ପାଞ୍ଚ କମ୍ପାନୀ ଯୋଡିଛନ୍ତି ୧ଲକ୍ଷ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୭।୧୨:  ଦେଶର ପ୍ରମୁଖ ୧୦ ଘରୋଇ କମ୍ପାନୀ ମଧ୍ୟରୁ ପାଞ୍ଚଟି କମ୍ପାନୀ ଗତ ସପ୍ତାହରେ ସେମାନଙ୍କର ମୋଟ ବଜାର ମୂଲ୍ୟରେ ୧,୦୧,୧୪୫.୦୯ କୋଟି ଟଙ୍କା ଯୋଡିଛନ୍ତି। ଏହି ସମୟରେ ସର୍ବାଧିକ ସମ୍ପତ୍ତି ଯୋଡିଥିବା କମ୍ପାନୀ ମଧ୍ୟରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ) ର ନାମ ସମ୍ପୃକ୍ତ ରହିଛିି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଇନ୍‌ଫୋସିସ୍‌, ହିନ୍ଦୁସ୍ତାନ ୟୁନିଲ୍‌ଭର୍‌ ଲିମିଟେଡ୍‌ ଏବଂ ୱିପ୍ରୋ ପ୍ରମୁଖ ଲାଭକାରୀ କମ୍ପାନୀ ହୋଇଥିବାବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ବଜାଜ ଫାଇନାନ୍ସ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ) ଏହି କ୍ରମରେ ପଛରେ ପଡିଛନ୍ତି। ଗତ ସପ୍ତାହର ବମ୍ବେ ଷ୍ଟକ୍‌ ମାର୍କେଟ (ବିଏସ୍‌ଇ) ର ମାନଦଣ୍ଡ ୧୧୨.୫୭ ପଏଣ୍ଟ କିମ୍ବା ୦.୧୦% ହାସଲ କରିଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ର ବଜାର ମୂଲ୍ୟ ୩୦,୭୨୦.୬୨ କୋଟି ଟଙ୍କା ବୃଦ୍ଧି ପାଇ ୧୩,୫୭,୬୪୪.୩୩ କୋଟିରେ ପହଞ୍ଚତ୍ଛି। ବର୍ତ୍ତମାନ ଏହାର ମୂଲ୍ୟ ୧୬,୦୪,୧୫୪.୫୬ କୋଟି ଟଙ୍କାକୁ ନେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୨୧,୦୩୫.୯୫ କୋଟି ଟଙ୍କା ଯୋଡିଛି। ଇନ୍‌ଫୋସିସ୍‌ର ମୂଲ୍ୟ ୧୭,୬୫୬.୯୫ କୋଟି ଟଙ୍କା ବୃଦ୍ଧି ପାଇ ୭,୮୩,୭୭୯.୯୯ କୋଟି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ମୂଲ୍ୟ ୧୬,୦୦୦.୭୧ କୋଟିରୁ ୫,୪୦,୦୫୩.୫୫ କୋଟିରେ ପହଞ୍ଚିଛି। ୱିପ୍ରୋର ବଜାର ପୁଞ୍ଜୀକରଣ ୧୫,୭୩୦.୮୬ କୋଟି ଟଙ୍କା ବୃଦ୍ଧି ପାଇ ୩,୮୨,୮୫୭.୨୫ କୋଟିରେ ପହଞ୍ଚିଛି। ଅପରପକ୍ଷରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୂଲ୍ୟ ୧୮,୬୧୯.୯୫ କୋଟି ଟଙ୍କା ହ୍ରାସ ପାଇ ୭,୯୭,୬୦୯.୯୪ କୋଟିରେ ପହଞ୍ଚିଛି। ଏଚ୍‌ଡିଏଫ୍‌ସିର ମୂଲ୍ୟ ୧୫,୦୮୩.୯୭ କୋଟି ଟଙ୍କା ହ୍ରାସ ପାଇ ୪,୫୮,୮୩୮.୮୯ କୋଟି ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୂଲ୍ୟ ୯,୭୨୭.୮୨ କୋଟି ହ୍ରାସ ପାଇ ୪,୦୭,୭୨୦.୮୮ କୋଟିରେ ପହଞ୍ଚତ୍ଛି। ବଜାଜ ଫାଇନାନ୍ସର ବଜାର କ୍ୟାପିଟାଲାଇଜେଶନ୍‌ ୩,୦୪୮.୧୫ କୋଟିରୁ ୪,୧୩,୫୪୬.୬୩ କୋଟି ଏବଂ ଆଇସିଆଇସିଆଇ ବ୍ୟାଙ୍କର ୪୭୬.୮୧ କୋଟି ଟଙ୍କା ହ୍ରାସ ପାଇ ୫,୦୫,୦୭୦.୩୩ କୋଟିରେ ରହିଛି। ଶ୍ରେଷ୍ଠ ୧୦ଟି ସଂସ୍ଥାର ର଼୍ୟାଙ୍କିଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ବଜାଜ ଫାଇନାନ୍ସ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୱିପ୍ରୋ ଏହି ସୂଚୀରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri