିଜେ ସାମିଲ ହେବ। ଦୁର୍ଗାପୂଜା ଲାଗି କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରି, ଆଖଡ଼ା ଓସ୍ତାଦ ପ୍ରଶାନ୍ତ ସେଠ, ଉପଦେଷ୍ଟା ଦିଲୀପ କୁମାର ସାହୁ, ଦୁର୍ଗା ପରଡିଆ, ଗୋବିନ୍ଦ ସାଙ୍କ ସମେତ ୩ଶହ ସଭ୍ୟ ପ୍ରସ୍ତୁତିରେ ଲାଗିଛନ୍ତି। ପଡ଼ାର କାରିଗର ସତ୍ୟଜିତ ନାଏକ, ରାକେଶ ବର୍ଗେ ଓ ସୁନିଲ ବାଗ ଦେବୀଙ୍କ ପରଭା ନିର୍ମାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri