ଜମୁଛି ପ୍ରଚାର,ଚାଲିଛି ଅଙ୍କକଷା

ବାରିପଦା ଅଫିସ,୨୨ ।୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ଲାଗି ସହର ଦୁଲୁକୁଛି। ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଜମୁଥିବା ବେଳେ ହାରଜିତ୍‌କୁ ନେଇ ଜୋରସୋର ଅଙ୍କକଷା ଚାଲିଛି। ସହରର କୋଣ ଅନୁକୋଣରେ ପୋଷ୍ଟର ଓ ହୋଡିଂରେ ପ୍ରାର୍ଥୀମାନଙ୍କ ଭୋଟ ପ୍ରାର୍ଥନା ଦେଖିବାକୁ ମିଳିଛି। ବିଜେଡି, ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ରୋଡ୍‌ ଶୋ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟରଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସହରର ବିକାଶ ଦିଗରେ ସମସ୍ତେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ତେବେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଦକ୍ଷତାକୁ ନେଇ ପୌରାଧ୍ୟକ୍ଷ ବଛା ହେବେ ବୋଲି ଆଲୋଚନା ଜୋର ଧରିଛି ା
ପୌର ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଲା। ବାରିପଦା ସହରରେ ଥିବା ୨୮ଟି ୱାର୍ଡର ୮୨ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୧୧୧କାଉନସିଲର ଓ ୧୬ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ନେତା ବାଛିବେ ୮୧ହଜାର ୨୨୨ ଭୋଟର। ଅଧ୍ୟକ୍ଷ ପଦ ହାତେଇବା ପାଇଁ ସମସ୍ତ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ୭୫ପ୍ରତିଶତ ମତଦାନ ହେଲେ ୨୦ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିବା ପ୍ରାର୍ଥୀ ନଗରପାଳ ଆସନରେ ବସିବେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ତେବେ ମତଦାନ ହାର ବୃଦ୍ଧି ପାଇଲେ କେଉଁ ଦଳର ବିଜୟ ସହଜ ହେବ ସେ ନେଇ ମଧ୍ୟ ବିଚାର ବିମର୍ଷ ଚାଲିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ସହମତି ବୃଦ୍ଧି ପାଉଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ଦୌଡ଼ରେ ଆଗୁଆ ରହିଛନ୍ତି। ଏପରିସ୍ଥଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ ସମସ୍ୟା ଦେଖାଦେଇଥିବାରୁ ଦଳ ପକ୍ଷରୁ ମାରାଥନ ପ୍ରଚାର ଜାରି ରହିଛି। ୨ଟି ଓ୍ବାର୍ଡର କାଉନସିଲର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୨୬ଟି ଆସନକୁ ଅକ୍ତିଆର କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଛି। ୩ଟି ୱାର୍ଡରେ ଦଳୀୟ ଟିକଟରୁ ବଞ୍ଚିତ ହୋଇ ୩ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିତ୍ବାରୁ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଭାଜପାର ପ୍ରଚାର ପ୍ରସାର ପାଇଁ ରାଜ୍ୟସ୍ତରୀୟ କୌଣସି ହେଭିୱେଟ ନେତାଙ୍କୁ ଦେଖିବାକୁ ମିଳୁନାହିଁ। କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁଙ୍କ ଅନୁପସ୍ଥିତି ଦଳୀୟ କର୍ମୀଙ୍କୁ ନିରାଶ କରିଛି। ତଥାପି ଭାଜପା ପ୍ରତି ଲୋକଙ୍କ ସମର୍ଥନ ରହିଥିବାରୁ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଦଳୀୟ ପ୍ରାର୍ଥୀମାନେ ନିଜ ଉଦ୍ୟମରେ ପ୍ରଚାର କାର୍ଯ୍ୟକୁ ଆଗେଇ ନେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri