Posted inଫୁରସତ

ନିଶାର ଖେଳ

ଗଲାକାଲି ରାତିରେ ସପନରେ ଦେଖିଲି ପୁଲିସବାବୁ ଦୋଷୀ ଭାବି ଜଣକୁ ଧରିକି ଜେରା କରୁଛନ୍ତି । ଭୟ ଦେଖେଇ ପିଟି ପିଟି ପଚାରୁଛନ୍ତି… ସତ କହ, କିଏ ମହାପ୍ରଭୁଙ୍କର ଏତେଗୁଡ଼େ ଚୁଲା ଭାଙ୍ଗିଲା? ତୁ ଭାଙ୍ଗିଛୁ । ତୋ ଛଡ଼ା ଆଉ କାହାକୁ ସେଠି ବୁଲିବାର ମୁଁ ଦେଖିନି ।

ପୁଲିସିଆ ଠେଙ୍ଗେଣି ନାଲି ଆଖି ସାଙ୍ଗକୁ ନିଶୁଆ ମୁହଁର ଗର୍ଜନରେ ବିଚରା ଲୋକଟା, ”ସାରେ! ଏତେ ଚୁଲା ସେଇ ଭାଙ୍ଗିଛନ୍ତି, ଯିଏ ଦିନେ ମା’ ଲକ୍ଷ୍ମୀଙ୍କ ଆଦେଶ ପାଳି ସମସ୍ତେ ଶୟନରତ ଥିଲାବେଳେ ସଭିଙ୍କ ଅଗୋଚରରେ ଅନ୍ଧାରି ବିଜେକରି ଆମ ମହାପୁରୁ ଦି’ ଜଣଙ୍କୁ ଦଉଡ଼ିଆ ଖଟିଆରେ ଗଡ଼େଇ ପଲଙ୍କ ଓ଼ଗେର ବୋହିନେଇ ରୋଷେଇଶାଳରେ ପଶି ସବୁ ଖାଇ ହାଣ୍ଡିକୁଣ୍ଡେଇ ଭାଙ୍ଗି ପଳେଇଥିଲେ । ସେତେବେଳେ ଏମିତି ନାରଖାରିଆ କାମ କିଏ କଲା ବୋଲି ମହାପ୍ରଭୁ କ’ଣ କୋଉ ଥାନାରେ ଯାଇ ଏତେଲା ଦେଇଥିଲେ? ନା କୋଉ ଦୋଷୀ ଧରାପଡ଼ି ଜେଲ ଜରିମାନା ଦଣ୍ଡ ପାଇଲେ? କିଛି ନାହିଁ l ବରଂ ମହାପ୍ରଭୁ ଚୁପ୍‌ ରହି ଢେର ଦିନ ଏଣେ ତେଣେ ଭୋକ ଉପାସରେ ବୁଲି ଭାରି କଲବଲ ହେଲେ। “

ଆପଣ ସେମିତି ମତେ ଏତେ ଜେରା ନ କରି ଚୁପ୍‌ ରୁହନ୍ତୁ । ଆପଣ ମତେ କାହିଁ ଧରୁଛନ୍ତି? ବରଂ ଏସବୁ କିଏ କେମିତି କେତେବେଳେ କଲା ଆପଣ ସବୁ ଠିକ ଜାଣିଛନ୍ତି l ସେତେବେଳେ ସିନା ଠୋସ ପ୍ରମାଣ ନ ଥିଲା, ହେଲେ ଏବେପରା ସିସି କ୍ୟାମେରା ସବୁ ଦେଖୁଚି.. ସତ କହୁଛି । ଅଯଥାରେ ମତେ ଧରି କାହିଁ କଲବଲ କରୁଛନ୍ତି କହିଲେ?

ଭଲ କି ଆଉ ଦି’ ପାହାରେ ଖୁଆଇ ପୁଲିସି କହିଲେ ମତେ ଆଉ ସେ ଦିବ୍ୟଜ୍ଞାନ ନ ଦେଇ ଅଧିକ ପାଠ ନ ପଢ଼େଇ ସିଧା ସିଧା ମାନିଯା । ନ ହେଲ ଏ ରୁଲ୍‌ ବାଡ଼ିରେ ବାଡ଼େଇ ଭୀମସେନ ଦୁର୍ଯ୍ୟୋଧନର ଜାନୁ ଭଗ୍ନ କଲାଭଳି କରିଦେବି । ତତେ ନାକରୁ ଅଦାରସ ନିଗାଡ଼ି ହାଜତ ଭିତରେ ପୂରେଇଦେବି । ତୋ ଇଜ୍ଜତ ମହତ ସାରିଦେବି । ବୁଝିଲୁ?

ବିଚରା ଲୋକଟା କହିଲା ସାରେ! ସତ କହୁଛି ମୁଁ ଏସବୁ କରିନି । ଭାବୁଛି ସେଇ ‘ବେତାଳ’ ସବୁ କରିଛି । ପୁଲିସି ପୁଣି ପିଟି କହିଲା ତୁ କ’ଣ ମତେ ବୋକା ଭାବିଛୁ? ହଇରେ! କୋଉ ବେତାଳ?

ଲୋକଟା ଥରି ଥରି କହିଲା -ଯାହାର ତାଳ ନାହିଁ ସେଇ ବେତାଳ; ଯାହାକୁ ଆମେ ନିଶା କହୁ । ସେଇ ନିଶା ବେତାଳ ଯାହାଠି ପଶିଲା,.ତା’ର ସବୁ ତାଳଗୁଡ଼ାକ ବେତାଳିଆ ହୋଇଯାଏ । କଥା, କାମ, ଚାଲି ବୋଲି ସବୁ ବେତାଳ । ଯେମିତି ଅର୍ଥ ନିଶାରେ ଡାକ୍ତର ଗରଭିଣୀର ଗର୍ଭ ଭାଙ୍ଗନ୍ତି, କଣ୍ଟ୍ରାକ୍ଟର ଖଇଚା କାମକରି ରାସ୍ତା ପୋଲ ଭାଙ୍ଗନ୍ତି, ତ କିଏ କ୍ଷମତା ନିଶାରେ ଦଳ ଭାଙ୍ଗନ୍ତି ତ କିଏ ଦେଶ ଭାଙ୍ଗନ୍ତି । କିଏ ବାହାଦୁରି ନିଶାରେ ଐତିହ୍ୟ ପରମ୍ପରା ଭାଙ୍ଗନ୍ତି ତ କିଏ ଅହଂକାର ନିଶାରେ ପ୍ରେମ ସମ୍ପର୍କ ଭାଙ୍ଗନ୍ତି । କୋଉଠି ସ୍ଥିର ମନକୁ ଥରୁଥିବା ମନଥରା -ମନ୍ଥରା ପର ଘର ଭାଙ୍ଗନ୍ତି ତ କୋଉଠି ମାତାଲିଆ ନିଶା ପେଟରେ ପଶି ଘରଣୀ ହାତର ଚୁଡ଼ି ଭାଙ୍ଗୁଛନ୍ତି । ଏମିତି କି ଉତ୍ତରପ୍ରଦେଶରେ ବୁଲଡୋଜର ମାଫିଆଙ୍କ ବଡ଼ ବଡ଼ କୋଠା ଭାଙ୍ଗୁଛି ତ ବଡ଼ପଣ କ୍ଷମତା ନିଶା ଆଫ୍‌ଗାନରେ ତାଲିବାନ ଅବା ଯୁକ୍ରେନରେ ରୁଷିଆ ସବୁ ଭାଙ୍ଗିପକଉଛି । ପୁଣି ଆନ୍ଧ୍ରା ଆସି ଓଡ଼ିଶା ସୀମାରେ ପଶି କୁଟୁ କୁଟୁ କରି କୁଟିଆକୁ ଭାଙ୍ଗି ତା’ ରାଇଜରେ ମିଶେଇ ନୂଆ ଜିଲା କରିବାର ବାହାଦୁରି ନେଉଛି ତ ଚାଇନା ପଡ଼ୋଶୀ ଦେଶକୁ ଭାଙ୍ଗିଦବ ବୋଲି ଧମକ ଦଉଛି । ଏମିତି ନିଶା ବେତାଳ ସବୁଆଡ଼େ ଭଙ୍ଗା ଭଙ୍ଗି କାମ ଚଳେଇଛି ।

ସାରେ! ମୁଁ ସାଧାରଣ ମାଙ୍କଡପରି ମଣିଷଟେ । ମୁଁ କୋଉ ହନୁମାନ ପରି ବଳବାନ ହେଇଛି ଯେ ଲଙ୍କା ଛାରଖାର କଲା ବାଗିଆ ରାତାରାତି ଏଡ଼େ ବଡ଼ ଦେଉଳ ଭିତରେ ପଶି ଏଡ଼େବଡ଼ ଠାକୁରଙ୍କର ଏଡ଼େବଡ଼ ତାଲା ଭାଙ୍ଗି ଏତେଗୁଡ଼ାଏ ଚୁଲା ଭାଙ୍ଗିପାରିବି… କହିଲେ?

ଏସବୁ ନିଶା ବେତାଳ କରାମତି / ସବୁ ଅସମ୍ଭବକୁ ସମ୍ଭବ କରାନ୍ତି l ସିଏ ଯାହା ଭିତରେ ପଶେ / ଖାଲି ଚୁଲା ନୁହଁ ସାରା ସଂସାରକୁ ନାଶେ । ସେ ଚଉକି ନିଶା ହଉ କି ଅର୍ଥ ଅହଂକାର ନିଶା ହେଉ… ଖାଣ୍ଟି ମଣିଷ ନିଶା ଠୁ ଦୂରେଇ ରହୁ l ହେଇ ସିଆଡ଼କୁ ଅନାନ୍ତୁ – ସବୁ ଭାଙ୍ଗି ଭୁଙ୍ଗି ପକେଇବାକୁ କେମିତି ମହାପ୍ରଳୟ ମାଡିଆସୁଛି ।
ପୁଲିସି ବାବୁ ସେପଟକୁ ଚାହୁଁ ଚାହୁଁ ଲୋକଟା ଏକବାରେ ଛୁ…

ସକାଳୁ ନିଦ ମଳମଳ ଆଖିରେ ବାହାରେ ଶବ୍ଦ ଶୁଣି ଆସି ଦେଖିଲି ନଟିଆ କବାଡିଆ କିଛି ଭଙ୍ଗା ଟିଣ ଆଉ ବୋତଲ ଭାଙ୍ଗୁଛି । ପଚାରିବାରୁ କହିଲା.. ଏଇ ନିଶା ବୋତଲ ଆଉ ଭଙ୍ଗା ଜିନିଷ ବିକି ମୁଁ ମୋ ଭୋକିଲା ପିଲାଙ୍କ ପେଟ ପୋଷୁଛି…. । -ମଙ୍ଗରାଜପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri