ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ସବୁଠି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ମିଳିଛି। ଫଳରେ ସମସ୍ତ ପଞ୍ଚାୟତ ସମିତି ବିଜେଡି ଅକ୍ତିଆରରେ ରହିଛି। ୩ଟି ବ୍ଲକରେ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ ୫ଟି ବ୍ଲକରେ ଭୋଟ ଗ୍ରହଣ ହୋଇଛି। ତେବେ ଆଠମଲ୍ଲିକ ବ୍ଲକ ବିଜେଡିରେ ଗୋଷ୍ଠୀ କନ୍ଦଳ ଯୋଗୁ ଦଳରୁ ୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ରାଜଶ୍ରୀ ସାହୁ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ସମର୍ଥିତ ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ହିମାଦ୍ରୀ ଦେହୁରୀଙ୍କୁ ୧୫ଟି ଭୋଟ ମିଳିଥିବାବେଳେ ବାଳୁଅକଟା ପଞ୍ଚାୟତ ସମିତି ସଭ୍ୟା ରାଜଶ୍ରୀଙ୍କ ସପକ୍ଷରେ ୧୯ ଖଣ୍ଡ ଭୋଟ ପଡ଼ିଥିଲା। ୨୭ ପଞ୍ଚାୟତ ବିଶିଷ୍ଟ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ରାମକୃଷ୍ଣ ପ୍ରଧାନ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ଭାଜପା ସମର୍ଥିତ ପ୍ରିୟରଞ୍ଜନ ମହାନ୍ତି ପ୍ରାର୍ଥୀ ହୋଇଥିଲେ। କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରିୟରଞ୍ଜନଙ୍କୁ ୮ ଖଣ୍ଡ ଓ ସମଲ ପଞ୍ଚାୟତ ସମିତି ସଭ୍ୟ ରାମକୃଷ୍ଣଙ୍କୁ ୧୯ ଖଣ୍ଡ ଭୋଟ ମିଳିଥିଲା। ନିର୍ବାଚନ ଅଧିକାରୀ ଭାବେ ପାଲଲହଡ଼ା ବିଡିଓ ଦିଲୀପ କୁମାର ବର ଦାୟିତ୍ୱ ନିର୍ବାହ କରିଥିଲେ। ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ସାନ୍ତାରାପୁର ଖ ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ବିଜୟ ନାଥ ବିଜୟୀ ହୋଇଛନ୍ତି। ୩୫ ପଞ୍ଚାୟତ ମଧ୍ୟରୁ ୩୪ ଜଣ ସମିତି ସଭ୍ୟ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ବିଜୟ ନାଥଙ୍କୁ ୨୧ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଭାଜପା ସମଥିର୍ତ୍ତ ଦୁଷ୍ମନ୍ତ ଗଡ଼ନାୟକଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିଲା। ୩୪ ପଞ୍ଚାୟତ ବିଶିଷ୍ଟ ଛେଣ୍ଡିପଦା ବ୍ଲକର ଅଧ୍ୟକ୍ଷା ଭାବେ ବିଜେଡି ସମର୍ଥତ୍ତ କୋରଡା ସମିତିସଭ୍ୟା ସୁମିତ୍ରା ସାହୁ ବିଜୟୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ଭାଜପା ସମର୍ଥିତ ଛେଣ୍ଡିପଦା ସମିତି ସଭ୍ୟା ଅମିତା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିଲେ। ଅମିତାଙ୍କୁ ୧୬ ଓ ସୁମିତ୍ରାଙ୍କୁ ୧୮ ସମିତି ସଭ୍ୟାସଭ୍ୟଙ୍କ ସମର୍ଥନ ମିଳିଥିଲା। ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀତାଞ୍ଜଳି ମାଝି ନିର୍ବାଚନ ପରିଚାଳନା କରିଥିଲେ। ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ପଦ ଟୁସର ପଞ୍ଚାୟତ ସମିତିସଭ୍ୟ ଦୁଃଶାସନ ରାଉଳ ଅଳଙ୍କୃତ କରିଛନ୍ତି। ତାଙ୍କ ବିପକ୍ଷରେ ପୁରୁଣାମାଣତ୍ରି ସମିତିସଭ୍ୟା ବନିତା ସାହୁ ନାମାଙ୍କନପତ୍ର ଦାଖଲ କରିଥିଲେ। ୨୪ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଦୁଃଶାସନଙ୍କୁ ୧୮ ଜଣ ଓ ବନିତାଙ୍କୁ ୬ଜଣଙ୍କ ସମର୍ଥନ ମିଳିଥିଲା। ହେଲେ ଏହି ନିର୍ବାଚନ ବିଜେଡି ବନାମ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିବାରୁ ବ୍ଲକ ବିଜେଡିରେ ଗୋଷ୍ଠୀ କନ୍ଦଳ ଚାଲିଥିବା ଚର୍ଚ୍ଚା ଜୋର୍‌ ଧରିଛି। କିଶୋରନଗର ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ। ୨୧ ପଞ୍ଚାୟତ ବିଶିଷ୍ଟ ତାଳଚେର ବ୍ଲକର ଅଧ୍ୟକ୍ଷା ଭାବେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ହେମଲତା ମହାନ୍ତି ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଗୁରୁଜାଙ୍ଗ ସମିତି ସଭ୍ୟା ହେମଲତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନ ଥିବାବେଳେ ୧୬ ଜଣଙ୍କ ସମର୍ଥନ ତାଙ୍କୁ ମିଳିଥିବା ନିର୍ବାଚନ ଅଧିକାରୀ ଏଲିଜା ମିଶ୍ର ସୂଚନା ଦେଇଛନ୍ତି। ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚନ ଜିତିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଝାରବଡା ସମିତି ସଭ୍ୟା ରିନାରାଣୀ ନାଏକ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱ ରହିଥିଲେ। କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଜାମୁନାଳି ସମିତିସଭ୍ୟା ସୌରେନ୍ଦ୍ରୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୩ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି ସମର୍ଥିତ ସୌରେନ୍ଦ୍ରୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ଅଧିକାରୀ ତଥା ଆଠମଲ୍ଲିକ ବିଡିଓ ସନ୍ତୋଷ କୁମାର ସାହୁ ଶୈରେନ୍ଦ୍ରୀଙ୍କୁ ବିଜୟୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri