Posted inଜାତୀୟ

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଭେଟିଛନ୍ତି। ରୁଷିଆଠାରୁ ଭାରତ ଯାହା କିଣିବାକୁ ଚାହିଁବ ଆମେ ତାହା ଯୋଗାଇଦେବୁ ବୋଲି ସେ କହିଛନ୍ତି। ସେହିପରି ୟୁକ୍ରେନ୍‌ ସଙ୍କଟ ପ୍ରସଙ୍ଗରେ ମୋଦି ମଧ୍ୟସ୍ଥ ଭୂମିକା ନେବା ଉପରେ ଲାଭ୍ରୋଭ କହିଛନ୍ତି, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦେଶ। ଭାରତ ଯଦି ସମାଧାନ ଦିଗରେ ସେହି ଭୂମିକା ନିଏ ତେବେ ରୁଷିଆ ୟୁକ୍ରେନ୍‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇପାରେ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜ ନିଜ ଉତ୍ତରଦାୟିତ୍ୱ ଭୁଲିଗଲେଣି। ଏଭଳି ପ୍ରକ୍ରିୟାକୁ ଭାରତ ସମର୍ଥନ କରିପାରେ ବୋଲି ଲାଭ୍ରୋଭ କହିଛନ୍ତି।
ଯୁଦ୍ଧ ପରେ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା ୧୦ ଡଲାର ବଢ଼ିଥିବାବେଳେ ରୁଷିଆ ପୂର୍ବ ତୁଳନାରେ ଭାରତକୁ ୩୫ ଡଲାର ରିହାତିରେ ତେଲ ଦେଉଛି। ଏହାସହ ବର୍ଷକୁ ୧୫ ନିୟୁତ ବ୍ୟାରେଲ ଅଶୋଧିତ ତେଲ ରପ୍ତାନି କରିବାକୁ ପ୍ରସ୍ତାବ ଦେଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ନୂଆଦିଲ୍ଲୀ ଓ ମସ୍କୋ ଟଙ୍କା-ରୁବଲ ବିନିମୟରେ କାରବାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ରୁଷିଆଠାରୁ ତୈଳ ଆମଦାନୀକୁ ନେଇ ଭାରତ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଚାପ ବଢ଼ିବାରେ ଲାଗିଛି। ଓ୍ବାଶିଂଟନ ଜାରି କରିଥିବା ମସ୍କୋ ବିରୋଧୀ କଟକଣାକୁ ନୂ୍ୟନ ଉଦ୍ୟମ କରୁଥିବା ଦେଶଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲ ଗୁରୁବାର ନୂଆଦିଲ୍ଲୀରେ ଆମେରିକାର ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଚେତାବନୀ ଦେଇଥିଲେ। ବ୍ରିଟେନ୍‌ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ମଧ୍ୟ ରୁଷିଆ ବିରୋଧରେ କଟକଣା ଜରି କରିବାରେ ଭାରତ ସାମିଲ ହେବା ଉଚିତ ବୋଲି ମତ ରଖିଥିଲେ। ଏଭଳି ସମୟରେ ପୁଟିନ୍‌ଙ୍କ ଦୂତ ସେରଗି ଲାଭ୍ରୋଭ ନୂଆଦିଲ୍ଲୀ ଆସିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ବ୍ରିଟେନ, ଚାଇନା, ଅଷ୍ଟ୍ରିଆ, ଗ୍ରୀସ୍‌ ଓ ମେକ୍ସିକୋରୁ ଭାରତ ଗସ୍ତରେ ଆସିଥିବା କୌଣସି ମନ୍ତ୍ରୀଙ୍କୁ ମୋଦି ସାଧାରଣରେ ସାକ୍ଷାତ କରି ନ ଥିବାବେଳେ ଲାଭ୍ରୋଭଙ୍କ ସହ ୪୦ ମିନିଟ ଧରି ଆଲୋଚନା କରିଛନ୍ତି।
ସାକ୍ଷାତ ପୂର୍ବରୁ ଲାଭ୍ରୋଭ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଏକ ମିଳିତ ପ୍ରେସ୍‌ କନ୍‌ଫରେନ୍ସରେ କହିଥିଲେ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏକ ‘ବ୍ୟକ୍ତିଗତ ବାର୍ତ୍ତା’ ନେଇ ଆସିଛନ୍ତି। ପୁଟିନ୍‌ ଓ ମୋଦି ନିୟମିତ ଭାବେ ପରସ୍ପର ସହ ଆଲୋଚନା କରୁଛନ୍ତି। ସେ ଏହି ଗସ୍ତ ବେଳେ ନିଜ ଆଲୋଚନା ସମ୍ପର୍କରେ ପୁଟିନ୍‌ଙ୍କୁ ଅବଗତ କରାଇବେ। ଏହି ଅବସରରେ ସେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଆଜିକାଲି ଆମର ପାଶ୍ଚାତ୍ୟ ସହକର୍ମୀମାନେ ଯେକୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ୟୁକ୍ରେନ୍‌ ସଙ୍କଟ ସହ ଯୋଡ଼ୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଭାରତ ଏକତରଫା ନ ହୋଇ ଯେଉଁ ଆଭିମୁଖ୍ୟ ନେଇଛି ତାକୁ ଆମେ ପ୍ରଶଂସା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri