ବିପଦରେ ଛୁଆ ହାତୀ

ଢେଙ୍କାନାଳ ଅଫିସ/ ଭାପୁର(ଡି.ଏନ୍‌.ଏ.) ୧।୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସିଧାସଳଖ ପ୍ରଭାବ ଢେଙ୍କାନାଳର ବନ୍ୟଜୀବନ ଉପରେ ପଡ଼ିଲାଣି। ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ହାତୀ ଭଳି ବିଶାଳକାୟ ତୃଣଭୋଜୀ ପ୍ରାଣୀଙ୍କୁ ଗଁା ମୁହଁା କରାଇଛି। କମ୍‌ ବୟସର ଛୁଆ ହାତୀ ଗୋଠରୁ ଅଲଗା ହେବା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ସଦର ରେଞ୍ଜ୍‌ ଅନ୍ତର୍ଗତ ଭାପୁର ନୂଆସାହି ନିକଟବର୍ତ୍ତୀ ଅଞ୍ଚଳକୁ ବାଟବଣା ହୋଇ ଚାଲି ଆସିଥିବା ହାତୀ ଶାବକ ପାଇଁ ଗୁରୁବାର ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ଉକ୍ତ ଛୁଆ ହାତୀ ମା’ଠାରୁ ଅଲଗା ହୋଇ ଦୁଇଦିନ ହେଲା ଗଁା ତଳି ଅଞ୍ଚଳରେ ଘୂରି ବୁଲୁଥିଲା। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ତା’କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ଲୋକଙ୍କ ଗହଳି ଏବଂ ହୋହଲ୍ଲା ପାଇଁ ହାତୀ ଶାବକ ଭୟଭୀତ ହୋଇପଡ଼ିଥିଲା। ତେଣୁ ସେ ଇତସ୍ତତଃ ହୋଇ ଏଣେତେଣେ ଦୌଡ଼ିବା ସହିତ ହାଲିଆ ହୋଇପଡ଼ିଥିଲା। ସନ୍ଧ୍ୟା ସୁଦ୍ଧା ଛୁଆ ହାତୀ ଗଁା ପାଖ ବୁଦୁବୁଦିଆ ଜଙ୍ଗଲ ନିକଟରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଦିନତମାମ କିଛି ଖାଇ ନ ଥିବାରୁ ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ସେହିପରି ଗୁରୁବାର ସକାଳେ ବେଲବଣିଆ ସଂରକ୍ଷିତ ଜଙ୍ଗଲର ଅମାନ୍ତିପଡ଼ା ପଥର ଖଣି ନିକଟ ପୋଖରୀରୁ ଏକ ଅଣ୍ଡିରା ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ସୂଚନା ପାଇ ଏସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ, ରେଞ୍ଜର ବିଭୁଦାନନ୍ଦ ମିଶ୍ର, ବନପାଳ ଇନ୍ଦୁଭୂଷଣ ଭଞ୍ଜ, ବନରକ୍ଷୀ ସବିତା ବେହେରା ପ୍ରମୁଖ କପିଳାସ ଏବଂ କାଇମାଟିର ପ୍ରାଣୀ ଚିକିତ୍ସକଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଉକ୍ତ ହାତୀର ଆନୁମାନିକ ବୟସ ଦୁଇବର୍ଷ ହେବ। ସେ କିଛିଦିନ ହେଲା ଅସୁସ୍ଥ ଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ଓୟୁଏଟି ଲାବୋରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ହାତୀମୃତ୍ୟୁର କାରଣ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

ପୁଣି ଦଳ ଡେଇଁଲେ ଦେବାଶିଷ, ଭାଜପା ଛାଡ଼ି କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri