ଗଛରେ ଝୁଲାଇ ପିଟିପିଟି ମାରିଦେଲେ

ଇସ୍‌ଲାମାବାଦ,୧୪।୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଧର୍ମଗ୍ରନ୍ଥ କୋରାନ ଚିରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଜଣେ ଲୋକ କୋରାନ ପୃଷ୍ଠା ଚିରିବା ସହ ପୋଡ଼ିଦେଇଥିବା ଘୋଷଣା କରାଯିବାରୁ ସନ୍ଧ୍ୟା ନମାଜ ପରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଭିଡ଼ହିଂସା ପୂର୍ବରୁ ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ପୋଲିସ ହେପାଜରୁ ବ୍ୟକ୍ତିଙ୍କୁ ଘୋଷାଡ଼ି ନେଇ ଏକ ଗଛରେ ଝୁଲାଇ ଦେଇଥିଲେ। ଏହା ପରେ ସେମାନେ ତାଙ୍କୁ ନିର୍ଯାତନା ଦେବା ସହ ପିଟି ମାରିଦେଇଥିଲେ। ପୋଲିସ ୩୦୦ ଲୋକଙ୍କ ବିରୋଧରେ ଏତଲା ଦାଏର କରିବା ସହ ୬୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri