‘କୋଭିଡ୍‌ ପାଇଁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣ’

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କୋଭିଡ୍‌ ସମୟରେ ପାଠ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ସ୍କୁଲ (ସରକାରୀ ଓ ବେସରକାରୀ) ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)। ଏଥିସହିତ ୨୬ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଦେବା ପାଇଁ ମଧ୍ୟ କମିଶନ କହିଛନ୍ତି। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୧୦ରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଓଏଚ୍‌ଆର୍‌ସିଙ୍କ ନିକଟରେ ଏକ ପିଟିଶନ ଦାଏର ହୋଇଥିଲା। କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ବେଞ୍ଚ ଏହାର ବିଚାର କରି ସ୍କୁଲ୍‌ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ମିଶନ ମୋଡ୍‌ରେ ଫେରାଇ ଆଣିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଲେବର ଓ ଇଏସ୍‌ଆଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ପ୍ରାୟ ୮ ଲକ୍ଷ ପିଲା ପାଠ ଛାଡ଼ି ଓଡ଼ିଶା ତଥା ରାଜ୍ୟ ବାହାରେ କାମ କରୁଛନ୍ତି। ସରକାରୀ ସ୍କୁଲ ବନ୍ଦ ଥିଲାବେଳେ ଏହାର ଠିକ୍‌ ହିସାବ ମିଳିବା କଷ୍ଟକର ଥିଲା। ଏବେ ସ୍କୁଲ ଖୋଲିବା ପରେ ସ୍ପଷ୍ଟ ଚିତ୍ର ମିଳିପାରିଛି। ତେଣୁ ସେମାନଙ୍କୁ ପୁଣି ଫେରାଇ ଆଣି ସ୍କୁଲରେ ନାମ ଲେଖାଇବା ସହ ସେମାନଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ମନୋଜ ଜେନା ତାଙ୍କ ପିଟିଶନରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏହାର ଶୁଣାଣି ସମୟରେ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ସଙ୍ଗଠନ ସମ୍ପାଦକ ରମେଶ ଭାରତୀ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ। ପିଲାଙ୍କ ସ୍ଥିତି ଜାଣିବାକୁ ମହାସଂଘ ସଦସ୍ୟ ସାରା ଓଡ଼ିଶା ଗସ୍ତ କରିଥିଲେ। ଏହି ସମୟରେ ଯେଉଁ ଢାବା, ଲଜ୍‌, ଛୋଟ ବଡ଼ ବ୍ୟବସାୟ ଅନୁଷ୍ଠାନକୁ ଗଲେ ସବୁଠି ସାନ ପିଲାମାନେ ମଜଦୁରି କାମରେ ଲାଗିଥିବା ଦେଖିବାକୁ ପାଇଥିଲେ। ଅଧିକାଂଶ କରୋନା କାଳରେ ସ୍କୁଲ୍‌ ଛାଡ଼ିଥିବା ଜଣାପଡିଥିଲା। ସେମାନଙ୍କ ସଂଖ୍ୟା ଅନୁମାନ କଲେ ପ୍ରାୟ ୮ ଲକ୍ଷ ହେବ। ବିଶେଷ ଭାବେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସୋନପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର ଓ ଅନ୍ୟାନ୍ୟ ପାଖାପାଖି ଜିଲାରୁ ପିଲାମାନେ ଅନ୍ୟ ଜିଲାକୁ ପଳାଇଥିବା ଦେଖାଯାଇଥିଲା। ବିଶେଷ ଭାବେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଜିଲାରୁ ପିଲାମାନେ ସେମାନଙ୍କ ପରିବାର ସହ ବାହାରକୁ ଇଟା ଭାଟିରେ କାମ କରିବାକୁ ଯାଇଥିବା ଜାଣିବାକୁ ପାଇଥିଲେ। ସେମାନେ ଏବେ ନ ଆସିଲେ ଆଉ ପାଠ ପଢ଼ିବେ ନାହିଁ, ଯାହାକି ଆମ ପାଇଁ ସବୁଠାରୁ ବଡ଼ କ୍ଷତି ହେବ। ସେଥିପାଇଁ ସେମାନଙ୍କୁ ତୁରନ୍ତ ସ୍କୁଲ ଫେରାଇ ଆଣିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri