ଆଜି ନୁହେଁ ତ କେବେ ନୁହେଁ

ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି। ଆମେରିକାରେ ଅସହ୍ୟ ଗରମ ଯୋଗୁ ଲୋକେ କଲବଲ ହେଲେଣି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇଥିବାରୁ ପର୍ତ୍ତୁଗାଲ ଓ ସ୍ପେନ୍‌ରେ ଗତ ୧୦ ଦିନ ମଧ୍ୟରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଗଲାଣି। ପର୍ତ୍ତୃଗାଲରେ ୧୪ ଜୁଲାଇରେ ତାପମାତ୍ରା ୪୭ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା। ସେହିଭଳି ସ୍ପେନ୍‌ରେ ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଥିବା ବେଳେ ପ୍ରଥମ ଥର ପାଇଁ ବ୍ରିଟେନ୍‌ର କେତେକ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆଶ୍ଚର୍ଯ୍ୟର କଥା ଯେ, ୟୁରୋପର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ଯୋଗୁ ଥଣ୍ଡା ଜଳବାୟୁରେ ବଢ଼ିଆସିଥିବା ଲୋକେ ଗରମ ଯୋଗୁ ହନ୍ତସନ୍ତ ହେଉଛନ୍ତି। ଇଟାଲୀର ଦୀର୍ଘତମ ନଦୀ ପୋ ଭ୍ୟାଲି ଶୁଷ୍କ ହେବାରେ ଲାଗିଲାଣି। ସେହିପରି ଦକ୍ଷିଣ ଆମେରିକାର ପେନୁଏଲାସ୍‌ ହ୍ରଦ ଗତ ଜୁନ୍‌ରେ ସମ୍ପୂର୍ଣ୍ଣ ଭାବେ ଶୁଖିଯାଇଛି। ମୋଟାମୋଟି ଦେଖିଲେ ୟୁରୋପ ଓ ଆମେରିକା ଧୀରେ ଧୀରେ ଗ୍ରୀଷ୍ମପ୍ରଧାନ ଦେଶ ହେବାକୁ ବସିଲେଣି। ପିଲାଟି ବେଳୁ ପଢ଼ି ଆସିଥିଲୁ ଗ୍ରୀଷ୍ମଋତୁରେ ଲୋକେ ଛୁଟି କଟାଇବା ପାଇଁ ୟୁରୋପ ଯାଉଥିଲେ। ହେଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ସେହି ଦେଶର ପର୍ଯ୍ୟଟନ ସମେତ ଅର୍ଥନୀତି ଓ ଜୀବନଶୈଳୀକୁ ମାତ୍ରାଧିକ ପ୍ରଭାବିତ କରିଛି।
କୋଭିଡ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱ ଆର୍ଥିକ ଓ ସ୍ବାସ୍ଥ୍ୟଗତ କାରଣରୁ କ୍ଷତିଗ୍ରସ୍ତ ହୋଇଛି। ସେହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଏଥିଯୋଗୁ ୟୁରୋପୀୟ ଦେଶଗୁଡ଼ିକ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କାରଣ ଏହି ରାଷ୍ଟ୍ରଗୁଡ଼ିକ ବିଜୁଳି ଶକ୍ତି ଉତ୍ପାଦନ ଲାଗି ରୁଷିଆଠାରୁ ପ୍ରାକୃତିକ ଗ୍ୟାସ୍‌ ଆଣିଥାଆନ୍ତି। ଯେହେତୁ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଯାଇଛି, ସେହେତୁ ତାପଜ ବିଦ୍ୟୁତ୍‌ ଉପରେ ନିର୍ଭରଶୀଳତା ବଢ଼ିଯାଇଛି। ସମସ୍ତେ ଜାଣନ୍ତି ଯେ, ତାପଜ ବିଦ୍ୟୁତ୍‌ ବିଶ୍ୱତାପନ ବୃଦ୍ଧି କରାଇଥାଏ। ତେଣୁ ଏସବୁକୁ ଦେଖିଲେ ଜଙ୍ଗଲ ଜଳିବା ଓ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ତାପମାତ୍ରା ସ୍ତରକୁ ବଢ଼ାଇଦେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ ଯେ, ଏବେ ପର୍ତ୍ତୃଗାଲ ଜଙ୍ଗଲରେ ଲାଗିଥିବା ନିଆଁରେ ୭୪ ହଜାର ଏକର ବନାନୀ ଧ୍ୱଂସ ପାଇଯାଇଛି। ଏଥିରେ କେବଳ ଯେ ଗଛଲତା ପୋଡ଼ିଯାଇଛି ତାହା ନୁହେଁ, ଅନେକ ହଜାର ସ୍ଥାନୀୟ ତଥା ବିରଳ ଜୀବଜନ୍ତୁ ସବୁସମୟ ସକାଶେ ପୃଥିବୀରୁ ଲୋପ ପାଇଯାଇଛନ୍ତି। ବର୍ତ୍ତମାନ ଭିନ୍ନ ଏକ ସଙ୍କଟ ମଧ୍ୟ ମୁଣ୍ଡ ଟେକିଲାଣି। ଥଣ୍ଡା ଜଳବାୟୁରେ ଯେଉଁ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥାଏ, ତାହା ମଧ୍ୟ ଘୋର ପ୍ରଭାବିତ ହୋଇଛି। ୟୁରୋପ ସମେତ ସମଗ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ବଢ଼ିବା ସହ ଏହାର ମୂଲ୍ୟବୃଦ୍ଧି ଯୋଗୁ ଲୋକେ ଆହୁରି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସାଧାରଣରେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଉଚ୍ଚା ରହିଥିବ ବେଳେ ହୀଟ୍‌ ଓ୍ବେଭ୍‌ ଯୋଗୁ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଖାଦ୍ୟଶସ୍ୟର ମୂଲ୍ୟ ବହୁଗୁଣା ବଢ଼ିଯାଉଛି। ବିଶେଷଜ୍ଞମାନେ ଏଭଳି ଏକ ସ୍ଥିତିକୁ ‘ହୀଟ୍‌ଫ୍ଲେଶନ’ ବା ତାପମାତ୍ରାଜନିତ ମୁଦ୍ରାସ୍ଫୀତି କହିଲେଣି।
ପୃଥିବୀ ଉପରେ ମଣିଷର ଅତ୍ୟାଚାର ସୀମା ଟପୁଥିବାରୁ ପ୍ରକୃତିର ସ୍ବରୂପ ଦିନକୁ ଦିନ ବଦଳିବାରେ ଲାଗିଛି। ଏକ ସନ୍ତୁଳିତ ବାୟୁମଣ୍ଡଳ ଓ ପରିବେଶ ଥିବାରୁ ପୃଥିବୀ ରୂପକ ଗ୍ରହ ମଣିଷ ପାଇଁ ଏକମାତ୍ର ବାସୋପଯୋଗୀ ରହିଆସିଛି। ହେଲେ ଏବେ ମନୁଷ୍ୟକୃତ ବିପର୍ଯ୍ୟୟ ଏହି ଗ୍ରହକୁ ଉତ୍ତପ୍ତ କରିବାରେ ଲାଗିଛି। ଆଜିର ସମୟରେ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ରାଷ୍ଟ୍ରଗୁଡ଼ିକ ନିଜର ପତିଆରା ଦେଖାଇ ଆସୁଥିଲେ ସେମାନେ ଏବେ ପ୍ରକୃତିର ଧକ୍‌କା ଖାଇଲେ। ଅତ୍ୟନ୍ତ ଆରାମଦାୟକ ଜୀବନ ଜିଇବାକୁ ଚାହଁୁଥିବା ମାନବ ସମାଜ ସଚେତନ ହେବାର ସମୟ ଚାଲିଯାଉଛି। ଏବେ ନୁହେଁ ତ କେବେ ନୁହେଁ। ବିଳମ୍ବ ହେଲେ ମଣିଷ ନିପାତ ହୋଇଯିବ। କିନ୍ତୁ ଏହି ଗ୍ରହ ତା’ର ପାଣିପାଗ ବଦଳାଇ ନୂଆ ରୂପ ନେବ। ପୃଥିବୀର ଭୌଗୋଳିକ ଇତିହାସ ଦେଖିଲେ ଏଠାରେ ଅନେକ ଯୁଗ ବିତିଯାଇଛି। ସବୁ ଯୁଗରେ ମଣିଷ ନ ଥିଲା। ଆଜି ଯଦି ସାବଧାନ ହେବାକୁ ଅସ୍ବୀକାର କରିବା ତେବେ ଆଗାମୀ ଦିନରେ, ସମୟ ଆସିପାରେ, ପୃଥିବୀ ଥିବ କିନ୍ତୁ ମଣିଷ ଜାତି ଲୋପ ପାଇଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri