ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭୋଟରଙ୍କ ଭରସା ପାଉନିି

ବାଲେଶ୍ୱର ଅଫିସ, ୧୭ା୩: ବାଲେଶ୍ୱର ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଚୂଡାନ୍ତ ହେବା ପରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ ୱାର୍ଡ଼ର ଘରକୁ ଘର ବୁଲି ଲୋକମାନଙ୍କୁ ସାକ୍ଷାତ୍‌ କରି ବ୍ୟକ୍ତିଗତ ଓ ୱାର୍ଡ଼ର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟରମାନେ ଏହାର କଡ଼ା ଜବାବ ଦେଉଛନ୍ତି। ୱାର୍ଡ଼ ସମସ୍ୟା ସୁଧାରିବା ଲାଗି ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଭୋଟରମାନେ ତାହାକୁ ଗ୍ରହଣ କରିପାରୁନାହାନ୍ତି। ବାଲେଶ୍ୱର ପୌରାଞ୍ଚଳର ୧୬ନଂ. ୱାର୍ଡ଼ ସହରର ଏକ ପ୍ରମୁଖ ଅଞ୍ଚଳ। ଯେଉଁଠି ଫକୀରମୋହନ ମହାବିଦ୍ୟାଳୟଠାରୁ ଆରମ୍ଭ କରି ବହୁ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏଠାରେ ଭୋଟରଙ୍କଠାରୁ ଅଧିକ ଛାତ୍ରୀଛାତ୍ର ଅଛନ୍ତି। ଉକ୍ତ ଅଞ୍ଚଳ ବ୍ୟବସାୟୀମାନଙ୍କୁ ସୁହାଉଛି। ଏହି ଅଞ୍ଚଳ ସମସ୍ୟାବହୁଳ। ପ୍ରାର୍ଥୀମାନେ ପ୍ରଚାର ଲାଗି ଗଲେ ଭୋଟରମାନେ ପାନୀୟଜଳ ଯୋଗାଣଠାରୁ ଆରମ୍ଭ କରି ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇ ଓ ନବୀକରଣ ସହ ପୋଖରୀ ପୁନରୁଦ୍ଧାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରୁଛନ୍ତି।
୧୬ନଂ. ୱାର୍ଡ଼ ପଢୁଆଁପଦାର ଆଂଶିକ, ବିବିଦେ ରୋଡର ଆଂଶିକ, ଏସ୍‌କେ ଅଗସ୍ତି ରୋଡର ଆଂଶିକ, ଫକୀରମୋହନ କଲେଜରୋଡ ଓ ଜେଲରୋଡ ପାର୍ଶ୍ୱ ଅଞ୍ଚଳକୁ ନେଇ ଗଠିତ। ଏଠାରେ ୩୫୫ ପରିବାରରେ ମୋଟ ୨୨୨୨ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୧୪୨ ପୁରୁଷ ଓ ୧୦୮୦ ମହିଳା ଭୋଟର ଅଛନ୍ତି। ୱାର୍ଡ଼ର ଏକାଧିକ ସମସ୍ୟାକୁ ନେଇ ଲୋକେ ସ୍ବର ଉଠାଇଛନ୍ତି। ବିଶେଷ କରି ଏହି ୱାର୍ଡ଼ର ପୁରାତନ ‘ନୂଆ ପୋଖରୀ’ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ରହିବାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଖରୀ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ, ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆଦି ପାଇଁ ୫୦ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ୭ମାସ ପୂର୍ବରୁ ଏହି ପ୍ରକଳ୍ପର ଶିଳାନ୍ୟାସ ଶେଷ ହୋଇଥିଲା। ମାତ୍ର ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହଁି। ଅନ୍ୟପକ୍ଷରେ ଏହି ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ଦୁଇବର୍ଷ ପୂର୍ବରୁ ପୋଖରୀକୁ ଶୁଖାଇ ଦିଆଯାଇଥିଲା। ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଥିପାଇଁ ପୂଜା ପାର୍ବଣ, ବିବାହ ବ୍ରତରେ ଘଟ ଉତ୍ତୋଳନ ଓ ଅନ୍ୟ କର୍ମକାଣ୍ଡ ସହ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପାଇଁ ୱାର୍ଡ଼ବାସୀ ଅନ୍ୟତ୍ର ଯାଉଛନ୍ତି। ସେହିପରି ଦୀର୍ଘଦିନରୁ ଲାଗି ରହିଥିବା ପାନୀୟଜଳ ସମସ୍ୟା କ୍ରମଶଃ ଜଟିଳ ହେବାରେ ଲାଗିଛି। ପୂର୍ବରୁ ଥିବା ପାଇପ୍‌ ପାଣି ବ୍ୟବସ୍ଥା ୱାର୍ଡ଼ର ସମସ୍ତ ପରିବାରଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ଉକ୍ତ ଅଞ୍ଚଳକୁ ଠିକ୍‌ ଭାବେ ପାଣି ମଧ୍ୟ ଯାଇ ନ ଥିଲା। ବାରମ୍ବାର ଅଭିଯୋଗ ପରେ ଗତବର୍ଷ ଆଉ ଏକ ଗଭୀର ନଳକୂପ ଖନନ ସହ ପାଇପ୍‌ରେ ପାଣି ଯୋଗାଣ କରାଗଲା। ମାତ୍ର ଏଥିରୁ ବାହାରୁଥିବା କାଦୁଅ ପାଣିକୁ ନେଇ ଲୋକେ ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ କୌଣସି ପ୍ରତିକାର ହେଉ ନ ଥିବା ୱାର୍ଡ଼ବାସୀ ଆରୋପ କରିଛନ୍ତି। ସେହିଭଳି ପ୍ରୁଫ ରୋଡ଼ରୁ ଏହି ୱାର୍ଡ଼ ଦେଇ ଫକୀରମୋହନ କଲେଜ ହଷ୍ଟେଲ ଦେଇ ଯାଉଥିବା ମୁଖ୍ୟ ରାସ୍ତା ଓ ଜେଲ ରୋଡରୁ ବିବେକାନନ୍ଦ ମାର୍ଗ ପର୍ଯ୍ୟନ୍ତ ରାସ୍ତା ପାଇଁ ଅନୁଦାନ ମଞ୍ଜୁରୀକୁ ବର୍ଷେ ବିତିଛି। ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ତଥା ଅଧପନ୍ତରିଆ ଭାବେ ଚାଲିଛି। ନିର୍ମାଣାଧୀନ ରାସ୍ତାଘାଟ ଓ ନାଳ କାର୍ଯ୍ୟ ଯୋଗୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ ନିର୍ବାଚନରେ ପ୍ରତିଶ୍ରୁତି ଶୁଣି ଶୁଣି ଦେହସୁହା ହୋଇଯାଇଥିବା ସାଧାରଣ ଲୋକେ ଦୀର୍ଘ ଅଢ଼େଇ ବର୍ଷ ବିଳମ୍ବରେ ହେଉଥିବା ପୌର ନିର୍ବାଚନରେ ପ୍ରାର୍ଥୀଙ୍କ କୌଣସି କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ସୂଚନା ଯେ, ଗତ ୨୦୧୩ ପୌରନିର୍ବାଚନରେ ଏହି ୱାର୍ଡ଼ର କାଉନ୍‌ସିଲର ପଦ ଅଣସଂରକ୍ଷିତ ଥିବା ବେଳେ ଚଳିତ ନିର୍ବାଚନରେ ଏହା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri