୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍‌ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା ତରଫରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି। ଫେବୃୟାରୀ ୫ରୁ ଏହି ଡ୍ରାଇଭ ଆରମ୍ଭ ହୋଇଥିବାବେଳେ ପୌର ନିର୍ବାଚନ ଶେଷ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ୨୫ରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ନିର୍ବାଚନୀ ହିଂସାକୁ ନେଇ ୭ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ଲକ୍ଷ୍ମୀସାଗର ଥାନାରେ ୪ଟି ମାମଲା ରହିଛି। ମାର୍ଚ୍ଚ ୧୫ରେ ଗୋଟିଏ ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୧୪ ଓ ୧୮ରେ ବଡ଼ଗଡ଼ ଥାନା ଓ ନୟାପଲ୍ଲୀ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ମାର୍ଚ୍ଚ ୧୧ରୁ ୨୧ତାରିଖ ମଧ୍ୟରେ ୨୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯିବା ସହ ୩୬ଟି ୱାରେଣ୍ଟକୁ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ୩୬ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିଙ୍କ ବିରୋଧରେ ୧୦୭ ସିଆର୍‌ପିସି ଏବଂ ୧୨ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆର୍‌ପିସି ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୧୧ଟି ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ ସହ ୭୨ଜଣଙ୍କୁ ଗିରଫ କରାଯାଇଛି। ମାର୍ଚ୍ଚ ୧୧ରୁ ଏଯାବତ ୨୯୯. ୬୭ ଲିଟର ନକଲି ଦେଶୀ ମଦ ଏବଂ ୧ କ୍ୱିଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି।
ସୂଚନାନୁଯାୟୀ, ଫେବୃୟାରୀ ୨୫ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ୩ଟି ନିର୍ବାଚନୀ ହିଂସାଜନିତ ମାମଲା ରୁଜୁ କରାଯାଇଛି। ୧୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯିବା ସହ ୨୫ଟି ୱାରେଣ୍ଟକୁ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ୫ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିଙ୍କ ବିରୋଧରେ ୧୦୭ ସିଆର୍‌ପିସି ଏବଂ ୫ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆର୍‌ପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିସହ ୯୨ଟି ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ କରାଯାଇ ୭୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧ ଜଣଙ୍କୁ ୪୧ ସିଆରପିସି ଅନୁଯାୟୀ ନୋଟିସ କରାଯାଇଛି। ଫେବୃୟାରୀ ୨୫ରୁ ମାର୍ଚ୍ଚ ୧୦ ମଧ୍ୟରେ ୧୪୪୬.୨୨ ଲିଟର ଦେଶୀମଦ, ୪୦୮.୨୦୫ ଲିଟର ବିଦେଶୀ ମଦ ଏବଂ ୬୦୯. ୩୫ ଲିଟର ନକଲି ଦେଶୀ ମଦ ଜବତ ହୋଇଛି। ଲକ୍ଷ୍ମୀସାଗର ଥାନା ଓ ତମାଣ୍ଡୋ ଥାନା ଦ୍ୱାରା ୧୬ ଗ୍ରାମ ବ୍ରାଉନସୁଗାର ଓ ୯୪ କେଜି ଗଞ୍ଜେଇ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri