କୃଷି ବିଭାଗ କୋମାରେ

ସାତମାଇଲ, ୬ା୫ ଅକ୍ଷୟତୃତୀୟାରେ ସରିଛି ଅଖିମୁଠି ଅନୁକୂଳ। ବିହନ ବୁଣି ଚାଷ ପାଇଁ ପାଗ ଭିଡ଼ିଲେଣି ଚାଷୀ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ କରିଥିବା ଅନୁମାନ ସେମାନଙ୍କ ମଧ୍ୟରେ ଖେଳାଇ ଦେଇଛି ଉଲ୍ଲାସ। କରୋନା ମହାମାରୀ, ଅନାବୃଷ୍ଟି ଏବଂ ଅତିବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଇବର୍ଷ ହେଲା ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ଚଳିତବର୍ଷ ଏଥିରୁ ମୁକୁଳିବାକୁ ଆଶା ବାନ୍ଧିଛି ଚାଷୀ ପରିବାର। ତେବେ କୋମାରେ ଥିବା କୃଷି ବିଭାଗ ପାଇଁ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅଞ୍ଚଳର ଚାଷୀ। ଯୋଜନାର ସଫଳ ରୂପାୟନରେ ଅଧିକାରୀଙ୍କ ଆନ୍ତରିକତା ଅଭାବ, ଫସଲ ବୀମା ଟଙ୍କା ନ ମିଳିବା ସର୍ବୋପରି ହାତରେ ଅର୍ଥ ନ ଥିବାରୁ ଖରିଫ୍‌ ଚାଷ କେମିତି ଆରମ୍ଭ ହେବ ତାହାକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି ସେମାନେ।
ଢେଙ୍କାନାଳ ଜିଲାର ବୃହତ୍ତମ ବ୍ଲକ ହିନ୍ଦୋଳ ୩୫ ପଞ୍ଚାୟତକୁ ନେଇ ଗଠିତ। ବ୍ଲକ ଏବଂ ୧୬ ଓ୍ବାର୍ଡବିଶିଷ୍ଟ ଏନ୍‌ଏସିର ଅଧିକାଂଶ ପରିବାର କୃଷି ଉପରେ ନିର୍ଭରଶୀଳ। ହିନ୍ଦୋଳ ସଦରରେ ଚାଷୀଙ୍କ ପରାମର୍ଶ ପାଇଁ କାର୍ଯ୍ୟାଳୟ ରହିଛି। ଚାଷଜନିତ ସମସ୍ୟାର ସମାଧାନ କରିବା ପାଇଁ ଏଠାରେ କାର୍ଯ୍ୟ କରୁଛନ୍ତି କୃଷି ଅଧିକାରୀ, ସରକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ। ଏଥିସହ କୃଷି ଯୋଜନାର ସଫଳ ରୂପାୟନ ପାଇଁ କ୍ଷେତ୍ରସ୍ତରରେ ୧୦ ଭିଏଡବ୍ଲ୍ୟୁ ଏବଂ କୃଷକ ସାଥୀ ନିଯୁକ୍ତି ପାଇଛନ୍ତି। ତେବେ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ କାହାରି ଦେଖାମିଳୁନାହିଁ। ଅଫିସ୍‌ରେ ତାଲା ଝୁଲୁଛି। ତେଣୁ ଉଚିତ ପରାମର୍ଶ ନ ପାଇ ଚାଷୀ ବାଟବଣା ହେଉଥିବା ଅଭିଯୋଗ ହେଉଛି।
ଚାଷୀଙ୍କ କହିବା କଥା, ମରୁଡ଼ି କାରଣରୁ ଗତ ଖରିଫ୍‌ ଋତୁରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ପ୍ରିମିୟମ ପୈଠ ସତ୍ତ୍ୱେ ଫସଲ କ୍ଷତିଜନିତ ବୀମାଟଙ୍କା ଅଦ୍ୟାବଧି ମିଳିନାହିଁ। ଏ ନେଇ ବୀମା କମ୍ପାନୀ କୌଣସି ସ୍ପଷ୍ଟୀକରଣ ଦେଉନାହିଁ। କେନ୍ଦ୍ର ସରକାରଙ୍କ ‘ପିଏମ୍‌-କିଷାନ’ ଏବଂ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଶତାଧିକ ଅଣଚାଷୀ ସାମିଲ ହୋଇଛନ୍ତି। ତେଣୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ସୁବିଧା ପହଞ୍ଚତ୍ ପାରୁନାହିଁ। ଉକ୍ତ ଯୋଜନାରେ ସାମିଲ ହୋଇଥିବା କେତେଜଣ ଚାଷୀ ପ୍ରଥମ, ଦ୍ୱିତୀୟ କିସ୍ତି ଟଙ୍କା ପାଇବା ପରେ ଜମାଖାତାକୁ ଅର୍ଥ ଆସୁନାହିଁ। ବିହନ ଓ କୃଷି ଉପକରଣ ବଣ୍ଟନରେ ପାତର ଅନ୍ତର କରାଯାଉଛି। ଅଧିକାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଚାଷୀଙ୍କ ସହିତ ସମ୍ପର୍କ ରଖୁ ନ ଥିବାରୁ ଉଚିତ ପରାମର୍ଶ ମିଳିପାରୁନାହିଁ। ଏହାର ସମାଧାନ ନିମନ୍ତେ ଚାଷୀମାନେ କୃଷି କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ଅଧିକାରୀମାନେ ଅଣଦେଖା କରୁଛନ୍ତି। ତେଣୁ କୃଷକ କଲ୍ୟାଣ ଯୋଜନା ବାଟ ହୁଡ଼ିଥିବା ସେମାନେ କହିଛନ୍ତି। ତଳରୁ ଉପର ଯାଏ ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଛି। ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁଖା ଖୋଲିବ ବୋଲି ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri