ସମିତି କବ୍‌ଜା ପାଇଁ ଛକାପଞ୍ଝା

ବଇଣ୍ଡା, ୭।୩(ଡି.ଏନ.ଏ.) – ସରିଛି ପଞ୍ଚାୟତ ନିର୍ବାଚନ ଭୋଟ। ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏବେ ସବୁ ଦଳର ଆଖି ଅଟକିଛି ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ। ନିର୍ବାଚନ ଶେଷ ହେଉ ହେଉ ବିଜୟୀ ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଜ୍ଞାତବାସରେ ପଠାଇ ଦିଆଯାଇଥିବାବେଳେ ଏବେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଅଛନ୍ତି ଅନୁଗୋଳ ଜିଲା କିଶୋରନଗର ଏବଂ ଆଠମଲ୍ଲିକ ବ୍ଲକର ପ୍ରମୁଖ ରାଜନୈତିକ ଦଳ। ଆଠମଲ୍ଲିକ ବ୍ଲକରେ ସମିତି ଗଠନ କରିବାକୁ ବିଜେଡି, ଭାଜପା ଦୃଢ଼ୋକ୍ତି ପ୍ରକାଶ କରୁଥିବାବେଳେ ଆସନ୍ତା ୧୨ ତାରିଖରେ ସମିତି ଅଧ୍ୟକ୍ଷ ପାଇଁ ହେବାକୁ ଥିବା ନିର୍ବାଚନରେ ଚିତ୍ର ସ୍ପଷ୍ଟ ହୋଇଯିବ।
ଅନୁଗୋଳ ଜିଲା କିଶୋରନଗର ଏବଂ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ସମସ୍ତ ୬ ଜିଲା ପରିଷଦ ଜୋନ୍‌ ଉପରେ କବ୍‌ଜା କରି ପଞ୍ଚାୟତ ନିର୍ବାଚନରେ ସ୍ଥିତି ଦୃଢ଼ କରିଛି ବିଜେଡି। ଦଳୀୟ ସମର୍ଥିତ ଅନେକ ସମିତିସଭ୍ୟ ମଧ୍ୟ ବିଜୟୀ ହୋଇଛନ୍ତି। ଏସବୁ ସମୀକରଣ ଭିତରେ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାକୁ ଦୃଢ଼ୋକ୍ତି ପ୍ରକାଶ କରିଛି ଶାସକ ଦଳ। କିଶୋରନଗର ବ୍ଲକର ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରହିଛି। ବ୍ଲକର ମୋଟ ୨୩ ସମିତିସଭ୍ୟଙ୍କ ମଧ୍ୟରୁ ବ୍ଲକ ଅଧ୍ୟକ୍ଷ ପାଇଁ ୧୨ ଜଣଙ୍କ ସମର୍ଥନ ଜରୁରୀ। ତେବେ ବିଜେଡି ପକ୍ଷରୁ ୧୫ରୁ ଊର୍ଦ୍ଧ୍ୱ ସମିତିସଭ୍ୟଙ୍କୁ ଏକାଠି କରି ଜିଲା ବାହାରେ ଏକ ହୋଟେଲ୍‌ରେ ଅଜ୍ଞାତବାସରେ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେହିପରି ମୋଟ ୫ ଆସନରେ ଅନୁସୂଚିତ ଜାତି ବର୍ଗର ସମିତି ମେମ୍ବର ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଅଧ୍ୟକ୍ଷ ପଦବୀ ଦୌଡ଼ରେ ଅଛନ୍ତି। ସେମାନଙ୍କ ଭିତରୁ କେହି ଜଣେ ଅଧ୍ୟକ୍ଷ ଆସନରେ ବସିବେ ବୋଲି ଏକରକମ ସ୍ପଷ୍ଟ ହୋଇଛି। ହେଲେ ଦଳୀୟ ନେତୃବୃନ୍ଦ କାହାକୁ ବିଶ୍ୱାସକୁ ନେବେ ତାହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ଅଟକିଛି।
ସେହିପରି ଆଠମଲ୍ଲିକ ବ୍ଲକର ମୋଟ ପଞ୍ଚାୟତ ସଂଖ୍ୟା ୨୪। ସେହିଦୃଷ୍ଟିରୁ ସମିତି ଗଠନ ପାଇଁ ମ୍ୟାଜିକ୍‌ ସଂଖ୍ୟା ହେଉଛି ୧୩। ଏହି ଆସନ ଅଣସଂରକ୍ଷିତ ରହିଥିବାରୁ ଶାସକ ଦଳ ସମର୍ଥନରେ ଅଧ୍ୟକ୍ଷ ହେବା ଆଶାରେ ଏକାଧିକ ଆଶାୟୀ ଅଛନ୍ତି। ଅଞ୍ଚଳର ପ୍ରତିଷ୍ଠିତ ୨ ଠିକାଦାରଙ୍କ ସମ୍ପର୍କୀୟଙ୍କ ସହ ଅନ୍ୟ ୨ଜଣ ଏହି ଦୌଡ଼ରେ ରହିଛନ୍ତି। ହେଲେ ଏଥିଲାଗି ଆବଶ୍ୟକ ସମର୍ଥନ ଯୋଗାଡ଼ ହୋଇପାରି ନ ଥିବା ଚର୍ଚ୍ଚା ହେଉଛି। ଜଣେ ପୁରୁଖା ନେତା ୬ ସମିତିସଭ୍ୟଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଆଶାୟୀମାନେ ଏଥିରେ ବିଫଳ ହୋଇଥିବା ରାଜନୈତିକ କରିଡରରେ ଆଲୋଚନା ହେଉଛି। ସେହିପରି ଭାଜପା ପକ୍ଷରୁ ମଧ୍ୟ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାକୁ ଜୋର୍‌ଦାର ଉଦ୍ୟମ ଚାଲିଥିବା ଆଭ୍ୟନ୍ତରୀଣ ମହଲରୁ ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କୁହନ୍ତି, ଉଭୟ ବ୍ଲକରେ ବିଜେଡି ସମିତି ଗଠନ କରିବ। ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହେଲେ ୨ ବ୍ଲକରେ ବିକାଶ ତ୍ୱରାନ୍ବିତ ହେବ। ସେହିପରି ଭାଜପା ନେତା ଭାଗୀରଥି ପ୍ରଧାନ କୁହନ୍ତି, ଆଠମଲ୍ଲିକ ସମିତି ଭାଜପା ଗଠନ କରିବ। ଏ ନେଇ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri