ତାତିରେ ଡହଳବିକଳ ହାତୀ

ଢେଙ୍କାନାଳ ଅଫିସ, ୨୪।୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଉଛି ସାରା ଓଡ଼ିଶା। ଝାଞ୍ଜି ସାଙ୍ଗକୁ ତତଲା ପବନ ଅଣନିଃଶ୍ୱାସୀ କରୁଛି। ରାଜ୍ୟରେ ପାରଦ ୪୫ ଟପିଲାଣି। ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଗଲାଣି। ଏଭଳିସ୍ଥିତିରେ କେବଳ ମଣିଷ ନୁହନ୍ତି, ହାତୀ ଭଳି ବିଶାଳକାୟ ପ୍ରାଣୀ ମଧ୍ୟ ଅହସ୍ୟ ରୌଦ୍ରତାପରେ କଲବଲ ହେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସେମାନେ କରୁଛନ୍ତି କାଦୁଅ ସ୍ନାନ। ହାତୀ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲାରୁ ଆସିଛି ଏଭଳି ଚିତ୍ର। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ହାତୀପଲ କାଦୁଅରେ ଗଡ଼ି ଲଟପଟ ହେଉଥିବାର ଦୃଶ୍ୟ ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି।
ଏପିଲ୍‌ ପ୍ରଥମ ସପ୍ତାହରୁ ଢେଙ୍କାନାଳ ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏହାର ପ୍ରଭାବରେ ପ୍ରଭାବିତ ହୋଇଛି ବନ୍ୟଜୀବନ। ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀମାନେ ଝାଞ୍ଜିରେ କଲବଲ ହେଉଛନ୍ତି। ଶରୀରକୁ ଶୀତଳ ରଖିବା ପାଇଁ ସେମାନେ ଜଳକ୍ରୀଡ଼ା କରିବା ପରେ କାଦୁଅରେ ଗଡୁଛନ୍ତି। କନ୍ଧରା ସଂରକ୍ଷିତ ଜଙ୍ଗଲରେ ଏକ ପଲରେ ୫ରୁ ଊର୍ଦ୍ଧ୍ୱ ହାତୀ କାଦୁଅରେ କ୍ରୀଡ଼ାରତ ଥିବା ଦୃଶ୍ୟ ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରାରେ କଏଦ୍‌ ହୋଇଛି। ଡିଏଫ୍‌ଓ ଡା. ପ୍ରକାଶ ଚାନ୍ଦ ଗୋଗିନେନି ଉକ୍ତ ଫଟୋକୁ ଟୁଇଟ୍‌ କରିଛନ୍ତି। ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହାକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ କୁହନ୍ତି, ମଣିଷ ଭଳି ହାତୀ ମଧ୍ୟ ଅତ୍ୟଧିକ ଗରମ ସହ୍ୟ କରିପାରନ୍ତି ନାହିଁ। ଶରୀରକୁ ଥଣ୍ଡା ରଖିବା ପାଇଁ ଜଳକ୍ରୀଡ଼ା ପରେ ସେମାନେ କାଦୁଅରେ ଗଡ଼ିବାକୁ ଭଲପାଇଥାଆନ୍ତି।

୪୧.୫ ଡିଗ୍ରୀ ଛୁଇଁଲା ପାରଦ

ଢେଙ୍କାନାଳ ଜିଲାରେ ଶନିବାର ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ଗରମ ପବନ ସହରବାସୀଙ୍କୁ ଅତିଷ୍ଠ କରିପକାଇଛି। ଖରାର ପ୍ରକୋପ ପାଇଁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସନ୍ଧ୍ୟା ୬ଟା ଯାଏ ତାତି ଅନୁଭୂତ ହେଉଛି। ତେବେ ଏଭଳି ସମୟରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅପରପକ୍ଷେ ଗ୍ରୀଷ୍ମପ୍ରବାହରେ ପୌରସଂସ୍ଥା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର, ଦହିସରବତ ବଣ୍ଟନ କରାଯାଉଥିବା ସ୍ଥାନରେ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri