କହିବା ଆଗରୁ…

କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ ଏଇ କଳା ଜାଣିଗଲେ ପରିବାରରେ ସୁଖଶାନ୍ତି ଆସିବା ସହିତ ଢେର୍‌ ମଧୁର ହୋଇଥାଏ ସମ୍ପର୍କ। ପଦିଏ କଥାରେ ଝରିଯାଏ ପ୍ରେମର ମଧୁର ମୂର୍ଚ୍ଛନା ଆଉ ପଦେ କଥାରେ ବି ଭୁଶୁଡି ଯାଏ ସମ୍ପର୍କର ମଜଭୁତ ନିଅଁ। କେଉଁ ସମୟରେ କଥାର ପ୍ରଭାବ କ’ଣ ହୁଏ ସେ ଅନୁଭବ ତ ଅଳ୍ପେ ବହୁତେ ଥାଏ ଗୃହିଣୀଙ୍କର। ତେଣୁ ହଠାତ୍‌ କିଛି କହିବା ଆଗରୁ ଥରେ ଭାବିବା ଉଚିତ…

ପରିବାର ଭିତରେ ସମସ୍ତଙ୍କ ମନ ନେଇ ଚଳିବାକୁ ହେଲେ ପ୍ରଥମେ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ହୁଏ। କେଉଁ ସମୟରେ କଥା କହିଲେ ତା’ର ସକାରାତ୍ମକ ପ୍ରଭାବ ପଡିବ ସେକଥା ବିଚାର କରିବା ଦରକାର। ନଚେତ୍‌ ବିରକ୍ତି ଭାବରେ ପ୍ରତିକ୍ରିୟାରେ ପଦେ କଥା କହିଦେଲେ ନିମିଷକେ ହୁଏତ ସୁନା ସଂସାର ଭାଙ୍ଗି ଯାଇପାରେ। ତେଣୁ ସଙ୍ଗେ ସଙ୍ଗେ ସବୁ କଥା ନ କହି ସମୟକୁ ଅପେକ୍ଷା କରି ନିଜ କଥା ଉପସ୍ଥାପନ କରିବା ଉଚିତ।
ହଠାତ୍‌ ଡରାନ୍ତୁ ନାହିଁ: ପିଲାମାନେ କିଛି ଭୁଲ୍‌ କରିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଗାଳି ଦିଅନ୍ତୁ ନାହିଁ। ଆପଣଙ୍କ ଦୃଷ୍ଟିରେ ହୁଏତ ସେମାନେ କିଛି ଭୁଲ୍‌ କରିଥାଇ ପାରନ୍ତି କିନ୍ତୁ ସଙ୍ଗେ ସଙ୍ଗେ ପିଲାଙ୍କୁ ଗାଳି କିମ୍ବା ମାଡ ଦେଲେ ସେମାନେ ହୁଏତ ପ୍ରତିକ୍ରିୟାଶୀଳ ହୋଇପାରନ୍ତି। ଫଳରେ ସେମାନଙ୍କ କଅଁଳ ମନକୁ ଢେର୍‌ ଆଘାତ ଲାଗିବ। ହୁଏତ ସବୁଦିନ ପାଇଁ ସେମାନେ ଭୟରେ କିମ୍ବା କ୍ରୋଧରେ ଲୁଚାଇ ଲୁଚାଇ ଭୁଲ କାମ କରିପାରନ୍ତି। ତେଣୁ ପିଲାଙ୍କୁ ସବୁବେଳେ ବୁଝାଇ ଶୁଝାଇ ପ୍ରତି କଥା କୁହନ୍ତୁ। ଏମିତିକି ସେମାନଙ୍କ ଭୁଲ୍‌ କାମକୁ ବି ପ୍ରଥମେ ଭୁଲ୍‌ କୁହନ୍ତୁ ନାହିଁ। ପରେ ସମୟ ଦେଖି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ।
ଉତ୍ତର ଦେବାକୁ ହେଲେ: ପରିବାରରେ ଥିବା ଗୁରୁଜନମାନେ ଆପଣଙ୍କୁ କିଛି କହିଲେ ତାଙ୍କୁ କିଛି ଉତ୍ତର ଦେବା ପୂର୍ବରୁ ସେ କଥାର କ’ଣ ପ୍ରଭାବ ହେବ ଚିନ୍ତା କରିବା ଉଚିତ। କାହିଁକି ନା ସେମାନଙ୍କ ମନରେ ସାମାନ୍ୟ ଟିକିଏ ବି ଆଘାତ ଲାଗିଲେ ତାହା ପରିବାରରେ ଏକ ବିରାଟ ଝଡ଼ ସୃଷ୍ଟି କରିଥାଏ। ତେଣୁ ଶାଶୁ, ଶ୍ୱଶୁର କିମ୍ବା ଅନ୍ୟ ଗୁରୁଜନଙ୍କୁ କିଛି କହିବା ସମୟରେ ପ୍ରଥମେ ଭାବିବା ଉଚିତ। ହୁଏତ ଅନେକ ସମୟରେ ଠିକ୍‌ କିମ୍ବା ସତ କଥା ବି ସେମାନଙ୍କୁ ଠିକ୍‌ ଲାଗି ନ ଥାଏ। ତେଣୁ ସେଭଳି ସତ ବି କହିବା ଉଚିତ ନୁହେଁ। ଅବଶ୍ୟ ସମୟ ସୁବିଧା ଦେଖି ପର ମୁହୂର୍ତ୍ତରେ କେବେ ସେହି କଥାକୁ କହିଲେ କଥାର ଗୁରୁତ୍ୱ ରହିଥାଏ। ତା’ ଛଡ଼ା ସେମିତି କିଛି କଥା ପରେ କହିବା ଫଳରେ ପରିବାରରେ ବୋହୂ ପ୍ରତି ସମସ୍ତଙ୍କର ଭଲପାଇବା ବି ଅତୁଟ ରହିଥାଏ।
ମନକୁ ବୁଝି : ସାଥୀଙ୍କ ଆଗରେ ମନଖୋଲି ସବୁ କିଛି କହିଦେବାକୁ ଇଚ୍ଛା ହୋଇଥାଏ। ହେଲେ କହିବା ପାଇଁ ଉପଯୁକ୍ତ ସମୟ ସୁଯୋଗକୁ ଅପେକ୍ଷା କରିବା ଉଚିତ। ନଚେତ୍‌ ଆପଣଙ୍କ କଥାର ବିପରୀତ ପ୍ରଭାବ ପଡ଼ିପାରେ। ହୁଏତ ସାଥୀଙ୍କ ସହ ସମ୍ପର୍କରେ ଫାଟ ବି ସୃଷ୍ଟି ହୋଇପାରେ। ପରିବେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି କଥା କହିଲେ ସହଜରେ ସ୍ବାମୀଙ୍କ ମନକୁ କିଣିହୁଏ। ଆଉ କିଛି ବିଚାର ନ କରି କ୍ରୋଧରେ ପ୍ରତିକ୍ରିୟାଶୀଳ ହୋଇ ସବୁକିଛି କହିଦେଲେ କଥା ସରିଯାଏ। କିନ୍ତୁ ବୁଦ୍ଧିମତୀ ମହିଳା ଏମିତି ଭୁଲ୍‌ କେବେ କରନ୍ତି ନାହିଁ। ସ୍ବାମୀଙ୍କ ମନକୁ ବୁଝି ସମୟ ନେଇ କଥା କହିଲେ ଆପତ୍ତି ଅଭିଯୋଗ ଅବା ଅଭିମାନ ସବୁର ମୂଲ୍ୟ ରହିଥାଏ।
ଏମାନେ କ’ଣ କରନ୍ତି…
ସମସ୍ତେ ଭଲ ପାନ୍ତି: ଶାଶୁ ଘରେ ଆଜିପର୍ଯ୍ୟନ୍ତ କେବେ କାହାକୁ ରାଗରେ ମୁଁ କିଛି କହିନି। ସେମିତି ବି ନୁହଁ ଯେ ମୁଁ ସବୁ କଥା ଲୁଚାଇ ରଖେ। କିନ୍ତୁ କୌଣସି କଥାକୁ ନେଇ ଯୁକ୍ତି ହେଉଥିବା ସମୟରେ ମୁଁ କାହାକୁ କିଛି ନ କହି ପରେ ସମସ୍ତେ ଭଲ ମୁଡରେ ଥିବାବେଳେ ମୋର ପରାମର୍ଶ କିମ୍ବା ମତ ଦେଇଥାଏ। ଏମିତି କରିବା ଫଳରେ ଅନେକ ସମୟରେ ସହଜରେ ସମସ୍ୟା ସମାଧାନ ହୋଇଯାଏ। ତେଣୁ ଶାଶୁ ଘରେ କୌଣସି ସଦସ୍ୟ ମୋ ଉପରେ କେବେ ରାଗନ୍ତି ନାହିଁ। ବରଂ ଭଲ ବୋହୂ କହି ମତେ ସମସ୍ତେ ବହୁତ ଭଲ ପାଆନ୍ତି।
-ସୁରଭି ମିଶ୍ର, ଗୃହିଣୀ, ଭୁବନେଶ୍ୱର
ଉଦାହରଣ ଦେଇ ବୁଝାଏ: ମୋ ପିଲା ପାଇଁ ମୁଁ ବହୁତ ଭାବପ୍ରବଣ। ତେଣୁ ଘରେ ଆମ ଭିତରେ କେବେ ଯଦି କୌଣସି କଥାରେ ଛୋଟମୋଟ ଝଗଡା ହୁଏ ତେବେ ପିଲାମାନଙ୍କୁ ଅଲଗା ଘରେ ରଖିଥାଏ। ସେମାନଙ୍କର ପ୍ରତିଟି ଭାବନାକୁ ମୁଁ ଗୁରୁତ୍ୱ ଦିଏ। ସେଥିପାଇଁ କୌଣସି କଥାରେ ମୁଁ ତାଙ୍କୁ ରାଗିକି କିଛି କହେନି। ବରଂ ବୁଝାଇବା ସହ ଅନ୍ୟମାନଙ୍କର ଉଦାହରଣ ଦେଖାଇ ସବୁ କଥା କହିଥାଏ। ତେଣୁ ପ୍ରଥମେ ରାଗିଲେ ବି ସାଙ୍ଗେ ସାଙ୍ଗେ ସେ ତା’ ଭୁଲ୍‌ ବୁଝିଯାଏ।
-କବିତା ପାତ୍ର, ଗୃହିଣୀ, ଫେଜ୍‌-୩, ବଡମାଲ, ବଲାଙ୍ଗୀର
ମୁଡ୍‌ ଦେଖି କହେ: ଘରକୁ ଫେରିବା ମାତ୍ରେ ସାଙ୍ଗେ ସାଙ୍ଗେ ମୁଁ କାହାକୁ କିଛି କହେନି। ଏମିତି କି ସ୍ବାମୀ ଘରକୁ ଆସିବାର କିଛି ସମୟ ପରେ ତାଙ୍କ ମୁଡ୍‌ ଦେଖି ମୁଁ କଥା କହେ। ଖିଆପିଆ ସରିବା ପରେ ଏକୁଟିଆ ସମୟରେ ମୁଁ ଯାହା କହିଲେ ସେ ସହଜରେ ବୁଝିପାରନ୍ତି। ଏମିତି କି ମୁଁ ବିରକ୍ତ ହୋଇଥିବା କୌଣସି କଥା କହିଲେ ବି ସେ ମତେ ବୁଝାଇବାକୁ ଚେଷ୍ଟା କରନ୍ତି। ତେଣୁ ଆମ ଭିତରେ କେବେ କୌଣସି ମତପାର୍ଥକ୍ୟ ହୁଏନି ଓ ଭଲ ବୁଝାମଣା ରହିଥାଏ। ମୋର ଏଇ ସ୍ବଭାବ ପାଇଁ ଆମ ପରିବାର ସୁଖ ଶାନ୍ତିରେ ଚାଲିଛି ବୋଲି କହି ଶାଶୁ ଘରେ ସମସ୍ତେ ମତେ ପ୍ରଶଂସା କରନ୍ତି।
-ସସ୍ମିତା ବ୍ରହ୍ମା, ସାଉଥ୍‌ ସିଟି, ବାନର ଘାଟ ରୋଡ୍‌, ବେଙ୍ଗାଲୁରୁ


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri