ଆଦି ଓ ଆର୍ଯ୍ୟ

ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜାତି ପରିଚାଳିତ। ପଶ୍ଚିମ ଓଡ଼ିଶାରେ ମା’ ସମଲେଶ୍ୱରୀ ଆରାଧ୍ୟା ଦେବୀ। ଆଜିର ପରିସ୍ଥିତିରେ ରାଜନୈତିକ ପରିବେଶ ସହିତ ଉତ୍ତର ଭାରତର ପ୍ରଭାବ ଯୋଗୁ ଓଡ଼ିଶାରେ ଲୋକେ ରାମନବମୀ ବଡ଼ଧରଣରେ ପାଳନ କରୁଛନ୍ତି। ଏଠି ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକ ସବୁ ଠାକୁରାଣୀଠାକୁରଙ୍କୁ ସ୍ବୀକାର କରନ୍ତି। ଜଗନ୍ନାଥପ୍ରେମୀ ମା’ ସମଲେଶ୍ୱରୀଙ୍କୁ ମୁଣ୍ଡିଆ ମାରିବା ସହ ରାମଙ୍କୁ ହାତ ଯୋଡ଼ିପାରନ୍ତି। ସେହିଭଳି ସମଲେଶ୍ୱରୀଙ୍କ ଭକ୍ତ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବା ସହ ରାମଙ୍କୁ ଜୁହାର କରିପାରନ୍ତି। ଓଡ଼ିଶାରେ ଧାର୍ମିକ ତିକ୍ତତାର ପ୍ରଭାବ ପୂର୍ବରୁ ନ ଥିଲା। କାରଣ ମୁଣ୍ଡରେ ଫିତା ବାନ୍ଧି, ହାତରେ ପତାକା ଧରି ମୋଟରସାଇକେଲ ଆରୋହୀ କେବେହେଲେ ଜୟ ଜଗନ୍ନାଥ ଚିତ୍କାର କରୁଥିବାର କେହି ଦେଖି ନ ଥିବେ। ଏହି ରାଜ୍ୟରେ ଜଗନ୍ନାଥ ହୁଅନ୍ତୁ ବା ମା’ଙ୍କ ସମ୍ମୁଖରେ ଦୁଇ ହାତ ଟେକି ଆତ୍ମସମର୍ପଣ କରିବା ହେଉଛି ଆମ ଜାତିର ବିଶେଷତା। ପ୍ରବଳ ଭିଡ଼ ସମୟରେ ଯେଉଁମାନେ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିବେ ସେଠାରେ କେବେହେଲେ ଅଶାନ୍ତ ପରିସ୍ଥିତି ବା ଚିତ୍କାର ଶୁଣି ନ ଥିବେ। ଏପରିକି ଠେଲାପେଲା ମଧ୍ୟ ମନେହୁଏ ଯେପରି ପରିବାରବର୍ଗ କରନ୍ତି। ଉତ୍ତର ଭାରତର ପୁରାଣ କାହାଣୀରେ ଠାକୁରମାନେ ଅସ୍ତ୍ର ଧରି ଯୁଦ୍ଧ କରିଥିଲେ। ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ କେବେହେଲେ ନିଜେ ଯୁଦ୍ଧ କରିନାହାନ୍ତି। ଜଗନ୍ନାଥ ହେଲେ ଅବତାରୀ, ଅନ୍ୟ ସମସ୍ତେ ଅବତାର। ସେଥିପାଇଁ କୁହାଯାଏ ଦଶାବତାରରେ ଜଗନ୍ନାଥ ନାହାନ୍ତି। ଆମ ପ୍ରଭୁ ହେଲେ ଆଦି ଏବଂ ଅନ୍ୟସବୁ ଅବତାର ହେଲେ ଆର୍ଯ୍ୟ। ଅର୍ଥାତ୍‌ ଅନ୍ୟସବୁ ହେଲେ ପାର୍ଶ୍ୱ ଠାକୁର ଓ ସେଥିପାଇଁ ହିଂସା ରଚାଇବାକୁ କୌଣସି ଭାବେ ଓଡ଼ିଆ ଲୋକଙ୍କ ପାଇଁ ଗ୍ରହଣୀୟ ହେବାକଥା ନୁହେଁ। ଆଜି ଯଦି ଆମେ ଗୋଟିଏ ପଟରେ ହିଂସାକୁ ସହିବା ତେବେ ଅନ୍ୟପଟରେ ହିଂସାକୁ ଖଣ୍ଡନ କରିହେବ ନାହିଁ।
ଉଦାହରଣ ସ୍ବରୂପ ମିଳିଥିବା ଖବର ଅନୁଯାୟୀ କେନ୍ଦୁଝର ଜିଲା ଯୋଡ଼ାରେ ଘଟିଥିବା ହିଂସା ପଛରେ କେତେକ ସଂଖ୍ୟାଲଘୁଙ୍କର ସମ୍ପୃକ୍ତି ଥାଇପାରେ। କୁହାଯାଉଛି ରାମନବମୀ ପତାକାକୁ ସଂଖ୍ୟାଲଘୁ ଅଞ୍ଚଳ ଦେଇ ନେବାକୁ ବିରୋଧ କରାଯିବା ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଯଦି ବାସ୍ତବରେ ସେଭଳି ବିରୋଧ ହୋଇଥାଏ ତାହା ବେଆଇନ ଓ ନିନ୍ଦନୀୟ। ଏକ ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ସ୍ବାଧୀନ ନାଗରିକଙ୍କର ସରକାରୀ ରାସ୍ତା ଉପରେ ଯାତାୟାତ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ସେହି ଅଧିକାରକୁ ଯଦି କେହି ବାଧା ଦିଏ କଠୋର ବିରୋଧ ହେବା ସ୍ବାଭାବିକ।
ସେହିଭଳି ମଧ୍ୟପ୍ରଦେଶର ଖାର୍ଗୋନ ଅଞ୍ଚଳରେ ଥିବା ଏକ ମସ୍‌ଜିଦ ଦେଇ ଶ୍ରୀରାମ ନବମୀ ଶୋଭାଯାତ୍ରା ଯାଉଥିଲା। କୁହାଯାଉଛି ହଠାତ୍‌ ଶୋଭାଯାତ୍ରା ଉପରକୁ ଟେକା ମାଡ଼ କରାଯାଇଥିଲା। କୋଭିଡ୍‌ ଯୋଗୁ ଦୀର୍ଘ ଦୁଇବର୍ଷ ପରେ ପର୍ବ ପାଳନ ହେଉଥିଲା। ତେବେ ଏଭଳି ହିଂସା ଘଟିବା ପରେ ସ୍ଥାନୀୟ ପ୍ରଶାସନ ମସ୍‌ଜିଦ ଅଞ୍ଚଳରେ ଥିବା ୪୫ଟି ଘରକୁ ଭାଙ୍ଗି ଦେଇଛନ୍ତି। କୁହାଯାଉଛି ଯେ, ସେହି ଘରଗୁଡ଼ିକର ରେକର୍ଡପତ୍ର ଠିକ୍‌ ନ ଥିଲା ଓ ସରକାରୀ ଜମି ଉପରେ ଗଢ଼ାଯାଇଥିଲା। ଏଠାରେ କୁହାଯାଇପାରେ, ଯଦି ସଂଖ୍ୟାଲଘୁଙ୍କ ଘର ଭଙ୍ଗାଗଲା ତାହା ପ୍ରଶାସନ ପାଇଁ ସମ୍ଭବ ହେଲା, କାରଣ ସେମାନେ ବେଆଇନ ଭାବେ ଗୃହ ନିର୍ମାଣ କରିଥିଲେ।
ମଧ୍ୟପ୍ରଦେଶ କଥା ଯାହା ହେଉଛି ହେଉ, ଓଡ଼ିଶାରେ ଜଗନ୍ନାଥଙ୍କ କୃପାରେ ବଞ୍ଚୁଥିବା ସବୁ ଓଡ଼ିଆ ସୁରକ୍ଷିତ ରହିପାରିବେ ଯଦି ଉତ୍ତର ଭାରତର ପାଗଳାମି ଆମ ସଂସ୍କୃତିକୁ ଗ୍ରାସ କରିବାକୁ ଆମେ ଦେବୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri