Posted inଫୁରସତ

ହନୁମାନଙ୍କ ଭ୍ରମ ହେଲା ଦୂର

ଯୁଦ୍ଧକ୍ଷେତ୍ରରେ ମେଘନାଦର ‘ବୀରଘାତିନୀ’ ବାଣ ଆଘାତରେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଗଲେ l ଲଙ୍କାରୁ ସୁଷେଣ ବୈଦ୍ୟଙ୍କୁ ଅଣାଗଲା l ଜଡିବୁଟିର ନାଁ ଏବଂ ତାହା କେଉଁ ପର୍ବତରେ ମିଳେ -ତାହାର ଠିକଣା ବି ସେ ବତାଇଦେଲେ l ରାତିକ ଭିତରେ ତାହା ଆସି ପହଞ୍ଚତ୍ବା ଦରକାର ବୋଲି ବୈଦ୍ୟ କୁହନ୍ତେ ହନୁମାନ ତୁରନ୍ତ ଯାତ୍ରା ଆରମ୍ଭ କରିଦେଲେ l ଠିକଣା ସ୍ଥାନରେ ପହଞ୍ଚତ୍ ଗଲେ ସତ୍ୟ କିନ୍ତୁ ଜଡ଼ିବୁଟିକୁ ଚିହ୍ନିବାରେ ତାଙ୍କର ଅସୁବିଧା ହେଲା l ଶେଷରେ ସେ ପୂରା ମେଡିକାଲ ଷ୍ଟୋର ଅର୍ଥାତ୍‌ ପାହାଡ଼ଟିକୁ ଉପାଡ଼ି ତାକୁ ଧରି ଆକାଶ ମାର୍ଗରେ ଉଡ଼ିବାକୁ ଲାଗିଲେ l ସମୟର ଅପୂର୍ବ ସରଞ୍ଚନା l ଭାଗ୍ୟର ବିଡ଼ମ୍ବନା ବି l ଆକାଶ ମାର୍ଗରେ ଉଡ଼ୁଉଡ଼ୁ ଅଯୋଧ୍ୟା ଆକାଶରେ ପ୍ରବେଶ କରିଯାଇଛନ୍ତି ହନୁମାନ l ଭ୍ରାତାଙ୍କ ଆଦେଶକୁ ଶିରୋଧାର୍ଯ୍ୟ ମନେକରି ଅଯୋଧ୍ୟାର ସେବାରେ ସଦା ଜାଗ୍ରତ ଭରତ ଦେଖିଲେ ଯେ ଆକାଶରେ ବିଚିତ୍ର ଜୀବ ଟିଏ କିଏ ଯାଉଛି l ତାଙ୍କ ଆଖିକୁ ହନୁମାନ ଏକ ରାକ୍ଷସ ପ୍ରାୟ ପ୍ରତୀତ ହେଲେ l ରାତି ଅଧରେ ଜଣେ ରାକ୍ଷସ କାହିଁକି ଅଯୋଧ୍ୟା ଆକାଶରେ ଅନୁପ୍ରବେଶ କରିଛି? କିଛି ଅଘଟଣ ଆଶଙ୍କାରେ ଭରତ ହନୁମାନଙ୍କ ଉପରକୁ ମାରିଲେ ଏକ ଫଳକବିହୀନ ବାଣ। ଗୋସ୍ବାମୀ କଲମ କଲେ –

ଦେଖା ଭରତ ବିସାଲା ଅତି ନିଶିଚର ମନ ଅନୁମାନି l
ବିନୁ ଫର ସାୟକ ମାରେଉ ଚାପ ଶ୍ରୱନ ଲଗି ତାନି ll ( ଲଙ୍କା କାଣ୍ଡ )

ଏଠାରେ ଭରତ ହନୁମାନଙ୍କୁ ଏକ ରାକ୍ଷସ ବୋଲି ମନ ଭିତରେ ଅନୁମାନ କରିନେଲେ l ଆଶ୍ଚର୍ଯ୍ୟ ! ବଡ଼ ଆଶ୍ଚର୍ଯ୍ୟ କଥା ଇୟେ ! ହନୁମାନ ଆଉ ଭରତ ଉଭୟ ଗୋଟିଏ ଦଳର – ଭକ୍ତି ବା ସେବକ ଦଳର l ଉଭୟଙ୍କ ହାଇକମାଣ୍ଡ ବି ଏକ – ଶ୍ରୀରାମ l ଉଭୟଙ୍କ ଜପ ମନ୍ତ୍ର ବି ଏକ l ଜଣେ ଆକାଶରେ ଉଡ଼ିଉଡ଼ି ‘ରାମ’ ନାମ ଜପ କରୁଛନ୍ତି। ଆଉଜଣେ ତଳେ ରହି ରାମଙ୍କୁ ଜପୁଛନ୍ତି l ଉଭୟେ ରାମଙ୍କ କାର୍ଯ୍ୟକୁ ଚରିତାର୍ଥ କରିବା ପାଇଁ ପ୍ରଚେଷ୍ଟାରତ l ଉଭୟଙ୍କ ଭିତରୁ କେହି ବି ସାଧାରଣ ମଣିଷ ନୁହନ୍ତି। ଜଗତ ସିନା ରାମଙ୍କୁ ଭଜନ କରେ କିନ୍ତୁ ରାତି ପାହିଲେ ରାମ ଭରତଙ୍କୁ ଭଜନ କରନ୍ତି। ଭରତ ହେଉଛନ୍ତି ଜଣେ ମହାନ୍‌ ଆତ୍ମା ଏବଂ ମହାପୁରୁଷ l ସେ କିପରି ନିଜର ସତ୍‌ସଙ୍ଗୀଙ୍କୁ (ଉଭୟ ଗୋଟିଏ ଗୁରୁ ‘ରାମ’ଙ୍କ ଶିଷ୍ୟ ) ନିଶାଚର ବା ରାକ୍ଷସ ବୋଲି ମନେ କରିପାରିଲେ?

ଭଗବାନଙ୍କ ଲୀଳାକୁ କିଏ ବୁଝି ପାରିବ? ନିଜ ଭକ୍ତର ରୋଗକୁ ଔଷଧ ଦେବାରେ ପ୍ରଭୁ ସାମାନ୍ୟ ମାତ୍ର ଢିଲା କରନ୍ତି ନାହିଁ l ହନୁମାନ ତାଙ୍କର ପ୍ରିୟ ଭକ୍ତ l

ପାଠକେ ! ହନୁମାନ କେବଳ ସେବକ ବା ଭକ୍ତ ନୁହନ୍ତି, ‘ହନୁମାନ ଚାଳିଶା’ରେ ହନୁମାନଙ୍କୁ ନିଜ ଭାଇ ଭରତ ଭଳି ବୋଲି ରାମ ତୁଣ୍ଡ ଫିଟାଇ କହିଦେଇଛନ୍ତି l ଆଚ୍ଛା ହନୁମାନଙ୍କୁ ଯଦି ରୋଗ ହେଲା ତେବେ ସେ ଭଲ ହେବେ କେମିତି? ଭରତଙ୍କ ଦ୍ୱାରା ହିଁ ପ୍ରଭୁ ତାଙ୍କର ରୋଗକୁ ଭଲ କରାଇ ଥିଲେ l ଏବେ ପ୍ରଶ୍ନ ଉଠିବ ହନୁମାନଙ୍କୁ କି ରୋଗ ହୋଇଥିଲା? ସେ ଏ ରୋଗ ବାବଦରେ ରାମଙ୍କୁ କହିଥିଲେ ନା ନାହିଁ? ନା ପାଠକେ, ଭକ୍ତଙ୍କୁ ଯେତେବେଳେ ରୋଗ ହୁଏ ସେ ନିଜେ ନ କହିଲେ ବି ପ୍ରଭୁ କିନ୍ତୁ ଜାଣି ନିଅନ୍ତି l ତଦନୁସାରେ ଔଷଧପତ୍ର ଲେଖିଦିଅନ୍ତି l ହଁ, ହନୁମାନଙ୍କୁ ‘ଭ୍ରମ ରୋଗ’ ହୋଇଥିଲା l ଅଯୋଧ୍ୟା ରାଜ୍ୟାଭିଷେକର ବହୁଦିନ ପରେ ଏକଥା ଦିନେ ସେ ରାମଙ୍କୁ କଥା ପ୍ରସଙ୍ଗରେ କହିଥିଲେ l ହନୁମାନ କହିଲେ ପ୍ରଭୁ, ଭରତଙ୍କ ବାଟୁଳି ମାଡ଼ରେ ସେଦିନ ମୋର ଦୁଇଟି ଭ୍ରମ ଦୂର ହୋଇଗଲା l ଆପଣ କୃପା କରି ସେ ଘଟଣାଟି ରଚାଇ ଥିବାରୁ ଏ ସେବକ ଆପଣଙ୍କ ପାଖେ ଚିର କୃତଜ୍ଞ ହୋଇ ରହିବ l

କିଛି ନ ଜାଣିବା ପରି ଛଳନା କରି ପ୍ରଭୁ ମ୍ଳାନ ହସି ହନୁମାନଙ୍କ ମୁଖରୁ ଅଧିକ ଶୁଣିବା ପାଇଁ ଆଗ୍ରହ କରିବାରୁ ହନୁମାନ କହିଲେ ହେ ଭକ୍ତବତ୍ସଳ କୃପାନିଧାନ ! ଆପଣଙ୍କ ନାମ ଜପୁଥିବାରୁ ମନେମନେ ମୁଁ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲି l କିନ୍ତୁ ଭରତ ଯେ ମୋ ଠୁ ଶ୍ରେଷ୍ଠ, ତାହା ଜାଣି ସେଦିନ ମୋର ଆଖି ଖୋଲିଯାଇଥିଲା l ‘ରାମ’ନାମ ମନ୍ତ୍ରରେ ଯାବତୀୟ ରୋଗ ଯେ ଛାଡ଼ି ପଳାଏ ସେଦିନ ପ୍ରଥମ ଥର ପାଇଁ ମୁଁ ଜାଣିଲି l ତାହା ଯଦି ମୁଁ ଆଗରୁ ଜାଣିଥାନ୍ତି, ତେବେ ଲକ୍ଷ୍ମଣଙ୍କ ମୂର୍ଚ୍ଛିତ ଅବସ୍ଥାକୁ ଦୂର କରିବା ପାଇଁ ଭରତଙ୍କ ସୂତ୍ରକୁ ମୁଁ ମଧ୍ୟ ପ୍ରୟୋଗ କରିପାରିଥାନ୍ତି l ଦୁଇଟି ମଣିଷଙ୍କ ରୋଗ ଥିଲା ଗୋଟିଏ – ମୂର୍ଚ୍ଛିତ ରୋଗ l ମେଘନାଦ ବାଣରେ ଲକ୍ଷ୍ମଣ ମୂର୍ଚ୍ଛିତ। ଭରତଙ୍କ ବାଣରେ ମୁଁ ମୂର୍ଚ୍ଛିତ l କିନ୍ତୁ ମୋର ମୂର୍ଚ୍ଛିତ ଅବସ୍ଥା ଦେଖି ଭରତ ବିନା ଔଷଧ ବା ଜଡିବୁଟିରେ କେବଳ ‘ରାମ’ ନାମ ମନ୍ତ୍ର ଜପି ମୋର ମୂର୍ଚ୍ଛିତ ଅବସ୍ଥାକୁ ଦୂର କରିବା ସହିତ ମୋ ଶରୀରର ସମସ୍ତ ପୀଡ଼ାକୁ କ୍ଷଣ ମାତ୍ରକେ ଦୂର କରି ଦେଇଥିଲେ ଅଥଚ ନିଜକୁ ଶ୍ରେଷ୍ଠ ‘ରାମ’ ମନ୍ତ୍ର ଜାପକ ମନେ କରୁଥିବା ମୁଁ ଅର୍ଥାତ୍‌ ମୋତେ ଲକ୍ଷ୍ମଣ ପାଇଁ ଏତେ ବଡ଼ ପାହାଡ଼ଟିକୁ ବୋହି ଆଣିବାର ପରିଶ୍ରମ କରିବାକୁ ପଡ଼ିଥିଲା l ମୋତେ ଏଇ ଶିକ୍ଷାଟି ଦେବା ପାଇଁ ଆପଣ ଭରତଙ୍କ ମନରେ ମୋତେ ରାକ୍ଷସ ସଜାଇ ବାଟୁଳି ମରାର ନାଟକ କରିଥିଲେ l

ଭରତଙ୍କ ବାଣରେ ହନୁମାନ ଅଚେତ ହୋଇ ତଳେ ପଡ଼ିଥାନ୍ତି l ପୂର୍ବରୁ ହନୁମାନଙ୍କ ମୁଖରୁ ରାମ ନାମ ଉଚ୍ଚାରିତ ହୋଇଥିବା କଥା ଭରତଙ୍କୁ ଟିକେ ଆଭାସ ହୋଇଥିଲା l ଜଣେ ରାମ ଭକ୍ତ ବାନରର ଏ ଦଶା କରିଥିବାରୁ ଭରତ ଖୁବ୍‌ ଦୁଃଖୀ ହେଲେ l ଶେଷରେ ହନୁମାନଙ୍କ ଚେତା ଫେରାଇବା ପାଇଁ ରାମଙ୍କ ଆଶ୍ରା ନେଲେ l ଏ କଥା ଗୋସ୍ବାମୀ ତୁଳସୀ ଦାସ ବର୍ଣ୍ଣନା କରି ଲେଖିଛନ୍ତି –

ଜ୍ୟୋଉଁ ମୋରେ ମନ ବଚ ଅରୁ କାୟା
ପ୍ରୀତି ରାମ ପଦ କମଲ ଅମାୟା ll
ତୌ କପି ହୋଉ ବିଗତ ଶ୍ରମ ସୂଲା
ଜ୍ୟୋଉଁ ମୋ ପର ରଘୁପତି ଅନୁକୂଲା ll

ହନୁମାନଙ୍କ ଅବସ୍ଥା ଦେଖି କାନ୍ଦିକାନ୍ଦି ଭରତ କହୁଛନ୍ତି, ଯଦି ମନ, ବଚନ ଓ଼ କର୍ମରେ ମୋର ଶ୍ରୀରାମଙ୍କ ଚରଣ କମଳରେ ନିଷ୍କପଟ ପ୍ରେମ ଥିବ ଏବଂ ଯଦି ଶ୍ରୀରଘୁନାଥ ମୋ ପ୍ରତି ପ୍ରସନ୍ନ ଥିବେ ତେବେ ଏଇ ବାନର କ୍ଳାନ୍ତି ଓ଼ ପୀଡ଼ାରୁ ମୁକ୍ତ ହୋଇ ଯାଉ l ବାସ୍‌, ଏତିକି ମାତ୍ରରେ ହିଁ ହନୁମାନ ଚେତା ପାଇଲେ ଏବଂ ତାଙ୍କର ସମସ୍ତ ଯନ୍ତ୍ରଣା ଦୂର ହୋଇଗଲା l
ପ୍ରଭୁ ହନୁମାନଙ୍କ କଥା ଶୁଣି କେବଳ ହସୁଥିଲେ ଯାହା l

ହନୁମାନ ପୁନଶ୍ଚ କହିଲେ – ଭରତଙ୍କ ବାଟୁଳି ମାଡ଼ ଖାଇ ମୁଁ ତଳକୁ ଖସି ପଡ଼ିଲି ସତ କିନ୍ତୁ ମୋ ହାତରେ ଥିବା ବିରାଟ ପାହାଡ଼ ଖଣ୍ଡ ଶୂନ୍ୟରେ ସେମିତି ଝୁଲିକି ରହିଥିଲା l ପୂର୍ବରୁ ମୋର ଭାବନା ଥିଲା ଯେ ମୁଁ ପାହାଡ଼କୁ ବୋହି ନେଉଛି କିନ୍ତୁ ଏ ଦୃଶ୍ୟ ପରେ ମୋ କର୍ତ୍ତାପଣିଆର ସମାପ୍ତି ଘଟିଲା l ମୋ ମନରୁ ଅହଂକାର ଦୂର ହୋଇଗଲା l
– ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri