ୱେବ୍‌ ପୋର୍ଟାଲ ପରିଚାଳିକାଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରୁ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ଗୋଡ଼ିପୋଖରୀ ଗଁାର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ପରେ ହତ୍ୟା କରି ପୋତାଯିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଏକ ୱେବ୍‌ ପୋର୍ଟାଲର ପରିଚାଳିକାଙ୍କ ହାତ ଥିବା ଜଣାପଡ଼ିଛି। ସେ ହେଲେ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ପରିଚାଳିକା ଶର୍ମିଷ୍ଠା ରାଉତ। ଶର୍ମିଷ୍ଠା ଫେରାର ଥିବାରୁ ପୋଲିସ ତାଙ୍କୁ ଧରିବାକୁ ଅନୁସନ୍ଧାନ ଜାରି ରଖିଛି।
ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯିବା ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯିବା ପରେ ନୟାଗଡ଼ ଜିଲା ରଣପୁର ନରେନ୍ଦ୍ରପୁର ବଧିପାଟଣା ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ୨ଦିନ ତଳେ ଉକ୍ତ ବୃଦ୍ଧାଶ୍ରମରେ ଯାଞ୍ଚ କରିବା ସହ କେୟାରଟେକରଙ୍କୁ ପଚରାଉଚରା କରିଛି। ସେଠାରୁ କିଛି ପ୍ରମାଣ ମଧ୍ୟ ପୋଲିସକୁ ମିଳିଛି। ହତ୍ୟା ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକଙ୍କୁ ଚାନ୍ଦବାଲି ଥାନା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ଗଣମାଧ୍ୟମକୁ କହିଛନ୍ତି। ମାନସ କିଛି ଦିନ ହେଲା ଉକ୍ତ ୱେବ୍‌ ପୋର୍ଟାଲରୁ କାମ ଛାଡ଼ି ଦେଇଥିଲେ। ହେଲେ ତାଙ୍କ ପାଖରେ ଏକ ମେମୋରି ଚିପ୍‌ ଥିଲା। ଉକ୍ତ ମେମୋରି ଚିପ୍‌ ପାଇଁ ମାନସଙ୍କୁ ଶର୍ମିଷ୍ଠା ଲୋକ ଲଗାଇ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷରେ ରାଜଧାନୀରେ ଥିବା ଦୟାଲ ବୃଦ୍ଧାଶ୍ରମକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଶର୍ମିଷ୍ଠା ଏହି ବୃଦ୍ଧାଶ୍ରମର ପରିଚାଳିକା ବୋଲି କୁହାଯାଉଛି। ଉକ୍ତ କୋଠାର ତଳ ମହଲା ବୃଦ୍ଧାଶ୍ରମ ହୋଇଥିବାବେଳେ ଉପର ମହଲାରେ କିଛି ଆପତ୍ତିଜନକ କାର୍ଯ୍ୟ ଚାଲୁଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଶର୍ମିଷ୍ଠା ଧରାପଡ଼ିଲେ ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୭ରେ ମାନସ ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗଁାକୁ ଏକ ବାହାଘରରେ ଫଟୋ ଉଠାଇବା ପାଇଁ ଆସିଥିଲେ। ଭୁବନେଶ୍ୱରରୁ କେତେଜଣ ବ୍ୟକ୍ତି ଆସି ତାଙ୍କୁ ନାଲଗୁଣ୍ଡା ପଞ୍ଚାୟତର ପଳାସପୁର ଛକ ନିକଟରୁ ଅପହରଣ କରି ନେଇ ହତ୍ୟା ପରେ ମାଟି ଖୋଳି ପୋତି ଦେଇଥିଲେ। ଏହାପରେ ମାନସଙ୍କ ନିଖୋଜ ଏବଂ ଅପହରଣ ନେଇ ତାଙ୍କ ପରିବାର ପକ୍ଷରୁ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ. ୬୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri