ବିଜେଡି ଗଡ଼ରେ ତୀବ୍ର ଲଢ଼େଇ

ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ ପ୍ରଚାର ମଇଦାନ ସରଗରମ ହୋଇଉଠିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ଦିନରାତି ଏକ୍‌ କରିଦେଇଛନ୍ତି। ତେବେ ବିଜେଡିର ଗଡ଼ ଭାବେ ପରିଚିତ ବ୍ଲକ ଅନ୍ତର୍ଗତ ୩ନଂ. ଜୋନ୍‌ ଚଳିତ ନିର୍ବାଚନରେ ସାଧାରଣ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ ଥିବାରୁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବ୍ଲକର ୪ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩ଟି ଶାସକ ଦଳ ଅକ୍ତିଆର କରିଥିବାବେଳେ ଗୋଟିଏ ପଡ଼ିଥିଲା ଭାଜପା ଭାଗରେ। କଂଗ୍ରେସ ଅନ୍ୟ ଦୁଇ ଦଳଠାରୁ ବହୁ ଦୂରରେ ରହିଯାଇଥିଲା। ତେବେ ବିଜେଡିର ଗଡ଼ କୁହାଯାଉଥିବା ଏହି ବ୍ଲକର ସମସ୍ତ ଆସନ ହାତେଇବାକୁ ଏଥର ଭାଜପା ଏବଂ କଂଗ୍ରେସ କସରତ ଆରମ୍ଭ କରିଦେଇଥିବାବେଳେ ସମସ୍ତଙ୍କ ନଜର ଅଟକିଛି ୩ନଂ. ଜୋନ୍‌ ଉପରେ। ଗତ ନିର୍ବାଚନରେ ଏହି ଜୋନ୍‌କୁ କବ୍‌ଜା କରିଥିଲା ବିଜେଡି। ଏଠାରୁ ବିଜୟୀ ହୋଇଥିବା ଜିଲା ପରିଷଦ ପ୍ରାର୍ଥୀ କୋଦଣ୍ଡଧର ସାହୁ ଜିଲା ପରିଷଦ ଉପାଧ୍ୟକ୍ଷ ହୋଇଥିଲେ। ଶାସକ ଦଳ ପାଇଁ ଏହି ଜୋନ୍‌ ରକ୍ଷା କରିବା ସମ୍ମାନର ପ୍ରଶ୍ନ ହୋଇଛି। ଅନ୍ୟପଟେ ଭାଜପା, କଂଗ୍ରେସ ୩ନଂ. ଜୋନ୍‌ ଅକ୍ତିଆର କରି ନୂଆ ସମୀକରଣ ସୃଷ୍ଟି କରିବା ଲାଗି ସୁଯୋଗ ଉଣ୍ଡି ବସିଛନ୍ତି। ତେଣୁ ଚଳିତ ପଞ୍ଚାୟତ ଭୋଟରେ ୩ ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ପୁହାଣଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ଭାଜପାର ପ୍ରଣତି ତ୍ରିପାଠୀଙ୍କ ଲାଗି ଘର ଘର ବୁଲି ଭୋଟ ମାଗୁଛନ୍ତି ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି କଂଗ୍ରେସର ରଶ୍ମିତା ନାୟକ ସାଙ୍ଗଠିନକ ନେତୃବୃନ୍ଦଙ୍କ ସହିତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀଙ୍କ ବିଜୟ ପରାଜୟ ମହିଳା ଭୋଟରଙ୍କ ଉପରେ ନିର୍ଭର କରୁଥିବାରୁ ଏସ୍‌ଏଚ୍‌ଜି ଏବଂ ଅନ୍ୟ ମହିଳା ସଙ୍ଗଠନଗୁଡ଼ିକୁ ପ୍ରଭାବିତ କରି ଭୋଟ ହାତେଇବାକୁ ସମସ୍ତେ ଲାଗିପଡ଼ିଛନ୍ତି, ଯାହାକୁ ନେଇ ଗ୍ରାମାଞ୍ଚଳ ରାଜନୀତି ସରଗରମ ହୋଇଉଠିଛି।

ଭାଗ୍ୟ ନିର୍ଦ୍ଧାରଣ କରିବେ ୩୦,୦୭୭ ଭୋଟର
ଗଁଦିଆ ବ୍ଲକ ଅଧୀନ ୩ନଂ. ଜିଲା ପରିଷଦ ଜୋନ୍‌ରେ ମୋଟ ଭୋଟରଙ୍କ ସଂଖ୍ୟା ୩୦ ହଜାର ୭୭। ତନ୍ମଧ୍ୟରେ ଗଁଦିଆ ପଞ୍ଚାୟତରେ ୩ ହଜାର ୭୯୧, କାଶୀପୁର ପଞ୍ଚାୟତରେ ୨ ହଜାର ୯୬୬, ଖଣ୍ଡବନ୍ଧ ପଞ୍ଚାୟତରେ ୫ ହଜାର ୧୪୮, ମନ୍ଦାର ପଞ୍ଚାାୟତରେ ୩ ହଜାର ୮୨୦, ମଠତେନ୍ତୁଳିଆ ପଞ୍ଚାୟତରେ ୫ ହଜାର ୨୩୫, ଷଡ଼ଙ୍ଗୀ ପଞ୍ଚାୟତରେ ୪ ହଜାର ୧୬୬, ବରଦା ପଞ୍ଚାୟତରେ ୨ ହଜାର ୧୯୦ ଏବଂ ଦିଗମ୍ବରପୁର ପଞ୍ଚାୟତରେ ୨ ହଜାର ୭୬୧ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri