ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣାଇଛନ୍ତି। ଟଙ୍କା ପଇସା, ଭୋଜିଭାତ ସାଙ୍ଗକୁ ମଦ ପାଣିରେ ଗାଁଗଣ୍ଡା ଭାସୁଛି। ଯୁବ ମତଦାତାଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମଦ ଦେବାକୁ ପଛାଉ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ମଦ କାରବାର ବହୁ ପରିମାଣରେ ବଢ଼ିଯାଇଛି। ନିର୍ବାଚନ ଆଚରଣବିଧି ଲାଗୁହେବା ପରଠାରୁ ଗଁାଗଣ୍ଡାରେ ଟଙ୍କା ପଇସା ଉଡୁଛି। ମଦବେପାରୀମାନେ ସହର ଅପେକ୍ଷା ଗଁା ଉପରେ ଅଧିକ ଫୋକସ କରୁଛନ୍ତି। ଚୋରାମଦ କାରବାର ବହୁମାତ୍ରାରେ ବଢ଼ିଯାଇଛି। ଅସାଧୁ ବ୍ୟବସାୟୀମାନେ ନିଜର ବେପାର ଲକ୍ଷ୍ୟ ହାସଲ କରିବାକୁ ଗଁାରେ ଡେରା ପକାଇଛନ୍ତି। ଗାଁଗଣ୍ଡାରେ ଥିବା ବିଭିନ୍ନ ଦୋକାନରେ ଚୋରାରେ ମଦ ବିକ୍ରି କରାଯାଉଛି। ନିର୍ବାଚନ ଋତୁ ଚାଲିଥିବାରୁ ପ୍ରାର୍ଥୀମାନେ ଚୋରାମଦ କିଣି ଯୋଗାଇବାକୁ ଏକ ସହଜ ଉପାୟ ଧରି ନେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୯ରୁ ଏ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ପଞ୍ଚାୟତଗୁଡ଼ିକରୁ ୩୮୩୩୪୩.୨୬୨ ଲିଟର ମଦ ଜବତ କରିଛନ୍ତି। ବାଲେଶ୍ୱର ଜିଲାରେ ସର୍ବାଧିକ ୨୧୪୫୪୪.୬୫୫ ଲିଟର ମଦ ଜବତ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୨୫,୭୩୫ ଲିଟର, ଯାଜପୁର ୧୩,୩୫୮ ଲିଟର, କଳାହାଣ୍ଡି ୧୯,୩୪୨.୪୪ ଲିଟର, ମୟୂରଭଞ୍ଜ ୧୨,୩୨୦.୬୯୮ ଲିଟର, ମାଲକାନଗିରି ୨,୦୨୦.୪୩୫ ଲିଟର, ରାୟଗଡ଼ା ୪,୩୧୧.୧୨୫ ଲିଟର, ସୁନ୍ଦରଗଡ଼ରେ ୩୨୨୯.୫୨୫ ଲିଟର ମଦ ଜବତ କରାଯାଇଛି। ସେହିପରି ବିଭିନ୍ନ ଜିଲାରୁ ୧୭୯୪.୮୩ ଗ୍ରାମ୍ ଡ୍ରଗ୍ସ ଜବତ କରାଯାଇଛି। ୪୩,୦୯୪ ଜଣଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।
ଭାଷଣ ଦେଉଥିଲେ ଭାଜପା ଏମ୍ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…
ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...
ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ
ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...
ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ
ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...
ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…
ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...
କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍ଘାଟିତ
ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...
ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ
କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...
ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ
ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...
ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
ଭୁବନେଶ୍ୱର, ୨୭|୧୨(ସୁନିତ୍ ମିଶ୍ର): ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...
Archives


