Posted inଖେଳ

ମୋହାଲିର ରାଜା

ମୋହାଲି,୭।୩: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏକ ଇନିଂସ ଏବଂ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିବା ସହିତ ଉଭୟ ଇନିଂସରେ ୯ ଉଇକେଟ ନେଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ମିଳିଥିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର। ତେବେ ମୋହାଲିର ଆଇଏସ୍‌ ବିନ୍ଦ୍ରା ପିସିଏ ଷ୍ଟାଡିୟମ୍‌ରେ ଜାଡେଜାଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ। ଏହି ଗ୍ରାଉଣ୍ଡରେ ସେ ପୂର୍ବରୁ ଦୁଇ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାତେଇଥିଲେ।

୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଡେଜା ଭାରତ ପାଇଁ ସର୍ବାଧିକ ୮ ଉଇକେଟ ନେଇଥିଲେ। ତା’ ପର ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୯୦ ରନ୍‌ର ଇନିଂସ ଖେଳିବା ପରେ ୪ ଉଇକେଟ ଅକ୍ତିଆର କରି ନିଜ ନାମରେ କରିଥିଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର। କେବଳ ଥରେ ୨୦୧୩ରେ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଟେଷ୍ଟରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ନ ଥିଲେ ଜାଡେଜା। ସେଥର ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଧାଓ୍ବନ ତାଙ୍କ ପଦାର୍ପଣ ମ୍ୟାଚ୍‌ରେ ଖେଳିଥିଲେ ୧୮୭ ରନ୍‌ର ବିସ୍ଫୋରକ ଇନିଂସ। ଏହି ମ୍ୟାଚ୍‌ରେ ମଧ୍ୟ ସିଏସ୍‌କେ ଅଲରାଉଣ୍ଡର ୬ ଉଇକେଟ ଅକ୍ତିଆର କରିଥିଲେ। ମୋହାଲି ଗ୍ରାଉଣ୍ଡରେ ମାତ୍ର ୪ ଟେଷ୍ଟରେ ଜାଡେଜା ମୋଟ ୩୨୭ ରନ୍‌ କରିବା ସହ ୨୭ ଉଇକେଟ ନେଇଛନ୍ତି।

“ଏହା ମୋ ପାଇଁ ଲକି ଗ୍ରାଉଣ୍ଡ। ଯେତେବେଳେ ବି ଏଠାକୁ ଆସେ ମୁଁ ଭଲ ପ୍ରଦର୍ଶନ କରେ। ଉଭୟ ବ୍ୟାଟ ଏବଂ ବଲରେ ପ୍ରଦର୍ଶନ କରିପାରି ଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏଭଳି ପ୍ରଦର୍ଶନ କରିବା ପରେ ଆତ୍ମବିଶ୍ୱାସ ଆସେ” ବୋଲି ୩୩ ବର୍ଷୀୟ ଅଲରାଉଣ୍ଡର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri