Odisha Elections 2024

ନାଲ୍‌କୋନଗରରେ ଦୋଳ ଉତ୍ସବ

ବଅଁରପାଳ,୧୪ା୩(ଡି.ଏନ.ଏ.): ବଅଁରପାଳ ବ୍ଲକ ନାଲ୍‌କୋନଗର ଯାଦବ ସମାଜ ଆନୁକୂଲ୍ୟରେ ନାଲ୍‌କୋ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୋଳ ଉତ୍ସବ(ଫଗୁ ଦଶମୀ) ରବିବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା ଓ ଫଗୁ ଲାଗି କରାଯିବା ପରେ ଯାଦବ ମହିଳାମାନଙ୍କ ଦ୍ବାରା ବନ୍ଦାପନା ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ବଅଁରପାଳ ନିକଟସ୍ଥ ଲିଙ୍ଗରାକଟା ଗ୍ରାମ ଲଉଡି ଦଳ ଏବଂ ଭଗବତପୁର ଲଉଡି ଦଳ ନୃତ୍ୟ ସହ ଭଜନ ପରିବେଷଣ କରିଥିଲେ। ଯାଦବ ବନ୍ଧୁମାନେ ଉଭୟ ଦଳକୁ ପାଛୋଟି ନେଇଥିଲେ। ବରିଷ୍ଠ ଆଇନଜୀବୀ ତଥା ଜିଲା ଯାଦବ ସମାଜ ସଭାପତି ଭାସ୍କର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପଣ୍ଡା, ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ସଭାପତି ଦିନବନ୍ଧୁ ଭୂତିଆ, ସମ୍ପାଦକ ଭରତ ଚନ୍ଦ୍ର ରାଉତ, ମୁକୁନ୍ଦ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପରମାନନ୍ଦ ବେହେରା, ଖଗେଶ୍ବର ଭୂତିଆ, ଅର୍ଜୁନ କୁମାର ବେହେରା, ସୁଦର୍ଶନ ରାଉତ, ସୁଶାନ୍ତ ପରିଡା, ସୁଧୀର ପରିଡା, ପ୍ରକାଶ ବେହେରା, ବିଭୂତି ବେହେରା, ଗୁଣନିଧି ଆରୁଖ, ଦୁରାବାସ ବେହେରା, ସୁମନ୍ତ ସାହୁ, ଅଶୋକ ବେହେରା, ଗଗନ ସେନାପତି, କାମନା ସାହୁ, ଅନ୍ତର୍ଯାମୀ ସେନାପତି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ...

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’...

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା...

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri