Posted inଫୁରସତ

ସେଲିବ୍ରିଟିଙ୍କ ନ୍ୟୁଡ୍‌ ଫଟୋଶୁଟ୍‌

ପେପର ମାଗାଜିନ୍‌ ପାଇଁ ବଲିଉଡ୍‌ ଅଭିନେତା ରଣବୀର ସିଂ କରିଥିବା ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକେ ରଣବୀରଙ୍କୁ ପ୍ରଶଂସା କରିଥିବାର ଦେଖାଯାଇଛି। ଅନ୍ୟପଟେ ବର୍ତ୍ତମାନର ସମାଜରେ ନ୍ୟୁଡିଟି କେତେମାତ୍ରାରେ ଗ୍ରହଣୀୟ ସେ ନେଇ କେତେଜଣ ସାମାଜିକ କର୍ମୀ ପ୍ରଶ୍ନ ମଧ୍ୟ କରିଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ରଣବୀର ସିଂ ପ୍ରଥମ ଅଭିନେତା ନୁହନ୍ତି ଯିଏ ଉଲଗ୍ନ ଫଟୋ ଶୁଟ୍‌ କରିଛନ୍ତି। ତାଙ୍କ ପୂର୍ବରୁ ଅନେକ ନାୟକ ଓ ନାୟିକା ମଧ୍ୟ ଅଛନ୍ତି ଯେଉଁମାନେ ଉଲଗ୍ନ ହୋଇ କ୍ୟାମେରା ଆଗରେ ପୋଜ୍‌ ଦେବାକୁ କୁଣ୍ଠାବୋଧ କରି ନାହାନ୍ତି।
ମିଲିନ୍ଦ ସୋମନ: ଭାରତର ଜଣେ ଚର୍ଚ୍ଚିତ ମଡେଲ ହେଉଛନ୍ତି ମିଲିନ୍ଦ। ୯୦ ଦଶକରେ ସେ ଥିଲେ ପ୍ରଥମ ମଡେଲ୍‌ ଯେ, ଉଲଗ୍ନ ଫଟୋ ଶୁଟ୍‌ କରିଥିଲେ। ୧୯୯୫ରେ ସେ ମହିଳା ମଡେଲ ମଧୁ ସପ୍ରେଙ୍କ ସହ ଏକ ନ୍ୟୁଡ୍‌ଫଟୋଶୁଟ୍‌ କରିଥିଲେ। ଉତ୍ତୋଳିତ ଫଟୋରେ ଦୁହେଁ ଦେହରେ ସାପ ଗୁଡ଼ାଇ ପୋଜ୍‌ ଦେଇଥିଲେ। ପୂଜା ବେଦୀ:୯୦ ଦଶକରେ ପୂଜା ଏକ ଆପତ୍ତିଜନକ ସାମଗ୍ରୀର ଆଡ୍‌ ପାଇଁ ଫଟୋଶୁଟ୍‌ କରିଥିଲେ। ଏଥିପାଇଁ ପୂଜା ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ତେବେ ଫଟୋ ରିଲିଜ୍‌ ହେବାର କିଛିମାସ ପରେ ହିଁ ଏହାକୁ ବ୍ୟାନ୍‌ କରିଦିଆଯାଇଥିଲା।
ଆମିର ଖାନ୍‌: ବଲିଉଡ୍‌ର ପ୍ରଫେସ୍ନାଲିଷ୍ଟ ଭାବେ ପରିଚିତ ଆମିର ଖାନ୍‌ ନ୍ୟୁଡ୍‌ ଫଟୋଶୁଟ୍‌ ରେସ୍‌ରୁ ବାଦ୍‌ ପଡ଼ି ନାହାନ୍ତି। ସୁପର ହିଟ୍‌ ଫିଲ୍ମ ‘ପିକେ’ ପାଇଁ ଆମିର ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ଫଟୋରେ ସେ ଉଲଗ୍ନ ହୋଇ ଏକ ରେଡିଓ ଧରିଥିବାର ଦେଖାଯାଇଥିଲା।
ଶେରଲିନ ଚୋପ୍ରା: ଫିଲ୍ମ ‘କାମସୂତ୍ର ଥ୍ରୀ ଡି’ ଫିଲ୍ମରେ ଅଭିନୟ ସମୟରେ ଶେରଲିନ ଏକାଧିକ ଥର ଟପ୍‌ଲେସ୍‌ ହୋଇ ଦେଖାଯାଇଥିଲେ। ବିନା ଟପ୍‌ରେ ଶେରଲିନଙ୍କ ଫଟୋ ଇଣ୍ଟରନେଟ୍‌ରେ ବହୁବାର ଶେୟାର କରାଯାଇଥିଲା।
ସପନା ଭବନାନି: ରିଆଲିଟି ଶୋ’ ବିଗ୍‌ବସ୍‌ ଫେମ୍‌ ତଥା ହେୟାର ଷ୍ଟାଇଲିସ୍‌ ସପନା ଭବନାନି ନ୍ୟୁଡ୍‌ ଫଟୋଶୁଟ୍‌ ପାଇଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।
ସେହିପରି ବଲିଉଡ ସେଲିବ୍ରିଟି ଜନ୍‌ ଆବ୍ରାହମ୍‌, ଈଶା ଗୁପ୍ତା, କଲକି କୋଚଲିନ୍‌, ରାହୁଲ ଖାନ୍ନା ପ୍ରମୁଖ ନ୍ୟୁଡ୍‌ ଫଟୋଶୁଟ କରିଛନ୍ତି।
ରଣବୀରଙ୍କୁ ଅନୁକରଣ କଲେ ବିଶାଳ
ରଣବୀର ସିଂଙ୍କୁ ଅନୁକରଣ କରିଛନ୍ତି ସାଉଥ୍‌ ଇଣ୍ଡିଆନ୍‌ ଅଭିନେତା ବିଷ୍ଣୁ ବିଶାଳ। ସେ ଉଲଗ୍ନ ଫଟୋ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରିଛନ୍ତି। ସ୍ତ୍ରୀ ଜ୍ୱାଲା ଗୁଟ୍ଟା ତାଙ୍କର ଏ ସବୁ ଫଟୋ ଉଠାଇଥିବା ସେ କହିଛନ୍ତି।
ଟ୍ରେଣ୍ଡ ସହ ଜେନିଫର: ବର୍ତ୍ତମାନ ସମୟରେ ଉଲଗ୍ନ ଫଟୋ ଉତ୍ତୋଳନ କରିବା ଏକ ଟ୍ରେଣ୍ଡ ପାଲଟିଯାଇଛି। ନିଜର ୫୩ତମ ଜନ୍ମଦିନ ପାଳନ ଅବସରରେ ଜେନିଫର ନ୍ୟୁଡ୍‌ ଫଟୋଶୁଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri