ଚିନ୍ତା ବଢ଼ାଇଛି ନକଲି ସାର, କୀଟନାଶକ

ରବିନାରାୟଣ ପାତ୍ର,  ଜଳେଶ୍ୱର, ୬।୪ – ଚଳିତ ରବିଋତୁରେ ବାଲେଶ୍ୱର ଜିଲା ଜଳେଶ୍ୱର କୃଷି ଜିଲାରେ ବ୍ୟାପକ ରବିଧାନ ଚାଷ ହୋଇଥିବା ବେଳେ ନକଲି ସାର ଓ କୀଟନାଶକ ଯୋଗୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସାର ବ୍ୟବହାର ହେଉଥିଲେ ମଧ୍ୟ ଧାନଚାଷରେ ଅଗ୍ରଗତି ଘଟିପାରୁନାହିଁ ।
ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକକୁ ନେଇ ଜଳେଶ୍ୱର କୃଷି ଜିଲା ଗଠିତ ା ଚଳିତବର୍ଷ ଜିଲା କୃଷି ଆକଳନ ବୈଠକ ଅନୁଯାୟୀ ସମଗ୍ର ଜିଲାରେ ୨୪ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନଚାଷ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବାସ୍ତବରେ ଏହାଠାରୁ ବହୁ ଅଧିକ ଜମିରେ ରୁଆପୋତା ହୋଇଛି ା ଏଥିରୁ ଜଳେଶ୍ୱର କୃଷି ଜିଲାରେ ୧୯ହଜାର ହେକ୍ଟର ଜମିରେ ଧାନଚାଷ ଆକଳନ ହୋଇଥିବା ବେଳେ ପ୍ରାୟ ୨୨ହଜାର ହେକ୍ଟରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ୩ ବ୍ଲକର କୃଷି ଅଧିକାରୀ କହିଛନ୍ତି ା ଚଳିତବର୍ଷ ନୁହେଁ, ପ୍ରତିବର୍ଷ ରବିଋତୁରେ ଜଳେଶ୍ୱର କୃଷି ଜିଲାରେ ଚାଷ ହେଉଥିବା ଜମିର ପରିମାଣ ସମଗ୍ର ବାଲେଶ୍ୱର ଜିଲାର ତିନି ଚତୁର୍ଥାଂଶ। ସେଥିପାଇଁ ଉପରୋକ୍ତ ୩ଟି ବ୍ଲକରେ ଧାନ ବିହନ, ଗ୍ରୋମର, ଡିଏପି, ପଟାସ୍‌, ୟୁରିଆ ସାର ଓ କୀଟନାଶକର ବ୍ୟାପକ ଆବଶ୍ୟକତା ପଡ଼ିଥାଏ। ଜଳେଶ୍ୱର କୃଷି ଜିଲାକୁ ଲାଗି ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ, ଝାଡ଼ଗ୍ରାମ, ନୟାଗ୍ରାମ, ଗୋପୀବଲ୍ଲଭପୁର, ମୋହନପୁର, ଏଗ୍ରା, ଦୀଘା ଓ ରାମନଗର ବ୍ଲକ ଅଞ୍ଚଳ ହୋଇଥିବାରୁ ପଶ୍ଚିମବଙ୍ଗରୁ ବିହନ, ସାର ଓ କୀଟନାଶକ ଏଜେଣ୍ଟମାନେ ଆଣି ଓଡ଼ିଶାରେ ବିକ୍ରି କରିଥାନ୍ତି। ଏଥିପ୍ରତି କୃଷି ବିଭାଗର ନଜର ନ ଥିବାରୁ ପ୍ରତିବର୍ଷ ଚାଷୀମାନେ ହଇରାଣ, ହରକତ ହୋଇଆସୁଛନ୍ତି ା ଓଡ଼ିଶାର ଧାନ ବିହନର ମୂଲ୍ୟ କିଲୋ ପ୍ରତି ୧୦ଟଙ୍କା ଥିବା ବେଳେ ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ବିହନ ଆଣି ଏଜେଣ୍ଟମାନେ କିଲୋ ପ୍ରତି ୭୦ରୁ ୧୦୦ଟଙ୍କାରେ ବିକ୍ରି କରିଥାନ୍ତି। କେବେ କେବେ ‘ପ୍ରିମିୟମ ସ୍ବର୍ଣ୍ଣ’ ପରି କେତେକ ଜାତିର ଧାନ ଏ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହୋଇ ନ ଥିବା ବେଳେ ଅତୀତରେ ଚାଷୀ ଠକାମୀର ଶିକାର ହୋଇଛନ୍ତି ା ସେହିପରି ଚଳିତବର୍ଷ ‘କ୍ରିପ୍‌କୋ’ ନାମରେ ଆସୁଥିବା ସାର ନକଲି ବୋଲି ୩ ବ୍ଲକର ବହୁ ଚାଷୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କେବଳ ୟୁରିଆ ନୁହେଁ, ବିଭିନ୍ନ ନୂଆ ନୂଆ ନାମରେ ସାର ଓ କୀଟନାଶକ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଉଛି। କେତେକ ମଲ୍ଟି ଭିଟାମିନ୍‌, ହରମୋନ୍‌ ନାମରେ ନକଲି ସାର ଏହି ଅଞ୍ଚଳରେ ବିକ୍ରି ହେଉଥିଲେ ମଧ୍ୟ କାର୍ଯ୍ୟତଃ ଚାଷୀମାନେ ହିଁ ଠକାମିର ଶୀକାର ହୋଇଆସୁଛନ୍ତି। ଜଳେଶ୍ୱର ବ୍ଲକର ସୁଦାମ ପାତ୍ର, ଦିନେଶ ଜେନା, କମଳାକାନ୍ତ କର, ହରିଶଙ୍କର ରାଜ, ଶିବନାରାୟଣ ପାତ୍ର, ବାବାଜୀ ପାତ୍ର, ଦିଲ୍ଲୀପ ସାମଲ, ଜଗନ୍ନାଥ ପ୍ରଧାନ, ସୁକୁମାର ଘୋଷ, ହେମନ୍ତ ଗିରି, ସମୀର ପାତ୍ର ପ୍ରମୁଖ ବହୁ ଚାଷୀ ସାର ଓ କୀଟନାଶକର ନକଲି ସମ୍ପର୍କରେ କହିଛନ୍ତି ା ଅତୀତରେ ଏକର ପ୍ରତି ୪୦ କି.ଗ୍ରା ୟୁରିଆ, ୮୦ କି.ଗ୍ରା ଗ୍ରୋମର ଡିଏପି ବ୍ୟବହାର ଯେତିକି ଫସଲ ଅମଳ କରୁଥିଲେ ଏବେ ତାର ୨ଗୁଣା ବ୍ୟବହାର କରିବାକୁ ପଡୁଛି। ଏଥିରୁ କୀଟନାଶକ ଓ ସାର ମାନ ସମ୍ପର୍କରେ ଚାଷୀମାନେ ସନ୍ଦିହାନ ବୋଲି କହିଛନ୍ତି।
ଜଳେଶ୍ୱର କୃଷି ଜିଲା ଅଧିକାରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, କେତେକ ବ୍ୟବସାୟୀ ୨୮-୨୮-୦ ବଦଳରେ ୨୦-୨୦-୦ ମାର୍କା ସାରକୁ ଗ୍ରୋମର ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ା ସେହିପରି କ୍ରିପ୍‌କୋ ସାର ସମ୍ପର୍କରେ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ମଲ୍ଟି ଭିଟାମିନ୍‌, ହରମୋନ ବ୍ୟବହାର ଓଡ଼ିଶାରେ କମ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଅଧିକ ଥିବାରୁ ଚାଷୀମାନେ ପରୀକ୍ଷାମୂଳକ ଭାବେ ବ୍ୟବହାର କରିଆସୁଛନ୍ତି। କିନ୍ତୁ ପଯର୍‌ୟାୟକ୍ରମେ ଚାଷୀମାନେ ଅଭିଯୋଗ କରୁଥିବା ବିହନ, ସାର ଓ କୀଟନାଶକର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଉଛି। ଚଳିତବର୍ଷ ମଧ୍ୟ କେତେକର ମାନ ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri