ଖୋର୍ଦ୍ଧା ଏସ୍‌ପିଙ୍କୁ ବାଚସ୍ପତିଙ୍କ ଜବାବ ତଲବ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରିକୁ ନେଇ ବାଚସ୍ପତି ବାଣପୁର ଆଇଆଇସି ଓ ଖୋର୍ଦ୍ଧା ଏସ୍‌ପିଙ୍କଠାରୁ ଜବାବ ତଲବ କରିଛନ୍ତି। ବିଧାୟକଙ୍କ ଗିରଫ ସମ୍ପର୍କରେ ଗୃହକୁ ବିଳମ୍ବରେ କାହିଁକି ଅବଗତ କରାଗଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୁକ୍ରବାର ବିଧାନସଭାରେ ଉଠାଇଥିଲେ । ଏ ନେଇ ସେ ଶନିବାର ବାଣପୁର ଆଇଆଇସି ଓ ଖୋର୍ଦ୍ଧା ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ବିଧାନସଭା ଶୂନ୍ୟକାଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନରସିଂହ ଆଣିଥିବା ସ୍ବାଧିକାର ଭଙ୍ଗ ସମ୍ପର୍କରେ ସୂଚନା ଦେବା ସହ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ବିଷୟରେ ଖୋର୍ଦ୍ଧା ଏସ୍‌ପି ବିଧାନସଭାକୁ ୨୩ ତାରିଖ ଅପରାହ୍ନ ୩ଟା ୪୫ ମିନିଟରେ ଚିଠି ମାଧ୍ୟମରେ ଜଣାଇଥିଲେ ବୋଲି ସୂଚନା ଦେଇଥିଲେ । ୨୪ ତାରିଖରେ ପୌର ନିର୍ବାଚନ ଥିବାରୁ ଛୁଟି ରହିଥିଲା। ୨୫ ତାରିଖରେ ତାଙ୍କ ନିକଟରେ ଚିଠି ପହଞ୍ଚିଥିଲା ବୋଲି ବାଚସ୍ପତି କହିଥିଲେ। ତେବେ ନରସିଂହ କହିଥିଲେ ଯେ ଯଦି ବିଧାନସଭାର କୌଣସି ସଦସ୍ୟ ଗିରଫ ହୁଅନ୍ତି ତେବେ ତୁରନ୍ତ ଏ ନେଇ ବାଚସ୍ପତିଙ୍କୁ ସୂଚନା ଦେବା କଥା। ୩ ଦିନ ପରେ କାହିଁକି ଗୃହକୁ ଅବଗତ କରାଯାଇଛି। ଅଧିକାରୀମାନେ ବିଧାୟକମାନଙ୍କୁ ଖାତିର କରୁ ନାହାନ୍ତି। ଆପଣଙ୍କୁ ମଧ୍ୟ ଖାତିର କରିବେ ନାହିଁ। ଟେଲିଫୋନ କଲେ ଥାନାର ଆଇଆଇସି କିମ୍ବା ଅଧିକାଂଶ ସଚିବ ଫୋନ ଉଠାନ୍ତି ନାହିଁ। ବୁକ୍‌ ସର୍କୁଲାର ୪୭କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ବିଷୟରେ ବିଳମ୍ବରେ ଜଣାଇବା ଅର୍ଥ ବିଧାନସଭାର ସ୍ବାଧିକାର ଭଙ୍ଗ ହୋଇଛି। ସମ୍ପୃକ୍ତ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଆଣିବାକୁ ନରସିଂହ ଦାବି କରିଛନ୍ତି। ଏହି ମାମଲାକୁ ଗୁରୁତର ସହ ନେଇ ବାଚସ୍ପତି ଖୋର୍ଦ୍ଧା ଏସ୍‌ପି ଓ ବାଣପୁର ଆଇଆଇସିଙ୍କୁ ଜବାବ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri