Posted inଫୁରସତ

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି ଏକ ଛୋଟ ପୋଷ୍ଟ ଅଫିସ୍‌ ରହିଛି ଚାଇନାର ଇନର୍‌ ମଙ୍ଗୋଲିଆରେ। ସେଠାକାର ତେଙ୍ଗର୍‌ ମରୁଭୂମିରେ ଗଢି ଉଠିଥିବା ଏହି ପୋଷ୍ଟ ଅଫିସ୍‌କୁ ଦୁନିଆର ସବୁଠୁ ଏକଲା ତଥା ସୁଦୁର ପୋଷ୍ଟ ଅଫିସ୍‌ ବୋଲି କୁହାଯାଇଥାଏ। କାରଣ ଏହି ପୋଷ୍ଟ ଅଫିସ୍‌ଟି ମରୁଭୂମି ଅଞ୍ଚଳରେ ଥିବାରୁ ଏଠାକୁ ପ୍ରାୟତଃ କେହି ଲୋକ ଆସନ୍ତି ନାହିଁ। ସେଥିପାଇଁ ଏହି ସ୍ଥାନରେ ଘର କି ଅଫିସ୍‌ କିମ୍ବା ଆଉ କିଛି ବି ଥିବାର ଦେଖିବାକୁ ମିଳେନାହିଁ। ଯୁଆଡ଼େ ଚାହିଁବେ ଖାଲି ବାଲି ହିଁ ବାଲି ଆଉ ତା’ ମଧ୍ୟରେ ରହିଛି ଏହି ଛୋଟ ପୋଷ୍ଟ ଅଫିସ୍‌ଟି। ତେବେ ସୂଚନାନୁଯାୟୀ, ଏହି ପୋଷ୍ଟ ଅଫିସ୍‌ଟି କୁଆଡ଼େ ସେଠାରେ ୩୫ ବର୍ଷ ହେଲାଣି ତିଆରି ହେଲାଣି କିନ୍ତୁ ଆଜିଯାଏଁ ତାହା ଲୋକଲୋଚନକୁ ଆସି ପାରୁ ନଥିଲା। ହେଲେ ୨୦୨୧ ଡିସେମ୍ବର ମାସରେ ମିସ୍‌ ଜାଙ୍ଗ ନାମକ ଜଣେ ମହିଳା ଏ ସମ୍ପର୍କିତ ଖବର ପାଇବା ପରେ ଉକ୍ତ ପୋଷ୍ଟ ଅଫିସ୍‌କୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିଲେ। ଆଉ ତାଙ୍କରି ଯୋଗୁ ହିଁ ଏବେ କିଛି କିଛି ଲୋକ ସେ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ଆଉ ଉକ୍ତ ପୋଷ୍ଟ ଅଫିସ୍‌କୁ ଦେଖି ଖୁସି ବି ହେଉଛନ୍ତି। ଏପରିକି କେତେକ ଲୋକ ଇଚ୍ଛା ହେଲେ ସେଠାରେ ଚିଠି ଲେଖି ବି ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri