Odisha Elections 2024

ହାତୀ ଚଳପ୍ରଚଳରେ ବାଧକ ଟ୍ରକ୍‌ ପାର୍କିଂ

କେନ୍ଦୁଝର, ୩୧।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ହାତୀମାନଙ୍କ ଅପେକ୍ଷା ଖଣିଖାଦାନ ଓ ଖଣି ପରିବହନକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ହାତୀ ମାନଙ୍କ ଚଳପ୍ରଚଳ ସଙ୍କୁଚିତ ହେବା ସହ ଚଲାପଥ ଅବରୋଧ ହୋଇଯାଉଥିବାରୁ ହାତୀ ପଲ ବିବ୍ରତ ହୋଇ ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଉଛନ୍ତି। ସେହିପରି ରାସ୍ତାରେ ଶହ ଶହ ଟ୍ରକ ଲମ୍ବାଧାଡି ଏବଂ ହାତୀ ଚଲାପଥ ଅଞ୍ଚଳରେ ଟ୍ରକ ପାର୍କିଂ ଯୋଗୁ ହାତୀ ପଲ ଚଳାଚଳ କରିପାରୁ ନାହାନ୍ତି।
ବିଶେଷ କରି ଟ୍ରକ ଲମ୍ବା ଧାଡି ଯୋଗୁଁ ଭୂୟାଁ ଓ ଜୁଆଙ୍ଗ ପୀଢ ରେଞ୍ଜ୍‌ ଅଧୀନ କାଇପୁର ଠାରୁ ଅଞ୍ଜର ପର୍ଯ୍ୟନ୍ତ ରାସ୍ତା (ଏନ୍‌ଏଚ୍‌-୪୯) ରେ ହାତୀ ପଲ ରାସ୍ତା ପାର ହୋଇପାରୁ ନାହାନ୍ତି। ଏହି କାରଣରୁ ଗତ କିଛି ଦିନ ହେଲା ଭେଜିଡିହି-ତଳକାଇଁସାରୀ ଜଙ୍ଗଲରେ (ବଡଘାଗରା ରାସ୍ତା) ୯ ଟି ହାତୀ ରହିଥିଲେ ହେଁ କୁଆଡେ ଯାଇପାରୁ ନ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡୁଛନ୍ତି। ରେଞ୍ଜ୍‌ ଅଫିସ ଠାରୁ ମାତ୍ର ୧ କି.ମି. ମଧ୍ୟରେ ହାତୀପଲ ସାନମାଛକାନ୍ଦଣା ନଦୀ କୂଳ ଜଙ୍ଗଲରେ ଅଟକି ରହିଥିବାରୁ ସେମାନେ ଉତକ୍ଷିପ୍ତ ହୋଇ ଉପଦ୍ରବ କରୁଛନ୍ତି। ସେହିପରି ବଡଘାଗରାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭୋଜିଭାତ କରିବା ଓ ବୁଲିବାକୁ ଯାଉଥିବାରୁ ସେମାନଙ୍କ ପାଇଁ ମଧ୍ୟ ବିପଦ ଆଶଙ୍କା ରହୁଛି ା
ସେହିପରି କାଇପୁର ନିକଟରେ ରାସ୍ତା କଡରେ ହାତୀ ଚଳପ୍ରଚଳ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଟ୍ରକ ପାର୍କିଂ କରୁଥିବା କାରଣରୁ ହାତୀ ମାନେ ବୁଲାବୁଲିରେ ସମସ୍ୟା ଭୋଗୁଛନ୍ତି ା ଟ୍ରକ ଗୁଡିକର ଉଜ୍ୱଳ ଆଲୋକ ତଥା ବିକଟାଳ ହର୍ନ ଯୋଗୁ ହାତୀ ମାନେ ରାସ୍ତା ପାର ହୋଇ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଆସିବା କରିୁପାରୁନାହାନ୍ତି। ଏହାର ପ୍ରତିକାର କରିବାକୁ ପରିବେଶବିତ ମାନେ ଦାବି କରିଛନ୍ତି। ଏନେଇ କିଛି ମାସ ତଳେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର କେନ୍ଦୁଝର ଡିଏଫଓ ଏବଂ ଉପଜିଲାପାଳଙ୍କୁ ଚିଠି ଲେଖି ସମସ୍ୟା ଜଣାଇଥିଲେ ହେଁ କାୈଣସି ସମାଧାନ କରାଯାଇନାହିଁ କିମ୍ବା ତାଙ୍କୁ ଯାଞ୍ଚ ରିପୋର୍ଟ ଦିଆଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଉଚ୍ଚ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି...

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି।...

ଘରକୁ ଘର ବୁଲି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri