Posted inଖେଳ

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ କଲେ ଉମ୍‌ରାନ

ନୂଆଦିଲ୍ଲୀ,୨।୫: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌-୨୦୨୨ ଖେଳୁଥିବା ଦ୍ରୁତ ବୋଲର ଉମ୍‌ରାନ ମଲ୍ଲିକ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ ସୃଷ୍ଟି କରିଛନ୍ତି । ଜମ୍ମୁ-କଶ୍ମୀରର ୨୨ ବର୍ଷୀୟ ଉମ୍‌ରାନ ଘଣ୍ଟା ପ୍ରତି ୧୫୪ କି.ମି. ବେଗରେ ବଲ୍‌ ପକାଇଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଦ୍ରୁତ ବୋଲର ଲକି ଫର୍ଗ୍ୟୁସନଙ୍କୁ ସେ ପଛରେ ପକାଇଦେଇଛନ୍ତି।

ଉମ୍‌ରାନ ଦଶମ ଓଭରର ଦ୍ୱିତୀୟ ବଲ୍‌ରେ ଋତୁରାଜ ଗାଏକୱାଡ୍‌ଙ୍କୁ ୧୫୪ କି.ମି. ବେଗରେ ଏକ ବଲ୍‌ ପିଙ୍ଗିଥିଲେ। ଏହାକୁ ଗାଏକଓ୍ବାଡ୍‌ ଚଉକାରେ ପରିଣତ କରିଦେଇଥିଲେ । ୧୯ତମ ଓଭରରେ ଉମ୍‌ରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ୧୫୪ କି.ମି. ବେଗରେ ବୋଲିଂ କରିଥିଲେ। ଏହାକୁ ମିଡ୍‌ ଅନ୍‌ରେ ଖେଳି ଧୋନୀ ସିଙ୍ଗଲ ରନ୍‌ କରିଥିଲେ । ଉମ୍‌ରାନ ୪ ଓଭର ବୋଲିଂ କରି ୪୮ ରନ୍‌ ଦେବା ସହ ଉଇକେଟ ନେବାରେ ସଫଳ ହୋଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…

ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର...

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା...

ବଡ଼ ରେକର୍ଡ ଅପେକ୍ଷାରେ ବିରାଟ କୋହଲି: ଆଜି ଭାଙ୍ଗିପାରନ୍ତି….

ନୂଆଦିଲ୍ଲୀ,୧୪।୧: ଫୁଲ୍‌ ଫର୍ମରେ ଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। କୋହଲି ଗତ ୫...

ମକର ସଂକ୍ରାନ୍ତିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ: କଟିବ ବାସ୍ତୁ ଦୋଷ, ଚମକି ଉଠିବ ଭାଗ୍ୟ…

ମକର ସଂକ୍ରାନ୍ତି ପର୍ବ ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତିକୁ ଚିହ୍ନିତ କରେ। ଏହି ଦିନକୁ ନୂତନ ଆରମ୍ଭ, ସକାରାତ୍ମକ ଶକ୍ତି ଏବଂ ଜୀବନରେ ଶୁଭ ପରିବର୍ତ୍ତନର...

ଗୌତମ ଗମ୍ଭୀରଙ୍କ ସହ କଥା ହୁଅନ୍ତି ନାହିଁ ବିରାଟ କୋହଲି? ଡ୍ରେସିଂ ରୁମର ରାଜ୍‌ ଖୋଲିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ସେମାନେ ପରସ୍ପରକୁ ଆଦୌ...

ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲିଲେ ମୁଖ୍ୟ ଶାସନ ସଚିବ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି, ୧୪/୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳ ଗସ୍ତ କରିଛନ୍ତି। ସେ ପ୍ରଥମେ...

ଚଳନ୍ତା ଟ୍ରେନ ଉପରେ ଖସିପଡ଼ିଲା କ୍ରେନ, ୨୨ ମୃତ ୩୦ରୁ ଅଧିକ ଆହତ

ବ୍ୟାଙ୍କକ,୧୪।୧: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏହି...

କାଳୀଜାଈଙ୍କ ପୀଠରେ ମକର ମେଳା: ଭକ୍ତଙ୍କ ପ୍ରବଳ ଭିଡ଼

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ପାରିକୁଦ ରାଜସାହେବ ଉଦଘାଟିତ କରିଥାନ୍ତି। ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri