ଓଡ଼ିଶା ଲୋକାୟୁକ୍ତଙ୍କୁ ଭିତ୍ତିଭୂମି ବାଧକ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପ୍ରଶାସନିକ କ୍ଷେତ୍ରକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ଆଣିଛନ୍ତି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ଜନପ୍ରତିନିତ୍ଙ୍କ ବିରୋଧରେ ଆସୁଥିବା ଅଭିଯୋଗର ଶୁଣାଣି କରି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ସକାଶେ ରାଜ୍ୟ ସରକାର ୨୦୧୯ ଫେବୃୟାରୀ ୨୮ରେ ଓଡ଼ିଶା ଲୋକାୟୁକ୍ତ ଗଠନ କରିଛନ୍ତି। ତେବେ ଏହି ସଂସ୍ଥା ବିଭିନ୍ନ କାରଣରୁ ଦୁର୍ନୀତି ବିରୋଧରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ସେତେଟା ସଫଳ ହୋଇ ପାରି ନାହିଁ। ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ ଅଭାବ, ସ୍ବାଧୀନ ତଦନ୍ତକାରୀ ସଂସ୍ଥା ଅଭାବରୁ ଲୋକାୟୁକ୍ତ ମାମଲା ଶୁଣାଣି ଓ ତଦନ୍ତରେ ବିଳମ୍ବ ହେଉଛି।
ଜଣେ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଏହି ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ୨୦୧୯ ମାର୍ଚ୍ଚ ୨୯ରେ ଜଷ୍ଟିସ ଅଜିତ ସିଂଙ୍କୁ ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ୩୦ ଜିଲାର ମାମଲା ଶୁଣାଣି ପାଇଁ ୧୫ ଜିଲା ହିସାବରେ ୨ଟି ବେଞ୍ଚ୍‌ ସ୍ଥାପନ କରାଯାଇଛି। ତେବେ ଲୋକାୟୁକ୍ତରେ ଅନେକ ମାମଲା ଗଡ଼ିଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଲୋକାୟୁକ୍ତ ପାଇଁ ରାଜ୍ୟ ସରକାର ୧୫୮ ପଦବୀ ମଞ୍ଜୁର କରିଛନ୍ତି। ସେଥିରୁ ୯୫ଟି ପଦବୀ ପୂରଣ ହୋଇଥିବା ବେଳେ ଆହୁରି ୬୩ ପଦବୀ ଖାଲି ପଡ଼ିଛି। ସେଥିରୁ ସଚିବ(ନ୍ୟାୟିକ)ପଦବୀ ଖାଲିଥିବା ବେଳେ ପବ୍ଲିକ ପ୍ରସିକ୍ୟୁଟର ୫, ପୋଲିସ ଇନ୍ସପେକ୍ଟର ୧, ବ୍ୟକ୍ତିଗତ ସହାୟକ ୫, ଏସ୍‌ଏସ୍‌ଓ ୧୦, ସିନିୟର ଷ୍ଟେନୋ ୮, ଡ୍ରାଇଭର ୪, ଡାଟାଏଣ୍ଟ୍ରି ଅପରେଟର ୯, ଜମାଦାର ୧୦, ରିସେପସିନିଷ୍ଟ ୧ ଏବଂ ୯ଟି ପିଅନ ପଦବୀ ଖାଲି ରହିଛି। ଦିନକୁ ଦିନ ମାମଲା ସଂଖ୍ୟା ବଢ଼ିଚାଲିଥ୍‌ତ୍ବା ବେଳେ କର୍ମଚାରୀ ଅଭାବ ଯୋଗୁ ସେଗୁଡିକୁ ଫଇସଲା କରିବା ବିଳମ୍ବ ହେଉଛି। ୨୦୨୦ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ୩୦ ଜିଲାରୁ ୨୦୨୨ ଅଭିଯୋଗ ଲୋକାୟୁକ୍ତରେ ପଞ୍ଜୀକୃତ ହୋଇଛି। ସେଥିରୁ ୧୫୩୭ ମାମଲା ଫଇସଲା ହୋଇଥିବା ବେଳେ ୪୮୫ଟି ପଡ଼ିରହିଛି। ୨୦୨୧ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ୧୨୭୫ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୯୧୫ ଫଇସଲା କରାଯାଇଛି। ୩୬୦ ମାମଲା ବିଚାର ଅପେକ୍ଷାରେ ରହିଛି। ୬୩ ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ରିପୋର୍ଟ ଲୋକାୟୁକ୍ତ ନିକଟରେ ଦାଖଲ କରାଯାଇଥିବା ବେଳେ କେତେ ଜଣଙ୍କ ବିରୋଧରେ ତଦନ୍ତ ଚାଲୁ ରହିଛି। ୫ ଜଣଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଫନୀ ବାତ୍ୟାକୁ ନେଇ ଜନଅସନ୍ତୋଷ ଦେଖା ଦେଇଥିଲା। ଏନେଇ ଲୋକାୟୁକ୍ତଙ୍କ ନିକଟରେ ୫୨୨ ମାମଲା ଆସିଥିବା ବେଳେ ସେଥିରୁ ୩୪୩ ମାମଲାକୁ ଲୋକାୟୁକ୍ତ ବିଚାର ପରିସରଭୁକ୍ତ କରିଥିଲେ। ସେଥିରୁ ୩୧୭ ଫଇସଲା କରାଯାଇଛି। ୨୬ଟି ମାମଲାରେ ଲୋକାୟୁକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି ଅଧିକାଂଶ ମାମଲା ସରକାରୀ କର୍ମଚାରୀମାନଙ୍କ ବିରୋଧରେ ଆସୁଛି। ସେଗୁଡିକୁ ତଦନ୍ତ କରି ଫଇସଲା କରିବା ପାଇଁ ଅନେକ ସମୟ ଲାଗୁଛି। କର୍ମଚାରୀ ଅଭାବ ଯୋଗୁ ତଦନ୍ତ କାର୍ଯ୍ୟ ଧିମେଇ ଯାଇଛି। ଫଳରେ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି। ବରିଷ୍ଠ ଆଇନଜୀବୀ ତଥା ବିଧାନସଭାରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସକୁ ଆଣିବା ସକାଶେ ଲୋକାୟୁକ୍ତ ତାଙ୍କ ବାର୍ଷିକ ରିପୋର୍ଟରେ ବିଧାନସଭାକୁ ପ୍ରସ୍ତାବ ଦେଇଥିଲେ। ସରକାର ଏ ନେଇ କିଛି କଲେ ନାହିଁ। ଯଦି ଲୋକାୟୁକ୍ତଙ୍କ ହାତରେ ସ୍ବାଧୀନ ତଦନ୍ତକାରୀ ସଂସ୍ଥା ନ ରହିବ ତେବେ ଏହା ଅର୍ଥଶୂନ୍ୟ ହୋଇଯିବ। ରାଜ୍ୟ ସରକାର ଯେପରି ସ୍ପେଶାଲ କୋର୍ଟ ଆକ୍ଟକୁ ପଙ୍ଗୁ କରି ଦେଇଥିଲେ, ସେହିପରି ଲୋକୟୁକ୍ତଙ୍କୁ ମଧ୍ୟ ପଙ୍ଗୁ କରି ଦିଆଯାଇଛି। ଲୋକାୟୁକ୍ତ ଯେତିକି ଚଳଚଞ୍ଚଳ ହେବା କଥା ତାହା ଦେଖାଯାଉନାହିଁ। ଦୁର୍ନୀତିକୁ ମୁଳୋତ୍ପାଟନ କରିବାକୁ ଲୋକାୟୁକ୍ତ ସେଭଳି କଠୋର ପଦକ୍ଷେପ ନେଲା ଭଳି ଦେଖାଯାଉନାହିଁ। ଫଳରେ ଲୋକମାନଙ୍କର ଏହି ସଂସ୍ଥା ଉପରେ ଭରସା ଓ ବିଶ୍ୱାସ ପାଉନାହିଁ ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri