ଫାଇନାଲ ରାଉଣ୍ଡ ଅଡିଶନରେ ମିଲନ

ଢେଙ୍କାନାଳ ଅଫିସ, ୩୧।୧: ଜାତୀୟସ୍ତରୀୟ ମଞ୍ଚରେ ଲଗାତର ଚମକୁଛନ୍ତି ଢେଙ୍କାନାଳ ଜିଲାର ପ୍ରତିଭାବାନ ଯୁବପିଢ଼ି। ଏମ୍‌ଟିଭି ଫ୍ୟାଶନ ରିୟଲଟି ଶୋ’ରେ ସ୍ବପ୍ନା ପ୍ରିୟଦର୍ଶିନୀ, ‘ମିଶନ ଡ୍ରିମ୍ସ ମିସ୍‌ ଇଣ୍ଡିଆ-୨୦୨୧’ରେ ଜଗଜିତା ଦାସଙ୍କ ପରେ ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର-୨’ର ଫାଇନାଲ ରାଉଣ୍ଡ ଅଡିଶନ ପାଇଁ ମନୋନୀତ ହୋଇଛନ୍ତି ସଦର ବ୍ଲକ ବେଲଟିକିରି ଗ୍ରାମର ପ୍ରତିଭାବାନ କଣ୍ଠଶିଳ୍ପୀ ମିଲନ ଦାସ। ଆସନ୍ତା ୨ ତାରିଖରେ ସେ ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ହେବାକୁ ଥିବା ଅଡିଶନରେ ଭାଗନେବେ। ଏଥିଲାଗି ୧ ତାରିଖରେ ମା’ ସହିତ ମୁମ୍ବାଇ ଯାତ୍ରା କରିବେ ବୋଲି କହିଛନ୍ତି।
ବେଲଟିକିରି ଗ୍ରାମର ସ୍ବର୍ଗତ ମନୋଜ କୁମାର ଦାସ ଏବଂ ସାଗରିକା ଦାସଙ୍କ କନିଷ୍ଠ କନ୍ୟା ମିଲନ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ସ୍କୁଲର ୭ମ ଶ୍ରେଣୀର ଛାତ୍ରୀ। ନିଜର ବହୁମୁଖୀ ପ୍ରତିଭା ବଳରେ ସେ ରାଜ୍ୟସ୍ତରରେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ସୁପରଷ୍ଟାର ସିଙ୍ଗର-୨ ପ୍ରତିଯୋଗିତା ପାଇଁ ଅନଲାଇନ ଅଡିଶନରେ ଉତ୍ତୀର୍ଣ୍ଣ ହେବା ପରେ ଫାଇନାଲ ରାଉଣ୍ଡ୍‌ ଅଡିଶନ ପାଇଁଁ ତାଙ୍କୁ ଡାକରା ଆସିଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ମିଲନ। ଉଭୟ କ୍ଲାସିକାଲ ଏବଂ ଓ୍ବେଷ୍ଟର୍ନ ସଙ୍ଗୀତ ସାଙ୍ଗକୁ ନୃତ୍ୟରେ ମିଲନଙ୍କ ରୁଚି ରହିଛି। ଗୁରୁ ଯାମିନୀ ରଞ୍ଜନ ଦାସଙ୍କଠାରୁ ସଙ୍ଗୀତ ଏବଂ ନାଟ୍ୟକାର ଦୀନେଶ ଦାସଙ୍କଠାରୁ ସେ ଅଭିନୟ ଶିକ୍ଷା କରୁଛନ୍ତି। ବଡ଼ ଭଉଣୀ ସିମରନ୍‌ ମଧ୍ୟ ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀ। ସେ ଏବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ। ବାପା ମନୋଜଙ୍କ ୨୦୧୯ରେ ଦେହାନ୍ତ ହୋଇଯିବା ପରେ ମା’ ସାଗରିକାଙ୍କ ପ୍ରେରଣାରେ ଦୁଇଭଉଣୀ ଲକ୍ଷ୍ୟକୁ ବାସ୍ତବ ରୂପ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଭବିଷ୍ୟତରେ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଡାକ୍ତର ଏବଂ ମିସ୍‌ ଇଣ୍ଡିଆ ହେବାକୁ ଲକ୍ଷ୍ୟ ରଖିଥିବା ମିଲନଙ୍କ ଏଭଳି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri