Odisha Elections 2024

ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ ଚାହିଦା ରହିଥାଏ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍‌ର ଚାହିଦା ବଢିଥିଲେ ବି ଅନେକ ବ୍ୟକ୍ତ ପାରମ୍ପରିକ ରନ୍ଧନ କଳାକୁ ଗ୍ରହଣ କରି ଦେଶୀ ଶୈଳୀରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରି ହାଟ ବଜାରରେ ବିକି ପେଟ ପୋଷୁଛନ୍ତି। ଏଭଳି ଜଣେ ବ୍ୟବସାୟୀ ହେଲେ ଚନ୍ଦ୍ରଶେଖର ସନ୍ଧିବିଗ୍ର (୫୫)। ସେ ପ୍ରସ୍ତୁତ କରୁଥିବା ଦହିବରା, ଘୁଗୁନି ଓ ଆଳୁଦମର ସ୍ବାଦ ନିଆରା। ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣା ସମେତ ବିଭିନ୍ନ ଅଞ୍ଚଳରେ ଠେଲା ଟ୍ରଲିରେ ବୁଲି ବୁଲି ଏସବୁ ଖାଦ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ସ୍ବାଭିମାନର ସହ ଜିଇବାର ସ୍ବପ୍ନ ତାଙ୍କୁ କର୍ମପ୍ରବଣ କରି ସାହାରା ଯୋଗାଇଛି ବୋଲି ସେ କହିଛନ୍ତି।
ଚନ୍ଦ୍ରଶେଖରଙ୍କ ଘର ଯାଜପୁର ଜିଲା ବଡ଼ଶାସନ ଅଞ୍ଚଳରେ। ଦୀର୍ଘ ୨୦ବର୍ଷ ଧରି ସିମୁଳିଆ ବ୍ଲକର ଦହିଖାର୍ଜୀ ଅଞ୍ଚଳରେ ପରିବାର ସହ ବସବାସ କରି ଆସୁଛନ୍ତି। ଠେଲା ଟ୍ରଲି ବେପାରକୁ ବୃତ୍ତି କରି ପରିବାର ଚଳାଇବା ସହିତ ୧୭ଗୁଣ୍ଠ ଜମି କିଣି ଘର ତିଆରି କରିଛନ୍ତି। ନିଜର ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ସକାଶେ ସେମାନଙ୍କୁ ପାଠ ପଢ଼ାଉଛନ୍ତି। ବଡ଼ପୁଅ ଆଇଟିଆଇ ପାସ୍‌ କରି କମ୍ପ୍ୟୁଟର ଶିକ୍ଷା କରୁଛନ୍ତି। ସାନପୁଅ ୪ର୍ଥ ଶ୍ରେଣୀରେ ପଢୁଛନ୍ତି। ସେ ନିଜେ ପଢ଼ି ପାରି ନ ଥିବାରୁ ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଲକ୍ଷ୍ୟ ରଖି ଦିନରାତି ପରିଶ୍ରମ କରି ଚାଲିଛନ୍ତି। ଜଣେ ପରିଶ୍ରମୀ , ନିଷ୍ଠାବାନ ଓ ମେଳାପି ବ୍ୟକ୍ତି ଭାବେ ଅଞ୍ଚଳରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଚନ୍ଦ୍ରଶେଖର କହନ୍ତି, ବହୁ ପଛରେ ସେ ତାଙ୍କ ଦୁଃଖଦ ଅତୀତକୁ ଛାଡି ଆସିଛନ୍ତି। ଘର ଛାଡି ଚାଲି ଆସିବା ପରେ ପେଟ ପୋଷିବା ଲାଗି ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଚାଲିିଛନ୍ତି। ପରିବାରର ଆର୍ଥକ ସ୍ଥିତି ଭଲ ନ ଥିବାରୁ ସେ ଦ୍ୱିତୀୟ ଶ୍ରେଣୀରୁ ଅଧିକ ପାଠ ପଢି ପାରି ନ ଥିଲେ। ୧୦ବର୍ଷ ବୟସରୁ ନିଜ ଅଞ୍ଚଳରେ ଫଳ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ନିଜ ଭାଇଙ୍କ ଚାପରେ ସେ ମାର୍କୋଣା ଚାଲି ଆସିଥିଲେ। ଏହି ଅଞ୍ଚଳର ଲୋକଙ୍କ ଖାଦ୍ୟ ରୁଚିକୁ ଦେଖି ସେ ଦହିବରା ବେପାର କରିବାକୁ ସ୍ଥିର କରିଥିଲେ। ସେବେଠାରୁ ତାଙ୍କ ସ୍ବପ୍ନ ଓ ସଂଘର୍ଷ ଜୀବନର ସାଥୀ ପାଲିଟିଥିଲା ଏକ ଠେଲା ଟ୍ରଲି । ଏହି ଟ୍ରଲିରେ ସେ ଦହିବରା ଓ ଆଳୁଦମ୍‌ ବେପାର କରି ଆସୁଛନ୍ତି। ଏଥିଲାଗି ପ୍ରତିଦିନ ଭୋର ୩ଟାରୁ ବିଛଣାରୁ ଉଠି ସେ ଦହିବରା ସହିତ ଘୁଗୁନି, ଆଳୁଦମ୍‌, ଖଟା, ମସଲା, ଝରା ସେଓ ଇତ୍ୟାଦି ପ୍ରସ୍ତୁତ କରି ସକାଳ ୯ଟା ସୁଦ୍ଧା ସେ ଠେଲା ଗାଡି ଧରି ବାହାରି ପଡନ୍ତି। ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟରେ ସ୍ତ୍ରୀ ରଶ୍ମିତା ସାହାଯ୍ୟ କରନ୍ତି। ପୂର୍ବରୁ ସେ ବିଭିନ୍ନ ମେଳା, ମହୋତ୍ସବ, ପୂଜା ଉତ୍ସବକୁ ଯାଇ ଦହିବରା, ଆଳୁଦମ୍‌ ବେପାର କରୁଥିଲେ। ଏବେ ଅଧିକ ଦୂର ଚାଲି ଚାଲି ଯାଇପାରୁ ନାହାନ୍ତି। ଏଣୁ ଆଖପାଖ ହାଟ ବଜାର ଓ ଗାଁଗଣ୍ଡା ବୁଲି ବେପାର କରୁଛନ୍ତି। ନିଜର ସଚ୍ଚୋଟ ପଣିଆ ଏବଂ ଯନତ୍ର ସହ ପ୍ରସ୍ତୁତ କରୁଥିବା ଖାଦ୍ୟସାମଗ୍ରୀର ଗୁଣମାନ ଯୋଗୁ ସେ ବେପାର ବଢାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତ। ଦିନକୁ ସେ ପ୍ରାୟ ୧ହଜାର ଟଙ୍କାର କାରବାର କରି ପାରୁଛନ୍ତି। ମୂଳଖର୍ଚ୍ଚ ବାଦ ଦେଇ ଦିନକୁ ୩ଶହ ଟଙ୍କା ଯାଏ ଲାଭ ହେଉଛି । ବୃତ୍ତି ସାନ ହେଉକି ବଡ, ଯାଏ ଆସେ ନାହିଁ ା ନିଷ୍ଠାର ସହ କାମ କଲେ ଆପେ ସଫଳତା ମିଳିଥାଏ। ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତି ଶୈଳୀ ନିଆରା। ଏହି ଖାଦ୍ୟ କେବଳ କ୍ଷୁଧା ମେଣ୍ଟାଏ ନାହିଁ, ସ୍ବାସ୍ଥ୍ୟ ଲାଗି ହିତକର ହୋଇଥାଏ ବୋଲି ଚନ୍ଦ୍ରଶେଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri